ଶାମି-ସିରାଜ ଏବଂ ବୁମରା... ଭାରତକୁ ବିଶ୍ଵ କପ୍ ଜିତାଇବେ ଏହି ତ୍ରିମୂର୍ତ୍ତି !

Published By : Prameya-News7 Bureau | January 22, 2023 IST

ନୂଆଦିଲ୍ଲୀ: ଭାରତୀୟ ଦଳ ଦିନିକିଆ ବିଶ୍ଵ କପ୍ ୨୦୨୩ର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହି କ୍ରମରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ଜିତି ନେଇଛି ଭାରତୀୟ ଦଳ। ଏହା ପୂର୍ବରୁ ଘରୋଇ ମାଟିରେ ଦଳ ଶ୍ରୀଲଙ୍କାକୁ ମାତ୍ ଦେଇଥିଲା। ଭାରତୀୟ ଦଳର ବ୍ୟାଟିଂକ୍ରମ ବର୍ତ୍ତମାନ ଚତ୍ମକାର ଫର୍ମରେ ଅଛନ୍ତି। ଏଥିସହ ବୋଲିଂ ଆକ୍ରମଣ ମଧ୍ୟ ନିଜର ଜଲଓ୍ଵା ଦେଖାଉଛନ୍ତି। ଯଦି ବର୍ତ୍ତମାନର ଫର୍ମ ଏବଂ ସଂଯୋଜନାକୁ ଦେଖିବା ତେବେ ବିଶ୍ଵ କପ୍ ପାଇଁ ଭାରତୀୟ ଦଳର ଦ୍ରୁତ ବୋଲିଂ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ।

ଶାମି-ବୁମରା ଏବଂ ସିରାଜ୍‌ଙ୍କ ତ୍ରିମୂର୍ତ୍ତି

ଯଶପ୍ରୀତ ବୁମରା ଆହତଜନିତ ସମସ୍ୟା କାରଣରୁ ଦୀର୍ଘ ସମୟ ଧରି ପଡିଆ ବାହାରେ ଅଛନ୍ତି। କିନ୍ତୁ ଏହା ସ୍ପଷ୍ଟ ଯେ, ସେ ଯେବେ ମଇଦାନକୁ ଫେରିବେ ଭାରତୀୟ ଦଳର ଦ୍ରୁ ବୋଲିଂ ଆକ୍ରମଣର ନେତୃତ୍ଵ ନେବେ। ଗତ କିଛି ବର୍ଷ ହେବ ବୁମରା ଭାରତୀୟ ପାଇଁ ସବୁଠୁ ସଫଳ ଦ୍ରୁତ ବୋଲର, ଯିଏ ନିଜ ଦମରେ ଅନେକ ମ୍ୟାଚ୍ ଜିତାଇଛନ୍ତି। କୁହାଯାଉଛି ଆଇପିଏଲ୍ କିମ୍ବା ଆଇପିଏଲ୍ ପରେ ଯଶପ୍ରୀତ ବୁମରାଙ୍କ ପଡିଆକୁ ଦମଦାର ପ୍ରତ୍ୟାବର୍ତ୍ତନ କରି ପାରନ୍ତି।

ବୁମରାଙ୍କ ବ୍ୟତୀତ ବର୍ତ୍ତମାନ ମହମ୍ମଦ ଶାମି ପୁଣି ଥରେ ଚମତ୍କାର ଫର୍ମରେ ନଜର ଆସିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାର ଦୁଇଟି ମ୍ୟାଚ୍‌ରେ ୪ ଓ୍ଵିକେଟ୍ ନେଇ ସାରିଛନ୍ତି। ଦ୍ଵିତୀୟ ଦିନିକିଆରେ ସେ ତିନୋଟି ଓ୍ଵିକେଟ୍ ନେଇ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ଭଲ ଫର୍ମରେ ଥିଲେ।

wp:heading {"level":4}

ଏ ଖବର ପଢନ୍ତୁ- କଥା ୨୦୧୧ ବିଶ୍ୱକପ୍‌ର… ୨୦୦୭ର ପ୍ରତିଶୋଧ ନେଇଥିଲା ଟିମ୍‌ ଇଣ୍ଡିଆ, ସେହଓ୍ୱାଗ ଖେଳିଥିଲେ ଧୁଆଁଧାର ଇନିଂସ

/wp:heading

ଭାରତୀୟ ଦଳ ପାଇଁ ଆଉ ଏକ ଭଲ ଖବର ଯେ, ମହମ୍ମଦ ସିରାଜ ସଂପ୍ରତି ଶାଣିତ ବୋଲିଂ କରୁଛନ୍ତି। ଏ ପର୍ଯ୍ୟନ୍ତ ଟେଷ୍ଟ ଫର୍ମାଟ୍‌ରେ ଭଲ ପ୍ରଦର୍ଶନ କରି ଆସୁଥିବା ସିରାଜ ବର୍ତ୍ତମାନ ଦିନିକିଆରେ ବି ନିଜର ଜଲଓ୍ଵା ଦେଖାଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚ୍‌ରେ ସେ ୫ଟି ଓ୍ଵିକେଟ୍ ନେଇ ସାରିଛନ୍ତି। ଏହା ପୂର୍ବରୁ ଶ୍ରୀଲଙ୍କା ଶୃଙ୍ଖଳାରେ ସେ ୯ ଓ୍ଵିକେଟ୍ ଦାଖଲ କରିଥିଲେ।

ତେଣୁ ଏହି ତିନି ବୋଲରଙ୍କୁ ନେଇ ଭାରତୀୟ ଦ୍ରୁତ ବୋଲର ବିଭାଗ ବେଶ ଆଶାବାଦୀ ଅଛନ୍ତି। ଏହା ବ୍ୟତୀତ ଭାରତୀୟ ଦଳ ନିକଟରେ ଅନେକ ବିକଳ୍ପ ମଧ୍ୟ ରହିଛି। ହାର୍ଦ୍ଦିକ ପାଣ୍ଡ୍ୟା ନିୟମିତ ବୋଲିଂର ଭଲ ବିକଳ୍ପ ପାଲଟିଛନ୍ତି। ଏହାସହିତ ଅର୍ଶଦୀପ ସିଂ, ଉମରାନ ମଲିକ୍, ଶାର୍ଦ୍ଦୁଳ ଠାକୁର ଭାରତୀୟ ଦଳରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.