previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ବଡ ପରଦାକୁ ଆସିବ ସବୁଠାରୁ ପପୁଲାର ଶୋ, ଏହି ବଲିଉଡ ସୁପରଷ୍ଟାର ହେବେ ସୁପରହିରୋ

7/07/2022 at 11:34 AM

ମୁମ୍ବାଇ ୦୭/୦୭: ୯୦ ଦଶକର ସବୁଠାରୁ ପପୁଲାର ଟିଭି ଶୋ ଶକ୍ତିମାନ । ଛୋଟ ପିଲାଙ୍କ ସହ ଏହା ବଡ ମାନଙ୍କୁ ମଧ୍ୟ ପସନ୍ଦ ଆସିଥିଲା। ପପୁଲାର ଅଭିନେତା ମୁକେଶ ଖାନ୍ନା ଏହି ଚରିତ୍ରରେ ଦୀର୍ଘ ସମୟ ଧରି ଦର୍ଶକଙ୍କ ମନ ଜିତିଥିଲେ । ତେବେ ଏହି ଶୋ ର ଲୋକପ୍ରିୟତାକୁ ନେଇ ଅନେକ ସମୟରୁ ଏହାକୁ ବଡ଼ ପରଦାକୁ ଆଣିବାକୁ ଉଦ୍ୟମ କରାଯାଇଥିଲା ।

ଆଉ ଜଣାପଡିଛି ମାର୍ବଲ ସିନେମୈଟିକ ୟୁନିଭର୍ସରେ ଏହା ସାମିଲ ହେବ। ଆଉ ଏବେ ସିନେମାର ଲିଡ ରୋଲରେ କେଉଁ ଅଭିନେତା ନଜର ଆସିବେ ଜଣା ପଡିବା ପରେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କଥା ହେଉଛି, ଗତ କିଛି ସମୟରୁ ୧୯୯୭ ମସିହାର ଶକ୍ତିମାନ ଶୋ ଉପରେ ସିନେମା ହବାର ଖବର ଚର୍ଚ୍ଚାରେ ହେଉଥିଲା।

ଖୁବଶୀଘ୍ର ଏହି ସିନେମାଟି ବଡ ପରଦାରେ ଆସିବ, ଏ ନେଇ ଶକ୍ତିମାନ ଶୋ ର ମୁଖ୍ୟ ଭୂମିକାରେ ଥିବା ଅଭିନେତା ମୁକେଶ ଖାନ୍ନା ସୂଚନା ଦେଇଥିଲେ। ଏହି ସିନେମାଟି ସୋନି ପିକ୍ଚର ଇଣ୍ଟରନ୍ୟାସନାଲ ଆଉ ମୁକେଶ ଖାନ୍ନାଙ୍କ ପ୍ରଡକ୍ସନ ହାଉସ ଭୀଷ୍ମ ଇଣ୍ଟରନ୍ୟାସନାଲର ମିଳିତ ପ୍ରଯୋଜନାରେ ନିର୍ମାଣ କରାଯାଉଛି।

ଏହାର ଲିଡ ରୋଲ ପାଇଁ ପ୍ରଥମେ ଟାଲେଣ୍ଟେଡ ଅଭିନେତା ବିଦ୍ୟୁତ ଜମାଓ୍ବାଲ ଓ ତାପରେ ଭର୍ସାଟାଇଲ ଆକ୍ଟର ବିକି କୌଶଲଙ୍କ ନା ଶୁଣିବାକୁ ମିଳୁଥିଲା। କିନ୍ତୁ ବର୍ତ୍ତମାନର ଖବର ଅନୁସାରେ ଯାହା ଜଣାପଡିଛି, ସୁପରଷ୍ଟାର ରଣବୀର ସିଂ ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିବେ।  ରଣବୀର ମଧ୍ୟ ଏହି ଚରିତ୍ରକୁ ନେଇ ବେଶ ଉତ୍ସାହୀତ ଥିବାର ଏହି ରିପୋର୍ଟରେ ଜଣାପଡିଛି। କିନ୍ତୁ ଏବେ ପର୍ଯ୍ୟନ୍ତ ସେ ଫିଲ୍ମ ସାଇନ କରିନାହାଁନ୍ତି ।

ସେପଟେ ମୁକେଶ ଖାନ୍ନାଙ୍କୁ ଏ ନେଇ ପ୍ରଶ୍ନ କରାଯିବା ପରେ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ। କିନ୍ତୁ ସେ ଏହି ଖବରକୁ ଖଣ୍ଡନ ମଧ୍ୟ କରିନାହାଁନ୍ତି। ଯଦିଓ ଏ ପର୍ଯ୍ୟନ୍ତ ଏହି ଖବରର କୌଣସି ସ୍ପଷ୍ଟ ହୋଇନି, ହେଲେ ଯଦି ଏହି ଖବରଟି ସତ ହୋଇଥାଏ ତେବେ ରଣବୀର ଙ୍କୁ ପୁଣିଥରେ ଗୋଟେ ଅଲଗା ଓ ଚମତ୍କାର ଭୂମିକାରେ ଦେଖିବାକୁ ମିଳିବ।

ଆଉ ଯେହେତୁ ଯେ କୌଣସି ଭୂମିକାକୁ ବାସ୍ତବିକ ରୁପ ଦେବାରେ ରଣବୀର ନିଜ ଜୀବନ ଲଗାଇ ଦିଅନ୍ତି, ତେଣୁ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କ ପ୍ରିୟ ସୁପରଷ୍ଟାରଙ୍କୁ ସୁପରହିରୋ ଭୂମିକାରେ ଦେଖିବା ପାଇଁ ବେଶ ଉସ୍ହାହିତ ଅଛନ୍ତି।

   Related Posts