ମୁମ୍ବାଇ ୨୧/୧: ୱିଙ୍ଗ କମାଣ୍ଡର ରାକେଶ ଶର୍ମା । ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିବା ପ୍ରଥମ ଭାରତୀୟ । ସୁଦୂର ଅନ୍ତରୀକ୍ଷରୁ ପୃଥିବୀ ପୃଷ୍ଠରେ ଆମ ଦେଶକୁ ଦେଖି କହିଥିଲେ,‘‘ସାରେ ଜହାଁସେ ଅଚ୍ଛା ’’। କିନ୍ତୁ ତାଙ୍କ କାହାଣୀ ପୂରା ଦୁନିଆକୁ କହିବା ପାଇଁ ବଲିଉଡର କିଛି ଆଗଧାଡିର ଅଭିନେତା ମଙ୍ଗୁ ନାହାନ୍ତି। ପ୍ରଥମେ ଆମୀର ଏହି ଫିଲ୍ମରୁ ହଟିଥିଲେ,ଏବେ ଶୁଣିବାକୁ ମିଳିଛି ଯେ ଶାହାରୁଖ ଖାନ୍ ମଧ୍ୟ ଏହି ଫିଲ୍ମ କରିବା ପାଇଁ ମନା କରିଦେଇଛନ୍ତି। ଏହା ସ୍ପଷ୍ଟ ହୋଇଯାଇଛି ଯେ ଶାହରୁଖ ଏହି ପ୍ରୋଜେକ୍ଟ ଛାଡ଼ି ଦେଇଛନ୍ତି।
{"id":76562}ଏହି ଫିଲ୍ମର ପ୍ରି-ପ୍ରଡକ୍ସନ୍ ସହ ଜଡ଼ିତ ଥିବା କ୍ରିଉଙ୍କଠାରୁ ସୂଚନା ମିଳିଛି ଯେ ଏହି ଫିଲ୍ମ ରାକେଶ ଶର୍ମାଙ୍କ ପୂରା ଜୀବନୀକୁ କଭର କରିପାରିବ ନାହିଁ। ତାଙ୍କ ପାରିବାରିକ ଜୀବନ ସହ ଚନ୍ଦ୍ରକୁ ଯିବା ଅଭିଯାନକୁ ତାଙ୍କ ପତ୍ନୀ କିପରି ସମ୍ଭବ କରିଥିଲେ ଏହି ସବୁକୁ ଫିଲ୍ମରେ ଦେଖାଯିବ।
{"id":76563}ଜିରୋର ବିଫଳତା ପରେ ଶାହରୁଖ ଏକ ରୋମାଣ୍ଟିକ୍ ହିରୋ ଏବଂ ଆଣ୍ଟି ହିରୋ ଭୂମିକାରେ ଅଭିନୟକୁ ପୁଣି ଫେରିବାକୁ ଚାହୁଁଛନ୍ତି। ସେ ନିର୍ମାତାଙ୍କୁ ତାଙ୍କ ନିର୍ଣ୍ଣୟ ବିଷୟରେ ଅବଗତ କରାଇଛନ୍ତି। ଦ୍ବିତୀୟରେ ଏହା ବାସ୍ତବ ଜୀବନ ଉପରେ ଆଧାରିତ ଥିବାରୁ ସେ ଏହା କରିବାକୁ ଚାହୁଁନାହାନ୍ତି କାରଣ ଏଥିରେ ରୋମାନ୍ସ ନାହିଁ। ଏହି ସ୍କ୍ରିପ୍ଟ କେବଳ ରାକେଶ ଶର୍ମା ଏବଂ ତାଙ୍କ ପ୍ରେରଣାଦାୟକ ଅନ୍ତରୀକ୍ଷ ଯାତ୍ରା ବିଷୟରେ ରହିଛି।
{"id":76564}
ଏହି ଫିଲ୍ମର ପ୍ରସ୍ତୁତି ଗତ ୯-୧୦ବର୍ଷ ହେବ ଚାଲିଛି। ଶୁଣିବାକୁ ମିଳୁଛି ଯେ ରଣବୀର କପୁର ମଧ୍ୟ ରାକେଶ ଶର୍ମାଙ୍କ ଭୂମିକାରେ ଅଭିନୟ କରିପାରନ୍ତି। ସେ ‘‘ବ୍ରହ୍ମାସ୍ତ୍ର’’ ଫିଲ୍ମର ସୁଟିଂ ପୂରା କରି ସାରିଛନ୍ତି ଏବଂ ‘‘ଶମଶେରା’’ର ସୁଟିଂ ଅଳ୍ପ ବାକି ରହିଛି। ଏଥିପାଇଁ ‘‘ସାରେ ଜହାଁସେ ଅଚ୍ଛା’’ ସୁଟିଂ ପାଇଁ କୈାଣସି ଅସୁବିଧା ହେବ ନାହିଁ। ଏହି ଫିଲ୍ମର ବଜେଟ୍ ଅଧିକ ରହିବ।
{"id":76565}ଚନ୍ଦ୍ରରେ ପ୍ରଥମେ ପାଦ ରଖିଥିବା ପ୍ରଥମ ମହାକାଶଚାରୀ ନୀଲ ଆର୍ମଷ୍ଟ୍ରଙ୍ଗଙ୍କ ଉପରେ ମଧ୍ୟ ଫିଲ୍ମ ପ୍ରସ୍ତୁତ ହେଉଛି।