କୋଲକାତା ୦୯/୧୧: ପଶ୍ଚିମବଙ୍ଗର ହାୱଡାରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରାକରୁ ଖସିଛି ସାପ୍ତାହିକ ସ୍ପେଶାଲ ଟ୍ରେନ୍ । ଶନିବାର ସକାଳ ପ୍ରାୟ ସାଢେ ୫ଟାରେ ହାୱଡାର ନଁଲପୁରରେ ସାଲିମାର-ସିକନ୍ଦରବାଦ ସ୍ପେଶାଲ ଟ୍ରେନ୍ର ୩ଟି ବଗି ଟ୍ରାକରୁ ଖସିଥିଲା । ତେବେ ଏଥିରେ କାହାରି ମୃତାହତ ନେଇ କୌମସି ଖବର ମିଳିନି । କିନ୍ତୁ ସେଠାରେ ରେସ୍କ୍ୟୁ ଅପରେସନକୁ ଜୋରଦାର କରାଯାଇଛି ।
ସୂଚନା ଥାଉକି, ଘଟଣାରେ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ରେଲୱେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ଯାତ୍ରୀମାନଙ୍କୁ ସେହି କୋଚରୁ ବାହାର କରାଯାଇଛି । ରେଳବାଇ ସ୍ପଷ୍ଟ କରିଛି କି, ଏଥିରେ କୌଣସି ବଡ଼ ଧରଣର କ୍ଷତି ହୋଇନି ।
#WATCH | CPRO, South-Eastern Railway, Om Prakash Charna says, "... Today morning at 5:31 am, Secunderabad Shalimar Weekly Express Train derailed while going from middle line to down line. One parcel van and two passenger coaches have derailed. No major injury or casualty has been… https://t.co/RRNRYdjMtL pic.twitter.com/NP7LsXF4MX
— ANI (@ANI) November 9, 2024
ଜଣେ କିମ୍ବା ଦୁଇଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । CPRO ଦକ୍ଷିଣ-ପୂର୍ବାଞ୍ଚଳ ରେଳବାଇ କହିଛି, ୨୨୮୫୦ ସିକନ୍ଦରାବଦ ସାଲିମର ସୁପରଫାଷ୍ଟ ଏକ୍ସପ୍ରେସର ମୋଟ ୩ଟି କୋଚ୍ ଟ୍ରାକ୍ରୁ ଖସିଥିଲା । ଯେଉଁଥିରେ ପାର୍ସଲ୍ ଭ୍ୟାନ୍ ଏବଂ ୨ଟି କୋଚ୍ ଅଛି ।