୧୮ ଦିନ ପରେ ବି ବକ୍ସ ଅଫିସ୍ରେ ଧମାଲ କରୁଛି ଜୱାନ, ଜାଣନ୍ତୁ ଏହାର କଲେକସନ୍
25/09/2023 at 12:36 PM

ମୁମ୍ଵାଇ ୨୫।୦୯: ଫିଲ୍ମ ଜୱାନ୍ ରିଲିଜ୍ ହେବା ଦିନ ଠାରୁ ଅନେକ ରେକର୍ଡ ଭାଙ୍ଗୁଛି । ପ୍ରଥମ ଦିନରେ ଭାରତୀୟ ବକ୍ସ ଅଫିସରେ ୭୫ କୋଟି ଟଙ୍କା ଓପନିଂ ହେବା ସହିତ ଏହି ଚଳଚ୍ଚିତ୍ର ରୋଜଗାର ଦୃଷ୍ଟିରୁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲା। ଚଳଚ୍ଚିତ୍ରଟି ୭ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଅର୍ଥାତ୍ ଏହି ଚଳଚ୍ଚିତ୍ରଟି ୧୮ ଦିନ ଧରି ପ୍ରେକ୍ଷାଳୟରେ ଚାଲୁଛି ।
ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରକାଶିତ ସମସ୍ତ ଭାଷା ସମେତ ଜୱାନ୍ ତୃତୀୟ ରବିବାରରେ ଆନୁମାନିକ ୧୫ କୋଟି ଟଙ୍କା ରୋଜଗାର କରିଛି। ଏହି ସଂଖ୍ୟାଗୁଡିକ ଫିଲ୍ମର ଗତ କିଛି ଦିନର ରୋଜଗାରଠାରୁ ଅଧିକ ଥିଲା। ଏହାପୂର୍ବରୁ ୧୭ ଦିନରେ ଜୱାନ ୧୨.୨୫ କୋଟି ଟଙ୍କା ସଂଗ୍ରହ କରିଥିବାବେଳେ ୧୬ ତମ ଦିନରେ ଏହା ୭.୬କୋଟି ଟଙ୍କା ସଂଗ୍ରହ କରିଥିଲା। ତୃତୀୟ ରବିବାରର ଆନୁମାନିକ ରୋଜଗାର ଅନ୍ତର୍ଭୂକ୍ତ କରାଯାଏ। ତେବେ ୧୮ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ଫିଲ୍ମର ମୋଟ ଆୟ ୫୬୦.୮୩ କୋଟି ଟଙ୍କା ଅଟେ।

ଏହି ଚଳଚ୍ଚିତ୍ରଟି ଯେପରି ଅଗ୍ରଗତି କରୁଛି, ଲାଗୁଛି ଶୀଘ୍ର ଏହି ଚଳଚ୍ଚିତ୍ର ୬୦୦କୋଟି ଟଙ୍କାର କ୍ଲବରେ ମଧ୍ୟ ଯୋଗ ଦେବ । କହିବାକୁ ଗଲେ ଘରୋଇ ବକ୍ସ ଅଫିସର ରୋଜଗାର କ୍ଷେତ୍ରରେ ଶାହାରୁଖ ଖାନ ନିଜର ଚଳଚ୍ଚିତ୍ର ପଠାନକୁ ଜୱାନ ମାଧ୍ୟମରେ ପଛରେ ପକାଇଛି । ପଠାନ ଭାରତୀୟ ବକ୍ସ ଅଫିସରେ ମୋଟ ୫୪୩.୦୫ କୋଟି ଟଙ୍କା ରୋଜଗାର କରିଥିଲେ। ତେବେ, ୧୭ ଦିନରେ ଜୱାନ ଏହି ସଂଖ୍ୟା ଅତିକ୍ରମ କରିଥିଲା। ଏହି ସିନେମାରେ ତାଙ୍କ ସହ ଦକ୍ଷିଣ ସିନେମାର ଲୋକପ୍ରିୟ ଅଭିନେତ୍ରୀ ନୟନତରା ନଜର ଆସିଛନ୍ତି।