ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଅଷ୍ଟ୍ରେଲିଆ କ୍ରିକେଟର ମାଥ୍ୟୁ ଓ୍ଵେଦଙ୍କ ହୀନ କାର୍ଯ୍ୟ, କ୍ୟାଚ୍ ନେବା ବେଳେ ଇଂଲଣ୍ଡ ବୋଲରଙ୍କୁ ମାରିଲେ ଧକ୍କା, Video

9/10/2022 at 9:35 PM

ପର୍ଥ: ଭ୍ରମଣକାରୀ ଇଂଲଣ୍ଡର ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଦମଦାର ଆରମ୍ଭ କରିଛି। ରବିବାର ପର୍ଥରେ ଖେଳାଯାଇଥିବା ପ୍ରଥମ ଟି-୨୦ ମୁକାବିଲାରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ୮ ରନରେ ପରାସ୍ତ କରିଛି। ବିଜୟ ସହିତ ଜୋସ୍ ବଟଲରଙ୍କ ନେତୃତ୍ଵାଧୀନ ଇଂଲଣ୍ଡ ତିନି ମ୍ୟାଚ୍‌ର ଟି-୨୦ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଦୁଇ ଦେଶ ମଧ୍ୟରେ ଦ୍ଵିତୀୟ ଟି-୨୦ ମୁକାବିଲା ଅକ୍ଟୋବର ୧୨ରେ କାନବେରାରେ ଖେଳାଯିବ।

ହୀନ କାମ କଲେ ମାଥ୍ୟୁ ଓ୍ଵେଦ

ପ୍ରଥମ ଟି-୨୦ ମୁକାବିଲାରେ ଅପ୍ରୀତିକର ଦୃଶ୍ୟ ଦେଖିବାକୁ ମିଳିଛି। ଯେତେବେଳେ ଅଷ୍ଟ୍ରେଲିଆ ଖେଳାଳି ମାଥ୍ୟୁ ଓ୍ଵେଦ ଆଉଟ୍‌ରୁ ବଞ୍ଚିବା ପାଇଁ ଇଂଲଣ୍ଡ ବୋଲର ମାର୍କ ଉଡଙ୍କୁ ଧକ୍କା ଦେଇଥିଲେ। ଏହି ପୂରା ଘଟଣା ଅଷ୍ଟ୍ରେଲିଆ ଇନିଂସର ୧୭ତମ ଓଭରରେ ଘଟିଛି। ମାଥ୍ୟୁ ଓ୍ଵେଦ ବଡ ସଟ୍ ଖେଳିବାକୁ ପ୍ରୟାସ କରିଥିଲେ ହେଁ ଟାଇମିଂ କରି ପାରିନଥିଲେ ଏବଂ ବଲ୍‌ ଉପରକୁ ଉଠିଥିଲା। ଆଉ ବୋଲର ମାର୍କ ଉଡଙ୍କ ନିକଟରେ କ୍ୟାଚ୍ ଧରିବାର ସୁବର୍ଣ୍ଣ ସୁଯୋଗ ଥିଲା।

ମାର୍କ ଉଡଙ୍କୁ କ୍ୟାଚ୍ ପାଇଁ ନିଜ ପାଖକୁ ଆସୁଥିବା ଦେଖି ଓ୍ଵେଦ କ୍ରିଜରେ ପହଞ୍ଚିବା ଉଦ୍ଦେଶ୍ୟରେ ହୀନ କାମ କରିଥିଲେ। ଏହି ସମୟରେ ନିଜେ କ୍ୟାଚ୍ ଆଉଟ୍‌ରୁ ବଞ୍ଚିବା ପାଇଁ ମାର୍କ ଉଡକୁ ହାତରେ ଧକ୍କା ଦେଇଥିଲେ। ଏହି କାରଣରୁ ମାର୍କ ଉଡ କ୍ୟାଚ୍ ଧରି ପାରିନଥିଲେ। ସବୁଠୁ ବଡ କଥା ଇଂଲଣ୍ଡ ଦଳ ଓ୍ଵେଦଙ୍କ ବିରୋଧରେ ‘ଅବ୍‌ସଷ୍ଟ୍ରକିଂ ଦ ଫିଲ୍ଡ’ ର ଅପିଲ୍ କରି ନଥିଲେ। ତେଣୁ ପଡିଆ ଅମ୍ପାୟର ତୃତୀୟ ଅମ୍ପାୟରର ହସ୍ତକ୍ଷେପ ଲୋଡିନଥିଲେ।

ଯଦି ଇଂଲଣ୍ଡ ଦଳ ‘ଅବ୍‌ସଷ୍ଟ୍ରକିଂ ଦ ଫିଲ୍ଡ’ର ଅପିଲ୍  କରିଥାନ୍ତେ ତେବେ ଓ୍ଵେଦ  ତୃତୀୟ ଅମ୍ପାୟର ଦ୍ଵାରା ଆଉଟ୍ ହୋଇଥାନ୍ତେ। କାରଣ ସେ ଜାଣିଶୁଣି ମାର୍କ ଉଡଙ୍କୁ ଧକ୍କା ଦେଇଥିଲେ। ତେବେ ଓ୍ଵେଦ ସୁଯୋଗର ଫାଇଦା ଉଠାଇ ପାରିନଥିଲେ ଏବଂ ୧୫ ବଲ୍‌ରୁ ୨୧ ରନ କରି ଆଉଟ୍ ହୋଇଥିଲେ। ତାଙ୍କ ଆଉଟ୍ ପରେ ଇଂଲଣ୍ଡ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା।

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ  ହେଲ୍ସଙ୍କ ବିସ୍ଫୋରକ ୮୪ ରନ ଏବଂ ଅଧିନାୟକ ଜୋସ୍ ବଟଲରଙ୍କ ୬୮ ରନ ବଳରେ ୬ ଓ୍ଵିକେଟ୍ ହରାଇ ୨୦୮ ରନ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଏଲିସ ୨୦ ରନ ଦେଇ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୭୩ ରନ ବଳରେ ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୨୦୦ ରନ କରି ପାରିଛି।

   Related Posts