ନୂଆଦିଲ୍ଲୀ ୦୭/୦୧; ବୈଦିକ ଜ୍ୟୋତିଷରେ ଗ୍ରହଙ୍କ ରାଶି ପରିବର୍ତ୍ତନ ଖୁବ୍ ଗୁରୁତ୍ତ୍ବପୂର୍ଣ୍ଣ । ୨୦୨୩ ମସିହା ଜାନୁଆରି ୧୭ରେ ଶନି କୁମ୍ଭ ରାଶିକୁ ଗୋଚର କରିବେ। ଶନିଙ୍କ ମକର ରାଶି ଯାତ୍ରା ପରେ କୁମ୍ଭ ରାଶିରେ ପ୍ରବେଶ କରିବା ମାତ୍ରେ କିଛି ରାଶିଙ୍କୁ ଶନିଙ୍କ ସାଢ଼େ ସାତିରୁ ମୁକ୍ତି ମିଳିବ ତ ଆଉ କେତେକ ରାଶି ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ।
ଜାନୁଆରୀ ୧୭ରେ କୁମ୍ଭ ରାଶିକୁ ପ୍ରବେଶ କରିବା ମାତ୍ରେ ଧନୁରାଶି ଲୋକଙ୍କୁ ସାଢ଼େ ସାତିରୁ ମୁକ୍ତି ମିଳିବ। ସେହିପରି ତୁଳା ଓ ମିଥୁନ ରାଶି ଜାତକ ଉପରେ ଏହାର ପ୍ରଭାବ ସରିବ। ଏହିପ୍ରକାରେ ଧନୁ, ତୁଳା ଓ ମିଥୁନ ରାଶି ଲୋକଙ୍କ ଉପରେ ଅନୁକୂଳ ପ୍ରଭାବ ଦେଖିବାକୁ ମିଳିବ। ସେମାନଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ସମାଜରେ ମାନ, ସମ୍ମାନ ଏବଂ ଯଶ ପ୍ରାପ୍ତି ହେବ। ମୀନ ରାଶି ଉପରେ ଶନିଙ୍କ ପ୍ରଥମ ଚରଣ ଆରମ୍ଭ ହେବ। ସେହିପରି ମକର ଓ କୁମ୍ଭ ଉପରେ ବି ଏହି ବର୍ଷ ଶନିଙ୍କ ସାଢ଼େ ସାତି ଜାରି ରହିବ। ଏହା ବାଦ୍ କର୍କଟ ଓ ବିଛା ରାଶି ଉପରେ ଏହାର ପ୍ରଭାବ ପଡ଼ିବ। ମକର ରାଶି ଉପରେ ଶନିଙ୍କ ସାଢ଼େ ସାତିର ତୃତୀୟ ଚରଣ ଆରମ୍ଭ ହେବ। ଏହା ଦ୍ବାରା କିଛି ଶୁଭ ଫଳ ଏହି ରାଶି ଲୋକଙ୍କୁ ମିଳିବ।
ତେବେ ଏହା ହେବ କୁମ୍ଭରାଶି ପାଇଁ ଶନିଙ୍କ ସାଢ଼େ ସାତିର ଦ୍ବିତୀୟ ଚରଣ। ଦ୍ବିତୀୟ ଚରଣ ଖୁବ୍ ଭୟଙ୍କର। କାରଣ ଏହା ମାନସିକ, ଶାରୀରିକ ଓ ଆର୍ଥିକ ଦୃଷ୍ଟିରୁ କଷ୍ଟ ଦେଇଥାଏ। ତେବେ ଏହା ଶନିଙ୍କ ସ୍ବରାଶି ହୋଇଥିବାରୁ ସେତେଟା କଷ୍ଟଦାୟକ ରହିବ ନାହିଁ। କିଛି ମାମଲାରେ ଲାଭ ମଧ୍ୟ ମିଳିବ। କୋର୍ଟ କଚେରି ଏବଂ ପରୀକ୍ଷାରେ ସଫଳତା ମିଳିବ। ସପ୍ତମ ଦୃଷ୍ଟି ଯୋଗୁଁ ଦାମ୍ପତ୍ୟ ଜୀବନ ଅଶାନ୍ତି ଭିତରେ ଗତି କରିବ।
ଯେଉଁ ବିଲ୍ଡିଂରେ ଚାଲିଥିଲା କେସ୍, ସେଇଠି ହେବ ଶପଥ ଗ୍...