ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

କେଉଁ ଧର୍ମକୁ ମାନନ୍ତି ଆର୍ଯ୍ୟନ ଖାନ୍ ?  ଖୁଲାସା କଲେ ମା’ ଗୌରୀ

2/02/2023 at 10:58 AM

ମୁମ୍ବାଇ ୦୨।୦୨ : ୪ ବର୍ଷ ପରେ ବଡ ପରଦାକୁ ଫେରିଛନ୍ତି କିଙ୍ଗଖାନ୍ । ଶାହରୁଖଙ୍କ ‘ପଠାନ’ ବକ୍ସ ଅଫିସରେ ଧମାଲ୍ କରୁଛି । କିନ୍ତୁ ଆଜି ଆଲୋଚନା କରିବା ଶାହରୁଖଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ । ପ୍ରାୟ ସମସ୍ତେ ଜାଣିଛନ୍ତି ଯେ ଶାହରୁଖ ମୁସଲିମ୍ ହୋଇଥିବା ବେଳେ ଗୌରୀ ହିନ୍ଦୁ ଅଟନ୍ତି । କିନ୍ତୁ କିଙ୍ଗଖାନଙ୍କ ପୁଅ ଝିଅ କେଉଁ ଧର୍ମ ଅନୁସରଣ କରନ୍ତି । ଜାଣିଛନ୍ତି କି ?

ପ୍ରଥମେ ଜାଣିବା ଶାହରୁଖଙ୍କ ପୁଅ ଆର୍ଯ୍ୟାନ୍ ଖାନଙ୍କ ବିଷୟରେ । ଗତବର୍ଷ ଡ୍ରଗ୍ସ କେସରେ ଗିରଫ ହୋଇଥିଲେ ଆର୍ଯ୍ୟାନ ଖାନ । ଯାହାପରେ ସେ ବେଶ୍ ଚର୍ଚ୍ଚାରେ ରହିଥିଲେ । ପରେ ଏନସିବି ତାଙ୍କୁ ଏହି କେସରେ କ୍ଲିନଚିଟ୍ ଦେଇଥିଲା । କିନ୍ତୁ ଜାଣିଛନ୍ତି କି ଆର୍ଯ୍ୟନ୍ ଖାନ୍ କେଉଁ ଧର୍ମ ଅନୁସରଣ କରନ୍ତି, ହିନ୍ଦୁ ଧର୍ମ ନା ମୁସଲମାନ ଧର୍ମ ?

ଏନେଇ ମା’ ଗୌରୀ ଖାନ ନିଜେ ଖୁଲାସା କରିଛନ୍ତି । ଗୌରୀ ଏକ ସାକ୍ଷାତକାର ସମୟରେ କହିଛନ୍ତ ଯେ, ଯେକୌଣସି ପର୍ବ ହେଉ, ତାଙ୍କ ଘରେ ଧୁମଧାମରେ ପାଳନ କରାଯାଇଥାଏ । କିନ୍ତୁ ଆର୍ଯ୍ୟାନଙ୍କ ବିଷୟରେ କହିବାକୁ ସେ ତାଙ୍କ ପିତାଙ୍କର ଅତି ନିକଟତର । ତେଣୁ ସେ ତାଙ୍କ ପିତାଙ୍କୁ ଅନୁସରଣ କରନ୍ତି ଏବଂ ସେ ନିଜକୁ ମୁସଲମାନ ବୋଲି ବିବେଚନା କରିଥାନ୍ତି  ।

ସେହିପରି ଛୋଟବେଳେ ସୁହାନାଙ୍କୁ ଯେତେବେଳେ ଧର୍ମ ସମ୍ପର୍କରେ ପଚରାଗଲା,  ସେତେବେଳେ ସେ ତାଙ୍କ ପିତାଙ୍କୁ ପଚାରିଥିଲେ ନିଜ ଧର୍ମ କଣ । ଏହାର ଜବାବରେ କିଙ୍ଗଖାନ କହିଥିଲେ ଯେ ଆମେ ଭାରତୀୟ ଏବଂ ଆମର କୌଣସି ଧର୍ମ ନାହିଁ ।

ତେବେ ଗୌରୀଙ୍କୁ ପଚରାଯାଇଥିଲା ଯେ ସେ ବିବାହ ପରେ କାହିଁକି ଧର୍ମ ପରିବର୍ତ୍ତନ କଲେ ନାହିଁ ? ଏହାର ଉତ୍ତରରେ ଗୌରୀ କହିଥିଲେ, ‘ମୁଁ ଶାହାରୁଖଙ୍କୁ ବହୁତ ଭଲ ପାଏ ଏବଂ ସମ୍ମାନ କରେ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୁଁ ତାଙ୍କ ଧର୍ମ ଗ୍ରହଣ କରିବି ? ଅନ୍ୟପଟେ ସମାନ କଥା ଶାହାରୁଖଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ଅଟେ ।

   Related Posts