suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦୁର୍ବ୍ୟବହାରର ଶିକାର ହେଲେ ବାଂଲାଦେଶ କ୍ରିକେଟର ଶକିବ ଅଲ ହସନ; କଲର ଟାଣି ତଳେ ପକାଇ ଦେଲେ ଫ୍ୟାନ୍

17/03/2023 at 4:44 PM

ନୂଆଦିଲ୍ଲୀ: ବାଂଲାଦେଶର କ୍ୟାପ୍ଟେନ୍ ଶକିବ ଅଲ ହସନଙ୍କୁ ଦୁର୍ବ୍ୟବହାର। କଲର ଟାଣି ତଳେ ପକାଇ ଦେଲେ। ପଛରୁ ଠେଲିଲେ। ଦୁବାଇରେ ଏକ ଗହଣା ଦୋକାନର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ଶକିବଙ୍କୁ ଫ୍ୟାନ୍‌ମାନଙ୍କର ଦୁର୍ବ୍ୟବହାର ଶିକାର ହୋଇଛନ୍ତି।

ଇଂଲଣ୍ଡ ବିରୋଧରେ ଟି-୨୦ ସିରିଜ୍ ଖେଳିସାରିବା ପରେ ଶକିବ ଦୁବାଇ ଗସ୍ତ କରିଥିଲେ। ଆରଭ ଖାନଙ୍କର ଗହଣା ଦୋକାନ ‘ଆରଭ ଜ୍ୱେଲରୀ’କୁ ଉଦ୍‌ଘାଟନ କରିବାକୁ ବୁଧବାର ସ୍ଥାନୀୟ ସମୟ ସନ୍ଧ୍ୟା ୭.୩୦ ବେଳେ ଦୁବାଇର ନ୍ୟୁ ଗୋଲ୍ଡ ଶୋକ ବିଲ୍ଡଂର ହିନ୍ଦ ପ୍ଲାଜାରେ ପହଞ୍ଚିଥିଲେ ବାଂଲାଦେଶ ଶକିବ। ନିଜ ପସନ୍ଦର କ୍ରିକେଟରଙ୍କୁ ପାଖରେ ପାଇ ପାଗଳ ହୋଇଯାଇଥିଲେ ଫ୍ୟାନ୍। ତାଙ୍କ ସହ ସେଲ୍‌ଫୀ ନେବାକୁ ଠେଲାପେଲା ଆରମ୍ଭ ହୋଇଯାଇଥିଲା।

ଭାଇରାଲ୍ ହେଉଥିବା ଭିଡିଓରେ ଶକିବ କାର୍ଯ୍ୟକ୍ରମରୁ ବାହାରକୁ ବାହାରୁଥିବା ବେଳେ ତାଙ୍କୁ ଫ୍ୟାନମାନେ ଘେରିଯାଇଥିଲେ। ଶକିବ ସେଠାରୁ ତରବର ହୋଇ ବାହାରିଯିବାକୁ ଚେଷ୍ଟା କରୁଥିବା ବେଳେ କିଏ ତାଙ୍କ କଲର ଧରି ଟାଣି ଦେଇଥିଲେ ତ ଆଉ କିଏ ତାଙ୍କୁ ପଛରୁ ଠେଲି ଦେଇଥିଲେ। କଲର ଟାଣିବା ପରେ ତଳେ ପଡିଯାଇଥିଲେ ଶକିବ।

ତେବେ କୌଣସିମତେ ସେ ଉଠିପଡ଼ି ସେଠାରୁ ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ବ୍ୟକ୍ତି କଲର୍ ଧରି ଲଗାତର ଟାଣୁଥିବାର ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ହେଲା ଏଭଳି ଅପ୍ରୀତିକର ପରିସ୍ଥିତି ଭିତରେ ଶକିବ କିନ୍ତୁ ଧୈର୍ଯ୍ୟ ହରାଇ ନଥିଲେ। କ୍ରିକେଟ୍‌ର ଏଙ୍ଗ୍ରୀମ୍ୟାନ୍ ଭାବେ ପରିଚିତ ଶକିବ ନିରବ ରହି ସମସ୍ୟା ଆଡ଼େଇ ସେଠାରୁ ଚାଲିଯାଇଥିଲେ। ୩୨ ବର୍ଷୀୟ ଶକିବ ଅଲ ହସନ୍‌ଙ୍କ ପାଖରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିଲା। ବିନା ସିକ୍ୟୁରିଟିରେ ସେ କାର୍ଯ୍ୟକ୍ରମରୁ ବାହାରକୁ ବାହାରୁଥିବାର ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।  

ଏହା ପୂର୍ବରୁ ବି ଶକିବଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଯେଉଁଥିରେ ସେ ଜଣେ ଫ୍ୟାନ୍‌ଙ୍କୁ ନିଜ ଟୋପିରେ ପିଟୁଥିବାର ଦେଖିବାକୁ ମିଳିଥିଲା। ଚଟୋଗ୍ରାମରେ ଏହି ଘଟଣା ଘଟିଥିଲା। ଏହାପରେ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କ୍ରିକେଟରଙ୍କୁ ସେଠାରୁ ଜବରଦସ୍ତି ନେଇଯାଇଥିଲେ।     

ସୂଚନା ଥାଉକି ଶକିବ ଅଲ ହସନ ଯେଉଁ ଆରଭ ଖାନଙ୍କ ଗହଣ ଦୋକାନର ଉଦ୍‌ଘାଟନ ପାଇଁ ଦୁବାଇ ପହଞ୍ଚିଥିଲେ ସେ ଜଣେ ପଳାତକ। ବାଂଲାଦେଶରେ ଜଣେ ପୁଲିସ କର୍ମୀଙ୍କୁ ହତ୍ୟା କରି ଫେରାର୍ ଦେଶ ଛାଡ଼ି ପଳାଯାଇଥିବା ବଳେ ବାଂଲାଦେଶ ସରକାର ତାକୁ ପଳାତକ ଘୋଷଣା କରିଛନ୍ତି।  

   Related Posts