Shane Warne Death: ଭାରତ ବିପକ୍ଷରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ଏହି ଯାଦୁଗରୀ ସ୍ପିନର

Published By : Prameya-News7 Bureau | March 04, 2022 IST

ନୂଆଦିଲ୍ଲୀ ୦୪।୦୩: ଆଉ ଦୁନିଆରେ ନାହାନ୍ତି ମହାନ ଲେଗ୍ ସ୍ପିନର ଶେନ ଓ୍ଵର୍ଣ୍ଣ। ଶୁକ୍ରବାର ଥାଇଲାଣ୍ଡରେ ହୃଦଘାତରେ କିମ୍ବଦନ୍ତୀ ଖେଳାଳି ଶେନ ଓ୍ଵର୍ଣ୍ଣଙ୍କ ପରଲୋକ ଘଟିଛି। ୫୨ ବର୍ଷ ବୟସରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ କ୍ରିକେଟ୍ ଜଗତରେ ଶୋକର ଛାୟା ଖେଳି ଯାଇଛି। ଅନେକ କ୍ରିକେଟର ତାଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି। ତାଙ୍କ ପରଲୋକ ସହିତ କ୍ରିକେଟ୍ ଜଗତରେ ଏକ ଯୁଗର ଅବସାନ ଘଟିଛି।

ଓ୍ଵର୍ଣ୍ଣଙ୍କ ମ୍ୟାନେଜମେଣ୍ଟ ଟିମ୍ ପକ୍ଷରୁ ଜାରି ବୟାନ ଅନୁଯାୟୀ, ଥାଇଲାଣ୍ଡର କୋହ ସାମୁଇର ଏକ ଭିଲ୍ଲାରେ ଅଚେତ୍ ଅବସ୍ଥାରେ ପଡିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ତାଙ୍କ ଜୀବନ ବଞ୍ଚାଯାଇ ପାରିନଥିଲା।

ଶେନ ଓ୍ଵର୍ଣ୍ଣ ଭାରତ ବିପକ୍ଷରେ ୧୯୯୨ରେ ସିଡନୀ ଟେଷ୍ଟରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। ସେ ନିଜର ଶେଷ ଟେଷ୍ଟ ୨୦୦୭ରେ ଇଂଲଣ୍ଡ ବିପକ୍ଷରେ ସିଡନୀରେ ହିଁ ଖେଳିଥିଲେ। ଯେବେ ଓ୍ଵର୍ଣ୍ଣ କ୍ରିକେଟରୁ ଅବସର ନେଲେ ସେହି ସମୟରେ ଅଷ୍ଟ୍ରେଲିଆ ଦଳର ଅନ୍ୟ ତିନି ଜଣ ଖେଳାଳି ମଧ୍ୟ ସନ୍ନ୍ୟାସ ନେଇଥିଲେ।

ଓ୍ଵର୍ଣ୍ଣ ୧୨ ଘଣ୍ଟା ପୂର୍ବେ ନିଜର ଶେଷ ଟ୍ଵିଟ୍ କରିଥିଲେ। ଏହି ଟ୍ଵିଟ୍‌ରେ ସେ ରୋଡ୍ ମାର୍ଶଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଥିଲେ। ସେ ଲେଖିଥିଲେ ମାର୍ଶ କ୍ରିକେଟ୍‌ରେ ଜଣେ ମହାନ ଖେଳାଳି ଥିଲେ। ସେ ଅନେକ ଯୁବ ଖେଳାଳିଙ୍କୁ ପ୍ରେରିତ କରିଥିଲେ।

{"id":595802,"sizeSlug":"full","linkDestination":"none"}

ଶେନ ଓ୍ଵର୍ଣ୍ଣ ବିଶ୍ଵରେ ଟେଷ୍ଟ କ୍ରିକେଟ୍‌ରେ ମୁଥୈୟା ମୁରଲୀଧରଣଙ୍କ ପରେ ଦ୍ଵିତୀୟ ସର୍ବାଧିକ ହାସଲକାରୀ ବୋଲର। କେବଳ ଅଷ୍ଟ୍ରେଲିଆ ନୁହେଁ କ୍ରିକେଟ୍ ଜଗତ ପ୍ରତି ତାଙ୍କର ଅତୂଳନୀୟ ଅବଦାନ ରହିଛି। ଓ୍ଵର୍ଣ୍ଣ ୧୯୯୨ ରୁ ୨୦୦୭ ପର୍ଯ୍ୟନ୍ତ ୨୫.୪୧ ହାରରେ ୧୪୫ ଟେଷ୍ଟରେ ୭୦୮ ଓ୍ଵିକେଟ୍ ନେଇଛନ୍ତି। ସେ ୧୦ ଓ୍ଵିକେଟ୍ ୧୦ ଥର ନେଇଥିବା ବେଳେ ୫ ଓ୍ଵିକେଟ୍ ୩୭ ଥର ନେଇଛନ୍ତି। ସେହି ପରି ୧୯୯୩ ରୁ ୨୦୦୫ ପର୍ଯ୍ୟନ୍ତ ୧୯୪ଟି ଦିନିକିଆରୁ ୨୯୩ ଓ୍ଵିକେଟ୍ ଦଖଲ କରିଛନ୍ତି ଏହି ମହାନ ଲେଗ ସ୍ପିନର।

୧୯୯୨ରେ ଟେଷ୍ଟ ପଦାର୍ପଣ କରିଥିଲେ ଶେନ ଓ୍ଵର୍ଣ୍ଣ। ସେ ଟେଷ୍ଟ ଏବଂ ଦିନିକିଆରେ ମିଳିତ ୧୦୦୦ ଅନ୍ତର୍ଜାତୀୟ ଓ୍ଵିକେଟ୍ ନେଇଛନ୍ତି। ଏହି ମାଇଲ ଖୁଣ୍ଟ ଛୁଇଁବାରେ ସେ ମୁଥୈୟା ମୁରଲୀଧରଣଙ୍କ ପରେ ଦ୍ଵିତୀୟ ବୋଲର।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.