ଅଭିନେତା ଶାହରୁଖ୍ ଖାନ୍ ବଦଳାଇଲେ 'ମନ୍ନତ'ର ନେମ୍ ପ୍ଲେଟ୍, ଦାମ୍ ଏତିକି ଲକ୍ଷ ଟଙ୍କା

Published By : Prameya-News7 Bureau | April 26, 2022 IST

ମୁମ୍ବାଇ ୨୬।୪: ଅଭିନେତା ଶାହରୁଖ ଖାନ୍ ତାଙ୍କ ଆଗାମୀ ଫିଲ୍ମ ‘ପଠାନ୍’ରୁ ପୁଣି ଥରେ ସ୍କ୍ରିନ୍‌କୁ ଫେରୁଛନ୍ତି । ଶାହରୁଖ ଖାନ୍‌ଙ୍କୁ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ଉତ୍ସବରେ ଦେଖିବାକୁ ମିଲିଥିଲା । ଏହାପରେ ବାବା ସିଦ୍ଦିକଙ୍କ ଇଫତାର ପାର୍ଟିରେ ଶାହରୁଖଙ୍କୁ ସ୍ପଟ୍ କରାଯାଇଥିଲା । ଯାହାର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା । ଏବେ ଶାହରୁଖଙ୍କ ଘର ମନ୍ନତ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ପ୍ରକୃତରେ ଶାହରୁଖ ତାଙ୍କ ଘରର ନେମ୍ ପ୍ଲେଟ୍ ବଦଳାଇ ଦେଇଛନ୍ତି । ନୂଆ ନେମ୍ ପ୍ଲେଟ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

ଶାହରୁଖ ଖାନ୍‌ଙ୍କ ପତ୍ନୀ ଗୌରୀ ଖାନ୍ ଜଣେ ଇଣ୍ଟେରିୟର ଡିଜାଇନର୍ । ତାଙ୍କ ଏକ୍ସପର୍ଟ ସୁପରଭିଜନ୍‌ରେ ଏହି ନେମ୍ ପ୍ଲେଟ୍ ଡିଜାଇନ୍ କରାଯାଇଥିଲା । ରିପୋର୍ଟ ଅନୁସାରେ ଏହି ନେମ୍ ପ୍ଲେଟ୍‌ର ମୂଲ୍ୟ ୨୦ରୁ ୨୫ଲକ୍ଷ ଟଙ୍କା । କାରଣ ଗୌରୀଙ୍କୁ କିଛି ଖାସ୍ ଦରକାର ଥିଲା । ଯାହା ତାଙ୍କ ଖାନ୍ ପରିବାରକୁ ସୁଟ୍ କରିବ । ଏହାର ଦାମ୍‌ର ସୂଚନା ମିଳିବା ପରେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । କିନ୍ତୁ ଏହାର ସଠିକ୍ ଦାମ୍ କେତେ ସେନେଇ ସ୍ପଷ୍ଟୀକରଣ ଦିଆଯାଇନାହିଁ ।

ଶାହରୁଖ ଖାନ୍‌ଙ୍କ ଫିଲ୍ମ ପଠାନ୍ ଖୁବ୍ ଶୀଘ୍ର ପରଦା ଉପରକୁ ଆସିବାକୁ ଯାଉଛି । ଏଥିରେ ଶାହରୁଖଙ୍କ ସହ ଦୀପିକା ପାଦୁକୋନ, ଜନ୍ ଆବ୍ରାହମ୍ ନଜର ଆସିବେ । ଏହି ଫିଲ୍ମକୁ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ୨୦୨୩ ଜାନୁଆରୀ ୨୫ରେ ରିଲିଜ୍ ହେବାକୁ ଯାଉଛି । ଏହା ବ୍ୟତୀତ ଶାହରୁଖ ରାଜକୁମାର ହିରାନୀଙ୍କ ଫିଲ୍ମ ‘ଡଂକି’ରେ ମଧ୍ୟ ନଜର ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.