ଖୁବ୍ ଶୀଘ୍ର ଏହି ରାଶିର ବ୍ୟକ୍ତି ଶନି ଦଶାରୁ ପାଇବେ ମୁକ୍ତି, ଜାଣନ୍ତୁ ଏହା ପଛର କାରଣ
19/05/2022 at 9:46 PM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେକୌଣସି ଗ୍ରହର ରାଶି ପରିବର୍ତ୍ତନ ସମସ୍ତ ରାଶିର ଉପରେ ଶୁଭ ଏବଂ ଶୁଭ ପ୍ରଭାବ ପକାଇଥାଏ । ଶନି ପୁଣି ଥରେ ଜୁଲାଇ ୧୨ରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏଥର ଶନିଙ୍କ ରାଶି ପରିବର୍ତ୍ତନ ଯୋଗୁଁ କିଛି ରାଶି ଉପରେ ଭଲ ପ୍ରଭାବ ପଡିବାକୁ ଯାଉଛି । ଶନିଙ୍କ ରାଶି ପରିବର୍ତ୍ତନ ହେବା ମାତ୍ରେ କିଛି ରାଶିର ଜାତକରେ ଶନିଙ୍କ ସାଢେ ସାତୀ ଆରମ୍ଭ ହୋଇଥାଏ ତ କିଛି ଉପରେ ଢୈୟା । ସେହିଭଳି କିଛି ରାଶିର ଜାତକ ଏଥିରୁ ମୁକ୍ତ ହୋଇଥାନ୍ତି । ଜୁଲାଇ ୧୨ରେ ଶନି ପୁଣି ଥରେ ମକର ରାଶିରେ ପ୍ରବେଶ କରିବେ । ଶନି ଚଳିତ ବର୍ଷ ଦ୍ବିତୀୟ ଥର ଗୋଚର କରିବେ । ଶନିଙ୍କ ଏହି ଗୋଚରର ପ୍ରଭାବ କର୍କଟ, ବିଛା ଏବଂ ମୀନ ରାଶି ଉପରେ କଣ ପ୍ରଭାବ ପକାଇବା ଆସନ୍ତୁ ଜାଣିବା ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ଚଳିତ ବର୍ଷ ଦୁଇ ଥର ରାଶି ପରିବର୍ତ୍ତନ କରିବେ । ପ୍ରଥମେ ଶନି ଅପ୍ରେଲ ୨୯ରେ ରାଶି ପରିବର୍ତ୍ତନ କରିସାରିଛନ୍ତି । ପୁଣି ଜୁଲାଇ ୧୨ରେ ଶନି ରାଶି ପରିବର୍ତ୍ତନ କରିବେ । ଶନି ଅପ୍ରେଲ ୨୯ରେ ମକର ରାଶିରେ ପ୍ରବେଶ କରିଥିବା ବେଳେ ଜୁଲାଇ ୧୨ରେ ପୁଣି ଥରେ ମକର ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ରାଶିରେ ଶନି ୨୦୨୩ ଜାନୁଆରୀ ୧୭ ପର୍ଯ୍ୟନ୍ତ ରହିବାକୁ ଯାଉଛନ୍ତି ।
ମକର ରାଶିରେ ଶନିଙ୍କ ଗୋଚର କର୍କଟ, ବିଛା ଏବଂ ମୀନ ରାଶିର ଜାତକକୁ ଆଶ୍ବସ୍ତି ପ୍ରଦାନ କରିବ । ଶନି ଏହି ରାଶିରେ ୨୦୨୩ ଜାନିଆରୀ ୧୭ ପର୍ଯ୍ୟନ୍ତ ରହିବାକୁ ଯାଉଛନ୍ତି । ଶନିଙ୍କ ଏହି ଗୋଚର ଯୋଗୁଁ ଏହି ତିନି ରାଶିର ଜାତକ ଶନି ଦଶାରୁ ମୁକ୍ତି ପାଇବେ ।
୨୦୨୨ ଅପ୍ରେଲ ୨୯ରେ ଶନି ମକର ରାଶିରେ ପ୍ରବେଶ କରିବା ମାତ୍ରେ କର୍କଟ, ବିଛା ରାଶି ଶନିଙ୍କ ଢୈୟାରେ ଆସିଥିଲେ । କିନ୍ତୁ ପୁଣି ଥରେ ଶନିଙ୍କ ଗୋଚର ଏହି ଦୁଇ ରାଶିକୁ ଶନିଙ୍କ ଢୈୟାକୁ ମୁକ୍ତି ଦେବ । ୨୦୨୩ ଜାନୁଆରୀ ୧୭ ପର୍ଯ୍ୟନ୍ତ ଏହି ଦୁଇ ରାଶିର ଜାତକ ଶନିଙ୍କ ଢୈୟାରୁ ମୁକ୍ତ ରହିବେ କିନ୍ତୁ ଜାନୁଆରୀ ୧୭ ପରେ ପୁଣି ଥରେ ଶନିଙ୍କ ଢୈୟା ଆରମ୍ଭ ହୋଇଯିବ ।
ଜୁଲାଇ ୧୨ରେ ଶନିଙ୍କ ଗୋଚର ମୀନ ରାଶିର ଜାତକକୁ ଶନି ସାଢେ ସାତୀରୁ ମୁକ୍ତ କରିବ । ମୀନ ରାଶିର ଜାତକ ୨୦୨୩ ଜାନୁଆରୀ ୧୭ ପର୍ଯ୍ୟନ୍ତ ସାଢେ ସାତୀରୁ ମୁକ୍ତି ପାଇବେ । କିନ୍ତୁ ଜାନୁଆରୀ ୧୭ ପରେ ମୀନ ରାଶିର ଜାତକ ପୁଣି ଥରେ ସାଢେ ସାତୀରେ ଘାଣ୍ଟିହେବେ ।