Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଲଜ୍ଜା: ନାବାଳିକା ଝିଆରୀକୁ ଦୁଷ୍କର୍ମ କରି କକା ଗିରଫ

26/09/2021 at 8:25 PM

ପାଟଣା ୨୬।୦୯: କେନ୍ଦୁଝର ଜିଲ୍ଲା  ତୁରୁମୁଙ୍ଗା ଥାନା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା। ନିଜର ନାବାଳିକା ଝିଆରୀକୁ ଦୁଷ୍କର୍ମ କରି କକା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ନୂଆଖମଣ ଗ୍ରାମର ଭୋଳେଶ୍ବର ମୁଣ୍ଡା (୩୦)।

ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ  ଗତ ସୋମବାର ରାତି ୮ ସମୟରେ ପାଇଖାନା ଯାଇଥିବା ସମୟରେ ଅଭିଯୁକ୍ତ କକା ପାଇଖାନା ପଛପଟେ ଜୋର ଜବରଦସ୍ତ  ଭାବରେ ଦୁଷ୍କର୍ମ କରିଥିଲା । ପୀଡିତା ଜଣଙ୍କ ଘଟଣା ସମ୍ପର୍କରେ ଘରେ ଜଣାଇବା ପରେ ଗ୍ରାମରେ ଗୁରୁବାର ଏକ ସଭା ବସି ପୀଡିତାକୁ ଅନ୍ୟତ୍ର ବିବାହ କରାଇବାପାଇଁ ଏକ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ନିଆ ଯାଇଥିଲା। କିନ୍ତୁ ଘଟଣାକୁ ନେଇ ଅଭିଯୁକ୍ତର ସ୍ତ୍ରୀ ପୀଡିତା ପରିବାରକୁ ପାଟିତୁଣ୍ଡ ସହ ଗାଳି ଗୁଳଜ କରିବାରୁ ପୀଡିତା ନାବାଳିକାର ବାପା ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ନାବାଳିକାର ଡାକ୍ତରୀ ମାଇନା କରାଇ  ଅଭିଯୁକ୍ତ କକାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ତୁରୁମୁଙ୍ଗା ଥାନାରେ ୧୦୮ /୨୧ ରେ ଏକ ମାମଲା ରୁଜୁ ହୋଇଛି।

   Related Posts