ବୁଝୁନି ମାଆ ମନ, ବର୍ଗର ସହ ଅନ୍ୟାନ୍ୟ ଜିନିଷ ନେଇ ପହଞ୍ଚିଲେ ଏନ୍‌ସିବି ଅଫିସ୍‌ରେ…

Published By : Prameya-News7 Bureau | October 06, 2021 IST

ମୁମ୍ବାଇ ୦୬/୧୦: ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ହୋଇଛି ବଡ଼ ଖୁଲାସା। କ୍ରୁଜ୍ ଉପରକୁ କିଭଳି ଅଣାଯାଇଥିଲା ଡ୍ରଗ୍ସ? କିଏ ଦେଇଥିଲା ଏବଂ କିଭଳି କିଣାଯାଇଥିଲା। ସେ ସବୁର ଖୁଲାସା ହୋଇଛି।  ଏନ୍‌ସିବି ପଚରାଉଚରା ବେଳେ ସବୁ ସତ୍ୟାସତ୍ୟ  କହିଛନ୍ତି ଡ୍ରଗ୍ସ ବେପାରୀ।

ତେବେ ଗିରଫ ଡ୍ରଗ୍ସ ବେପାର କରୁଥିବା ଶ୍ରେୟାସ ନାୟରଙ୍କ ପଚରାଉଚରାକୁ ଆଧାର କରି ସୂଚନା ସାମ୍ନାକୁ ଆସିଛି । ଯାହାକି ଡ୍ରଗ୍ସର ଏହି ସମସ୍ତ କାରବାର କ୍ରିପ୍ଟୋକରେନ୍ସି ମାଧ୍ୟମରେ କରାଯାଇଥିଲା। ଡାର୍କ ୱେବ୍ ମାଧ୍ୟମରେ ଶ୍ରେୟସ୍ ନାୟରଙ୍କୁ ଡ୍ରଗ୍ସ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ତାଙ୍କୁ ତାଙ୍କୁ ଏନେଇ ବିଟକଏନ୍ ଜରିଆରେ ପେମେଣ୍ଟ କରାଯାଇଥିବା ନେଇ ଏନ୍‌ସିବି ସୂଚନା ଦେଇଛି

ସେପଟେ ଏହି ମାମଲାରେ ଗିରଫ ହୋଇଥିବା କୋଟିପତି ଷ୍ଟାରଙ୍କ ପୁଅ ଝିଅଙ୍କ ମା’ ମନ ବୁଝୁନି। ନିଜ ଗେଲହା ପୁଅ ଝିଅଙ୍କ ପାଇଁ ସେମାନେ ଏନ୍‌ସିବି ଅଫିସରେ ପହଞ୍ଚିଛନ୍ତି। ନିଜ ପୁଅର ଖାଇବା ପିଇବା ଚିନ୍ତା ମା’ମନକୁ ଘାରିଛି। ଏଥିଲାଗି ଏନ୍‌ସିବି ଅଫିସ ଆଗରେ ଡେରା ପକାଇଛନ୍ତି ଗୌରୀ ଖାନ୍‌ ସେ ବି ତାଙ୍କ ପୁଅ ପାଇଁ ବର୍ଗର ନେଇକି ଯାଇଛନ୍ତି । ଅନ୍ୟ ମାଆ ମାନେ ମଧ୍ୟ ପିଲାଙ୍କ ପାଇଁ ମେକ୍‌ଡୋନଲଡରୁ ବର୍ଗର, ନୂଆ ଡ୍ରେସ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ସବୁ ଆଣିକି ଏନ୍‌ସିବି ଅଫିସରେ ମା’ଦେଇକି ଯାଇଛନ୍ତି।

{"id":522959,"sizeSlug":"full","linkDestination":"none"}

ଅନ୍ୟପଟେ କ୍ରୁଜ ଉପରେ ହୋଇଥିବା ଏହି ହାଇପ୍ରୋଫାଇଲ୍‌ ପାର୍ଟି ପାଇଁ ପୋଲିସ ଠାରୁ କୌଣସି ଅନୁମତି ନିଆ ଯାଇନଥିବା କଥା ଜଣାପଡିଛି। ଏନେଇ ସବୁ ଦିଗରୁ ପୋଲିସ ତଦନ୍ତ ଆରମ୍ଭ କରିଛି। ଡିଜି ସିପିଂ, ବିପିଟିରୁ ମୁମ୍ବାଇ ପୁଲିସ ତଥ୍ୟ ସଂଗ୍ରହ କରୁଛି। ପ୍ରତ୍ୟେକ ଏଜେନ୍ସିକୁ ସେମାନଙ୍କ ଭୂମିକା ବିଷୟରେ ପ୍ରଶ୍ନ କରାଯିବ ବୋଲି ମୁମ୍ବାଇ ପୋଲିସ କହିଛି।

ମୁମ୍ବାଇ ଜାହାଜ ଉପରେ ଡ୍ରଗ୍ସ ପାର୍ଟି ମାମଲାରେ ବର୍ତ୍ତମାନ ଏନ୍‌ସିବି ୧୧ ଜଣଙ୍କୁ ଗିରଫ କରିଛି। ଏହି ୧୧ ଜଣଙ୍କ ଭିତରେ ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ ମଧ୍ୟ ଅଛନ୍ତି। ଆର୍ଯ୍ୟନ୍‌ ଏବେ ଏନ୍‌ସିବି କଷ୍ଟଡିରେ ଅଛନ୍ତି। ତାଙ୍କ ବ୍ୟତୀତ ଅରବାଜ ସେଠ ମର୍ଚ୍ଚାଣ୍ଟ, ମୁନ୍‌ମୁନ୍‌ ଧମେଚାଙ୍କୁ ମଧ୍ୟ ଅକ୍ଟୋବର ୭ ତାରିଖ ଯାଏଁ ଏନ୍‌ସିବି ରିମାଣ୍ଡକୁ ପଠାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.