ଏମିତି ଜଣେ ଭାରତୀୟ ଯୋଦ୍ଧା, ଯାହାଙ୍କୁ ଭୀଷଣ ଡରୁଥିଲା ଚୀନ ସେନା: ଯୁଦ୍ଧ କ୍ଷେତ୍ରରେ ପୋଜିସନ୍ ଅବସ୍ଥାରେ ବରଫ ତଳୁ ମିଳିଥିଲା ତାଙ୍କ ମୃତଦେହ

Published By : Prameya-News7 Bureau | June 16, 2020 IST

ନୂଆଦିଲ୍ଲୀ, ୧୬|୦୬:   ଲଦାଖର ଗଲଓ୍ୱାନ ଘାଟିରେ ସୋମବାର ରାତ୍ରରେ ଚୀନ ସେନା ସହ ମୁହାଁମୁହିଁ ହୋଇ ଭାରତୀୟ ସେନାର ଜଣେ ଅଧିକାରୀଙ୍କ ସମେତ ୨ ଜଣ ୟବାନ ସହିଦ ହୋଇଛନ୍ତି । ସେହିପରି ଭାରତର ପାଲଟା ଆକ୍ରମଣରେ ମଧ୍ୟ ଡ୍ରାଗନର ୫ଜଣ ସୈନିକ ନିହତ ହୋଇଥିବା ସୂଚନା ମିଳିଛି । ଏହାକୁ ଚୀନ ସୀମାରେ ପ୍ରାୟ ୪୫ ବର୍ଷ ପରେ ଏପରି ଘଟଣା ଘଟିଥିବା କୁହାଯାଉଛି । ତେବେ ୧୯୬୨ ଭାରତ-ଚୀନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଏପରି ଜଣେ ଯବାନ ରହିଥିଲେ ଯାହାଙ୍କୁ ଚୀନର ସମଗ୍ର ସେନା ଭୟ କରୁଥିଲା ।

ଭାରତ ଓ ଚୀନ ମଧ୍ୟରେ ୧୯୬୨ରେ ଯୁଦ୍ଧ ଶେଷ ହେବା ପରେ ବରଫରେ ଯବାନଙ୍କ ମରଶରୀର ଫସି ରହିଥିଲା । ଏଥିରେ ଭାରତୀୟ ସେନାର ଯୋଧପୁରର ମେଜର ଶୈତାନ ସିଂ ମଧ୍ୟ ରହିଥିଲେ । ତାଙ୍କର ସମ୍ପୂର୍ଣ୍ଣ ନାଁ ଶୈତାନ ସିଂ ଭାଟି ଥିଲା । ସେ ୧୯୬୨ ଯୁଦ୍ଧର ହିରୋ ଥିଲେ । ତାଙ୍କୁ ଚୀନ ଡରୁଥିଲା । ପରାକ୍ରମ ପାଇଁ ୧୯୬୩ରେ ତାଙ୍କୁ ପରମବୀର ଚକ୍ର ପ୍ରାନ କରାଯାଇଥିଲା ।

{"id":287242,"width":693,"height":433,"sizeSlug":"large"}

୧୯୬୨ ନଭେମ୍ବର ୧୮ରେ ଚୀନ ଭାରତ ଉପରେ ଆକ୍ରମଣ କରିଥିଲା । ସେହି ସମୟରେ ଭାରତ ନିକଟରେ ୧୨୦ଜଣ ସୈନିକ ଥିଲେ । ଚୀନ ପାଖରେ ୨୦୦୦ରୁ ଅଧିକ ସୈନିକ ରହିଥିଲେ । ଯେତେବେଳେ ଶୈତାନ ସିଂ ଚୀନର ଆକ୍ରମଣ ବାବଦରେ ଶୁଣିଥିଲେ ସେ ଉପରିସ୍ଥ ଅଧିକାରୀଙ୍କୁ ରେଡିଓ ମେସେଜ୍ ପଠାଇଥିଲେ । ଏହାସହ ସହାୟତା ମାଗିଥିଲେ । କିନ୍ତୁ ଏବେ କୌଣସି ସାହାଯ୍ୟ ସମ୍ଭବ ନୁହେଁ ବୋଲି ତାଙ୍କୁ କୁହାଯାଇଥିଲା । ଏହାପରେ ଏକ ରଣନୀତି ପ୍ରସ୍ତୁତ କରାଯାଇଥିଲା । ଏହି ସମୟରେ ଗୋଟିଏ ବି ଗୁଳି ବରବାଦ ନକରିବାକୁ ସେ ସହକର୍ମୀଙ୍କୁ କହିଥିଲେ ।

{"id":287243,"width":684,"height":456,"sizeSlug":"large"}

ଯୁଦ୍ଧ ଶେଷ ହେବାର ୩ ମାସ ବିତି ଯାଇଥାଏ । ଶୈତାନଙ୍କ ମରଶରୀର ବାବଦରେ କୌଣସି ସୂଚନା ମିଳୁନଥିଲା । ରେଜାଙ୍ଗ୍ ଲା ବରଫ ତରଳିବା ପରେ ରେଡ୍ କ୍ରସ୍ ସୋସାଇଟୀ ଓ ସେନା ତାଙ୍କ ସନ୍ଧାନରେ ବାହାରିଥିଲା । ସେହି ସମୟରେ ଏକ ମେଷପାଳକ ମେଣ୍ଢା ଚରାିବା ପାଇଁ  ରେଜାଙ୍ଗ ଆଡକୁ ଯାଉଥିଲେ । ସେହି ସମୟରେ ସୈନ୍ୟ ପୋଷାକରେ କିଛି ନଜର ଆସିଥିଲା । ଏନେଇ ସେ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏହାପରେ ସେନାର ଅଧିକାରୀମାନେ ଯାହା ଦେଖିଥିଲେ ସମସ୍ତଙ୍କୁ ତାହା ଆଶ୍ଚର୍ଯ୍ୟ କରିଥିଲା । ସୈନିକମାନେ ସେହି ଦିନ ମଧ୍ୟ ନିଜ ବନ୍ଧୁକ ଧରି ସେପରି ଭାବେ ବସିଥିଲେ ଯେପରିକି ଆଜି ବି ଲଢେଇ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.