Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ସୁଟିଂ ସେଟ୍‌ରେ ଆହତ ହେଲେ ଶାର୍ଲିନ, କଣ ଶୋ’ରୁ ନେବେ ଛୁଟି ?

19/03/2023 at 9:31 AM

ମୁମ୍ଵାଇ ୧୯।୦୩: ଅଭିନେତା ଶାର୍ଲିନ ଭନୋଟ୍‌। ତାଙ୍କ ବିଷୟରେ ଏବେ ବଡ ଖବର ସାମ୍ନାକୁ ଆସୁଛି । କୁହାଯାଉଛି ଯେ ଅଭିନେତା ତାଙ୍କର ଆଗାମୀ ସୋ ‘ବେକାବୁ’ର ସେଟରେ ଆହତ ହୋଇଛନ୍ତି। ଶୋ’ ସୁଟିଂର ପ୍ରଥମ ଦିନରେ ଶାର୍ଲିନଙ୍କ ସହ ଏହି ଘଟଣା ଘଟିଥିଲା। ଏହି ସମୟରେ ତାଙ୍କ ଶରୀରରେ ଆଘାତ ଲାଗିଛି ।  ତେବେ ଏହି ସବୁ ସତ୍ତ୍ଵେ ବି ସେ ସୁଟିଂ ଜାରି ରଖିଥିଲେ ।

କହିବାକୁ ଗଲେ ବର୍ତ୍ତମାନ ସମୟରେ ତାଙ୍କ ଆଘାତ ଖବର ବିଷୟରେ ଶାର୍ଲିନ୍ କିମ୍ବା ସୋ’ର ଟିମ୍‌ଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ । ଏହି ସମୟରେ, ଖବର ସାମ୍ନାକୁ ଆସିବା ମାତ୍ରେ ଅଭିନେତାଙ୍କ ପ୍ରଶଂସକମାନେ ତାଙ୍କ ପାଇଁ ବହୁତ ଚିନ୍ତିତ ହୋଇ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶାର୍ଲିନ୍‌ ବର୍ତ୍ତମାନ ସୋ’ର କିଛି ଆକ୍ସନ୍ ଏବଂ ହାଇ ଏଣ୍ଡ୍ ଡ୍ରାମା କ୍ରମର ସୁଟିଂ କରୁଛନ୍ତି। ଅଭିନେତା ତାଙ୍କ ସୋ ପାଇଁ ଏତେ ଉତ୍ସାହିତ ଯେ ସେ ଦିନରାତି ଏହା ଉପରେ କାମ କରୁଛନ୍ତି । ଏନେଇ ସେ ନିଜକୁ ବିଶ୍ରାମ ନେବାକୁ ବହୁତ କମ୍ ସମୟ ଦେଉଛନ୍ତି ।

   Related Posts