ନଭେମ୍ବର ମାସ ୨୭ ତାରିଖଠାରୁ ୬ଟି ରାଶିର ବ୍ୟକ୍ତିଙ୍କ କଷ୍ଟ ଦୂର କରିବେ ଶନିଦେବ, ମିଳିବ ସୁଖ,ଶାନ୍ତି ଓ ସମୃଦ୍ଧି

Published By : Prameya-News7 Bureau | November 26, 2019 IST

ଜ୍ୟୋତିଷଶାସ୍ତ୍ର ଅନୁସାରେ ଆସନ୍ତା ୨୭ ତାରିଖଠାରୁ ୬ଟି ରାଶିର ବ୍ୟକ୍ତିଙ୍କ ଦୁଃଖ ଦୂର ହେବ। ଶନିଦେବଙ୍କ ଶୁଭ ଦୃଷ୍ଟି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିବ। ଏଥିସହ ଆର୍ଥିକ ଅବସ୍ଥା ସୁଦୃଢ଼ ହେବ। ଦୀର୍ଘଦିନରୁ ଲାଗି ରହିଥିବା ଦୁଃଖ କଷ୍ଟ ଦୂର ହେବା ସହ ବ୍ୟବସାୟ, ଚାକିରି କ୍ଷେତ୍ରରେ ସଫଳତା ମିଳିବ। ବହୁ ଦିନରୁ ଅଟକି ରହିଥିବା ଧନ ଅଚାନକ ପ୍ରାପ୍ତି ହେବ।

ସମାଜର ମଙ୍ଗଳ କାର୍ଯ୍ୟରେ କିଛି ଅର୍ଥ ଦାନ କଲେ ଶନିଦେବଙ୍କ ଶୁଭ ଦୃଷ୍ଟି ଆପଣଙ୍କ ଉପରେ ରହିବ। ପ୍ରତିଦିନ ପଶୁ ଓ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ। ଭୋକିଲା ଲୋକଙ୍କୁ ଅନ୍ନ ଦାନ କରନ୍ତୁ। ପ୍ରତ୍ୟେକ ଶନିବାର ସ୍ବତନ୍ତ୍ର ଭାବେ ଶନିଦେବଙ୍କ ପୂଜାର୍ଚ୍ଚନା କରନ୍ତୁ।  ବିବାହ​‌ କାର୍ଯ୍ୟ ବିଳମ୍ବ ହେଉଥିଲେ ପ୍ରତ୍ୟେକ ଶନିବାର  ଶନିଦେବଙ୍କ ପାଖରେ ଦୀପ ଜଳାନ୍ତୁ।

ବ୍ୟବସାୟ କ୍ଷେତ୍ରରେ  ଲାଭବାନ୍‌ ହେବେ  ଆସନ୍ତା ନଭେମ୍ବର ୨୭ ତାରିଖଠାରୁ  ବୃଷ, ବିଛା, ମିଥୁନ, ଧନୁ, ମକର ଓ କର୍କଟ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳିବ।  ବିଶେଷ କରି ଏହି ରାଶିର ବ୍ୟକ୍ତିଙ୍କୁ ଶୁଭ କାର୍ଯ୍ୟରେ ସଫଳତା ମିଳିବ। ଏହି ରାଶିର ବ୍ୟକ୍ତିମାନଙ୍କୁ ଅନେକ ଖୁସୀ ଖବର ମିଳିବାର ସମ୍ଭାବନା ରହିଛି ।  ଅର୍ଥଲାଭ ,ମାନସମ୍ମାନ ଲାଭ , ଧନଲାଭ, କାର୍ଯ୍ୟ ଦକ୍ଷତା ବୃଦ୍ଧି  ଓ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.