ବଲିଉଡ୍‌ର କିଙ୍ଗ୍ ଖାନ୍‌ ଡିଜିଟାଲ୍‌ରେ କରିବାକୁ ଯାଉଛନ୍ତି ଡେବ୍ୟୁ :ଡିଜ୍‌ନୀର ୱେବ୍ ସିରିଜ୍‌ରେ ଆସିବେ ନଜର

Published By : Prameya-News7 Bureau | September 13, 2021 IST

ମୁମ୍ବାଇ ୧୩/୦୯  : ବଲିଉଡ୍‌ର କିଙ୍ଗ ଖାନ୍‌ ଶାହରୁଖ୍‌ ଖାନ୍‌ ଏବେ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଗତ କିଛି ଦିନ ହେଲା ରୂପେଲି ପରଦାରେ ନଜର ଆସିନଥିବା ଶାହାରୁଖ ଖାନ୍‌ଙ୍କୁ ଏବେ ଦର୍ଶକେ ତାଙ୍କୁ ଡିଜିଟାଲ ପ୍ଲାଟଫର୍ମରେ ଦେଖିବାକୁ ପାଇବେ। ଅନ୍ୟ ବଡ଼ ବଡ଼ ଷ୍ଟାରଙ୍କ ଭଳି ଶାହାରୁଖ ମଧ୍ୟ ଡିଜିଟାଲ ପ୍ଲାଟଫର୍ମରେ ଏଣ୍ଟ୍ରି କରିବାକୁ ନିଜକୁ ପ୍ରସ୍ତୁତ ହେଉଛନ୍ତି। ଶାହାରୁଖ ଖାନ୍‌ ଓ ତାଙ୍କ ବନ୍ଧୁ ତଥା ଫିଲ୍ମ ମେକର୍ସ କରଣ ଜୋହର ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି।

ତେବେ ଭିଡିଓରେ ଶାହାରୁଖ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି ସଙ୍କେତ ଦେଇ କହିଛନ୍ତି। ଏହି ଭିଡିଓ କ୍ଲିପ୍‌ରେ ଶାହାରୁଖ ଖାନ୍‌ଙ୍କ ଘର ସାମ୍ନାରେ ଫ୍ୟାନ୍ସମାନେ ଭିଡ଼ ଜମାଇ ଥିବା ବେଳେ ଫ୍ୟାନ୍ସମାନଙ୍କୁ ଦେଖି ଶାହାରୁଖ ନିଜ ଅନ୍ଦାଜରେ ଠିଆ ହେଉଛନ୍ତି। ଏହି ସମୟରେ ତାଙ୍କ ସହ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଶାହାରୁଖ ପଚାରୁଛନ୍ତି, ଏତେ ଫ୍ୟାନ୍ସ କଣ… କେବେ ଆଉ କାହା ଘର ସାମ୍ନାକୁ ଆସନ୍ତି। ଏହାର ଉତ୍ତରରେ ସେ କହୁଛନ୍ତି, ନା’ ମୁଁ ତ କେବେ ଦେଖି ନାହିଁ, କିନ୍ତୁ ଆଗକୁ କ’ଣ ହେବ କହିପାରୁନାହିଁ। ଶାହାରୁଖ ତାଙ୍କୁ ଏହାର ଅର୍ଥ ପଚାରୁଛନ୍ତି। ହେଲେ ଉକ୍ତ ବ୍ୟକ୍ତି କହୁଛନ୍ତି, କି ସବୁ ଷ୍ଟାର ଡିଜ୍‌ନୀ ପ୍ଲସ୍‌ ହଟଷ୍ଟାରରେ ଶୋ’ ଓ ମୁଭି କରୁଛନ୍ତି। କିନ୍ତୁ ତମେ କାହିଁକି କରୁନ…

wp:html
/wp:html

ଏହି ଭିଡିଓରୁ ଜଣାପଡ଼ୁଛି ଯେ ଶାହାରୁଖ ଖୁବ୍‌ ଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ଶାହାରୁଖ ଡିଜିଟାଲରେ ଆସିବା ନେଇ ଜାଣିବା ପରେ ଫ୍ୟାନ୍‌ମାନେ ଖୁବ୍‌ ଉତ୍ସାହିତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ ଶେଷ ଥର ପାଇଁ ଶାହାରୁଖଙ୍କୁ ୨୦୧୮ ମସିହାରେ ଜିରୋ ଫିଲ୍ମରେ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ସେ ପଠାନ୍‌ର ସୁଟିଂରେ ବ୍ୟସ୍ତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.