ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ, ମଧ୍ୟପ୍ରଦେଶ ଅଭିମୁଖେ ପରିଚାଳନା କମିଟି ସଦସ୍ୟ ଓ ମୁଖ୍ୟ ପ୍ରଶାସକ

Published By : Prameya-News7 Bureau | December 22, 2023 IST

ପୁରୀ ୨୨।୧୨: ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ଏଥିପାଇଁ ଗୁରୁବାର ଶ୍ରୀଜିଉଙ୍କୁ ନିମନ୍ତ୍ରଣ ପତ୍ର‌ ଅର୍ପଣ କରାଯିବା ପରେ ଶୁକ୍ରବାର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ନିମନ୍ତ୍ରଣ କରିବା ପାଇଁ ପରିଚାଳନା କମିଟି ସଦସ୍ୟ ଓ ମୁଖ୍ୟ ପ୍ରଶାସକ ମଧ୍ୟପ୍ରଦେଶ ଅଭିମୁଖେ ଯାତ୍ରା କରିଛନ୍ତି । ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ ମଧ୍ୟପ୍ରଦେଶ ଉଜ୍ଜୟନୀ ଠାରେ ଥିବାରୁ ଏହି ଟିମ୍ ସେଠାକୁ ଯାଇ ଜଗତଗୁରୁଙ୍କୁ ନିମନ୍ତ୍ରଣ ପତ୍ର ଦେବେ । ଏଥିସହ ପରିକ୍ରମା ପ୍ରକଳ୍ପର ଯଜ୍ଞ ଓ ହୋମ ଆଦି ବିଧିବିଧାନ ସମ୍ପର୍କରେ ଜଗତଗୁରୁଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିବେ ।

ଶୁକ୍ରବାର ସକାଳୁ ନିମନ୍ତ୍ରଣ ପତ୍ର ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ପରିଚାଳନା କମିଟିର ତିନି ଜଣ ସଦସ୍ୟ ବାହାରି ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ସହ ଉଜ୍ଜୟିନୀ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ପତ୍ର ଦେବେ । ତେବେ ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ୟେକଟି କ୍ଷେତ୍ରରେ ଜଗତଗୁରୁଙ୍କୁ ଅଣଦେଖା କରୁଥିବା ନେଇ ଏହାକୁ ନେଇ କ୍ଷୋଭ ପ୍ରକାଶ କରୁଥିବା ବେଳେ ନିମନ୍ତ୍ରଣ ପତ୍ର ସ୍ବୀକାର କରି ଲୋକାର୍ପଣ କାର୍ଯ୍ୟକ୍ରମରେ ଶଙ୍କରାଚାର୍ଯ୍ୟ ଯୋଗଦେବେ ବୋଲି ପରିଚାଳନା କମିଟି ସଦସ୍ୟ ଆଶା ରଖିଛନ୍ତି । ଏହାପରେ  ଭାରତବର୍ଷର ଚାରିଧାମ, ୧୨ ଜ୍ୟୋର୍ତିଲିଙ୍ଗ, ଭାରତ ବର୍ଷର ବିଭିନ୍ନ ଶୈବପୀଠ ଓ ଜଗନ୍ନାଥ ମନ୍ଦିର ସହ ଅନ୍ୟାନ୍ୟ ପ୍ରମୁଖ ମନ୍ଦିରର ମୁଖ୍ୟ ପୂଜକଙ୍କୁ ନିମନ୍ତ୍ରଣ ପାଇଁ ସେବାୟତମାନେ ଯାତ୍ରା କରିବେ ।

You Can Read :

wp:embed {"url":"https://www.prameyanews7.com/cuttack-district-108-ambulance-drivers-on-strike/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cuttack-district-108-ambulance-drivers-on-strike/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.