ବରିଷ୍ଠ କ୍ରିକେଟର ସେନ୍ ଓ୍ଵାଟଟସନଙ୍କୁ ସମ୍ମାନିତ କଲା ଆଇ.ସି.ସି, ଭାରତ ବିପକ୍ଷ ୨୦୧୨ ଓ୍ଵାଲର୍ଡ ଟି-୨୦ରେ ଖେଳିଥିଲେ ଚମତ୍କାର ଇଂନିସ

Published By : Prameya-News7 Bureau | November 05, 2020 IST

ନୂଆଦିଲ୍ଲୀ ୦୫/୧୧ : ଅଷ୍ଟ୍ରେଲିଆ କ୍ରିକେଟର ସେନ ଓ୍ବାଟସନ ମଙ୍ଗଳବାର କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ବିଗତ ୨ ଦଶନ୍ଦି ଧରି କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଅଲରାଉଣ୍ତର ପ୍ରଦର୍ଶନ କରି ବିଶ୍ବ କ୍ରିକେଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ବିଶ୍ବ କ୍ରିକେଟର ଅଲରାଉଣ୍ଡର ତାଲିକାରେ ଯେଉଁ କେତେ ଜଣ ନାଁ ଆସେ ସେଥି ମଧ୍ୟରୁ ସେନ ଓ୍ବାଟସନଙ୍କ ନାଁ ଅନ୍ୟତମ । ଚମତ୍କାର ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆକୁ ବହୁବାର ବିଜୟୀ କରିବାରେ ଓ୍ବାଟସନଙ୍କ ଅବଦାନ ଅବିସ୍ମରଣୀୟ । କେବଳ ବ୍ୟାଟିଂ ନୁହେଁ ବୋଲିଂରେ ମଧ୍ୟ ପଡିଆ ମଧ୍ୟରେ ନିଜର ଦବଦବା ଦେଖାଇଛନ୍ତି ଓ୍ବାଟସନ ।

ତେବେ ଇଣ୍ଟରନେସନାଲ କ୍ରିକେଟ କାଉସିଲ (ଆଇସିସି) ନିଆରା ଢଙ୍ଗରେ ଓ୍ବାଟସନଙ୍କୁ ବିଦାୟ ଜଣାଇଛି । ଭାରତ ବିପକ୍ଷରେ ୨୦୧୨ରେ ଖେଳାଯାଇଥିବା ଟି-ଟ୍ବେଣ୍ଟି ବିଶ୍ବ କପର ଏକ ମ୍ୟାଚରେ ଓ୍ବାଟସନଙ୍କ ଚମତ୍କାର ଇଂନିସକୁ ମନେପକାଇଛି ଆଇସିସି । ତାଙ୍କ ସମ୍ମାନର୍ଥେ ସୋସିଆଲ ମିଡିଆରେ ସେହି ମ୍ୟାଚର କିଛି ଫଟୋ ଓ ଭିଡିଓ ମଧ୍ୟ ସେୟାର କରିଛି ଆଇସିସି ।

wp:html
/wp:html

୨୦୧୨ ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ଭଲ ଆରମ୍ଭ କରିଥିଲା କିନ୍ତୁ ମଧ୍ୟ କ୍ରମରେ ଭାରତୀୟ ବ୍ୟାଟ୍ସମ୍ୟାନ ଜଣଙ୍କ ପରେ ଜଣେ ଆଉଟ ହୋଇ ପ୍ୟାବିଲିୟନ ଫେରିଥିଲେ । ସେହି ମ୍ୟାଚରେ ଭାରତ ମୋଟ ୧୪୦/୭ ରନ କରିବାକୁ ସକ୍ଷମ ହୋଇଥିଲା ଏବଂ ସେହି ମ୍ୟାଚରେ ସେନ ଓ୍ବାଟସନ ୩ଟି ଓ୍ବିକେଟ ଅକ୍ତିଆର କରିଥିଲେ । କେବଳ ସେତିକି ନୁହେଁ ସେହି ମ୍ୟାଚରେ ଚମତ୍କାର ବ୍ୟାଟିଂ କରି ମାତ୍ର ୪୨ ବଲରୁ ୭୨ ରନ ସଂଗ୍ରହ କରିଥିଲେ ଓ୍ବାଟସନ । ସେ ମୋଟ ୭ଶହ ଆର୍ନ୍ତଜାତିକ ଏବଂ ଘରୋଇ ମ୍ୟାଚ ଖେଳି ୨୫ହଜାର ରନ ସଂଗ୍ରହ କରିଥିଲେ । ସେହି ପରି ବୋଲିଂରେ ମଧ୍ୟ ୬ଶହ ଓ୍ବିକେଟ ନେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।  କ୍ରିକେଟ ପ୍ରତି ଅବଦାନକୁ ମନେପକାଇ ପ୍ରଶଂସକ ମାନେ ସୋସିଆଲ ମିଡିଆରେ ସେନ ଓ୍ବାଟସନଙ୍କୁ ପ୍ରଶଂସା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.