ବି-ଟାଉନ୍‌ରେ ଡେବ୍ୟୁ କରିବେ ଶନାୟା କପୁର, ‘ବେଧଡ଼କ୍‌’ରେ ଆସିବେ ନଜର

Published By : Prameya-News7 Bureau | September 24, 2022 IST

ମୁମ୍ଵାଇ ୨୪।୦୯: ଶଶାଙ୍କ ଖୈତାନଙ୍କ ‘ବେଧଡ଼କ୍‌’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର । ଏଥିରେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ଗୁରଫତେ ପୀର୍‌ଜାଦା ଓ ଲକ୍ଷ୍ୟ ଲାଲୱାନି । ଆସନ୍ତା ବର୍ଷ କ୍ୟାରିଅର୍‌ର ପ୍ରଥମ ଫିଲ୍ମ ‘ବେଧଡ଼କ୍‌’ର ସୁଟିଂ ଆରମ୍ଭ କରିବେ ଶନାୟା। ଏ ନେଇ ଖୁବ୍‌ ଉତ୍ସାହିତ ଓ ନର୍ଭସ୍‌ ଅଛନ୍ତି ବୋଲି ଏକ ସାକ୍ଷାତକାରରେ ସେ କହିଛନ୍ତି । ନିଜ ପିଲାଦିନର ସ୍ୱପ୍ନକୁ ସତ କରିବାର ବହୁତ ନିକଟତର ହୋଇଛନ୍ତି ଶନାୟା। ସହ କଳାକାରଙ୍କ ସହ ବ୍ୟାପକ ସ୍ତରରେ ପ୍ରସ୍ତୁତ ହୋଇଛନ୍ତି । ଶନାୟା କହନ୍ତି, ମୁଁ ଯେତିକି ନର୍ଭସ୍‌, ସେତିକି ଉତ୍ସାହିତ। ନର୍ଭସ୍‌ ହେବାର କାରଣ, ଏହା କେବଳ ମୋର ପ୍ରଥମ ଫିଲ୍ମ ନୁହେଁ, ଏକ ସୁଦୀର୍ଘ ଓ ବହୁମୁଖୀ କ୍ୟାରିଅର୍‌ ଅଭିମୁଖେ ମୋର ପ୍ରଥମ ସିଡ଼ି । ଉତ୍ସାହିତ ଏଥିପାଇଁ ଯେ ପିଲାଦିନର ସ୍ୱପ୍ନ ମୋର ଖୁବ୍‌ଶୀଘ୍ର ସତ ହେବାକୁ ଯାଉଛି।

ଲାଇଟ୍‌-କ୍ୟାମେରା- ଆକ୍ସନ୍‌ର ସ୍ୱପ୍ନ ବାସ୍ତବତାରେ ରୂପାନ୍ତରିତ ହେବାକୁ ଯାଉଛି । ମୋଟାମୋଟି କହିବାକୁ ଗଲେ ମୋ ଭିତରେ ସମସ୍ତ ପ୍ରକାର ଭାବନାର ସମନ୍ୱୟ ହୋଇଛି। ଫିଲ୍ମଟି ମୋ ହୃଦୟର ସବୁଠୁ ନିକଟତର। ପୂରା ଟିମ୍‌ ଏଥିପାଇଁ ଖୁବ୍‌ ପରିଶ୍ରମ କରିଛୁ । ଶନାୟା ନିଜ ପ୍ରଦର୍ଶନ ଜରିଆରେ ଦର୍ଶକଙ୍କୁ ହୃଦୟଙ୍ଗମ କରାଇବାକୁ ଚାହୁଁଛନ୍ତି ଯେ ଏହି ସୁଯୋଗ ପାଇଁ ସେ ବାସ୍ତବରେ ଯୋଗ୍ୟ । ଷ୍ଟାର୍‌ କିଡ୍‌ ଭାବେ ପ୍ରଥମ ସୁଯୋଗ ପାଇଛନ୍ତି ବୋଲି ଲୋକେ ଯେମିତି ଅନୁଭବ ନ କରନ୍ତୁ, ସେଥିପାଇଁ ସେ କଠିନ ପରିଶ୍ରମ କରୁଛନ୍ତି । ଆଗକୁ ମଧ୍ୟ ପରିଶ୍ରମ ଜାରି ରଖିବାକୁ କହିଛନ୍ତି । ଦର୍ଶକ ଯେତେବେଳେ ପରଦାରେ ତାଙ୍କ କାମ ଦେଖିବେ, ନିଶ୍ଚୟ ତାଙ୍କୁ ମାନ୍ୟତା ଦେବେ ବୋଲି ସେ ଆଶା ବାନ୍ଧିଛନ୍ତି । ନିକଟରେ ମା’ ମହିପ କପୁରଙ୍କ ସହିତ ‘ଫାବୁଲସ୍‌ ଲାଇଭ୍‌ସ ଅଫ୍‌ ବଲିଉଡ୍‌ ୱାଇଭ୍‌ସ’ ସିଜନ୍‌-୨ରେ ନଜର ଆସିଥିଲେ ଶନାୟା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.