‘ପଠାନ’ ବିବାଦ ମଧ୍ୟରେ ଶାହରୁଖଙ୍କୁ ବଡ଼ ସମ୍ମାନ, ୫୦ ମହାନ ଅଭିନେତାଙ୍କ ମଧ୍ୟରେ ହେଲେ ସାମିଲ୍
20/12/2022 at 9:28 PM

ନୂଆଦିଲ୍ଳୀ, ୨୦/୧୨: ଫିଲ୍ମ ପଠାନକୁ ନେଇ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ବଲିଉଡ୍ କିଙ୍ଗ୍ ଶାହରୁଖ ଖାନ୍। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମର ଗୀତ ‘ବେସରମ ରଙ୍ଗ’କୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ଗୀତରେ ଦୀପିକାଙ୍କୁ ଅରେଞ୍ଜ ରଙ୍ଗର ବିକିନିକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା ଏବଂ ପଠାନକୁ ବଏକଟ କରିବା ଦାବି ଉଠିଥିଲା। ଏହାରି ମଧ୍ୟରେ ଏବେ ଶାହରୁଖ ଖାନ୍ଙ୍କୁ ଏକ ବଡ଼ ସଫଳତା ମିଳିଛି।
ସୂଚନାଯୋଗ୍ୟ, ଶାହରୁଖ ଖାନ୍ ବଲିଉଡ୍ର ଏକ ଏଭଳି ଅଭିନେତା ଯାହାଙ୍କର ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପରିଚୟ ରହିଛି। ପୂରା ବିଶ୍ବରେ ତାଙ୍କର ଫ୍ୟାନ୍ସ ରହିଛନ୍ତି। ଏବେ ତାଙ୍କ ନାମ ଦୁନିଆର ୫୦ ଅଲଟାଇମ ମହାନ ଅଭିନେତାଙ୍କ ତାଲିକାରେ ସାମିଲ ହୋଇଛି। ଏହାର ସୂଚନା ଶାହରୁଖଙ୍କ ମ୍ୟାନେଜର ପୂଜା ଦଦଲାନୀ ସୂଚନା ଦେଇଛନ୍ତି।
ଶାହରୁଖ ଖାନଙ୍କୁ ଏହି ସମ୍ମାନ ବ୍ରିଟିଶ ମାଗାଜିନ୍ ଏମ୍ପାୟର ତରଫରୁ ମିଳିଛି। ଏକମାତ୍ର ଭାରତୀୟ ଅଭିନେତା ଭାବରେ ସେ ଏହି ଲିଷ୍ଟରେ ସାମିଲ୍ ହୋଇଛନ୍ତି। ଏହି ଲିଷ୍ଟରେ ଶାହୁରଖଙ୍କ ଦ୍ବାରା ଅଭିନୀତ କିଛି ଲୋକପ୍ରିୟ ଚରିତ୍ର, ‘ମାଇ ନେମ୍ ଇଜ୍ ଖାନ୍’ ର ରିଜବାନ ଖାନ୍, ‘କୁଛ୍ କୁଛ୍ ହୋତା ହୋତା ହୈ’ ର ରାହୁଲ ଖନ୍ନା ଏବଂ ସ୍ବଦେଶର ମୋହରନ ଭାରଗଭା ଚରିତ୍ର ରହିଛି।
ସେହିପରି ତାଲିକାରେ ଟମ୍ କ୍ରୁଜ୍, ଟମ୍ ହାଙ୍କ୍ସ, ଜୀନ ହ୍ୟାକମ୍ୟାନ୍, ଅଭିନେତ୍ରୀ ବୀଟ୍ ଡେଭିସ୍, ଅଷ୍ଟେ୍ରଲିଆନ ଅଭିନେତା ହେଥ୍ ଲେଜରଙ୍କ ଭଳି ଅନେକ ବଡ଼ ବଡ଼ ଅଭିନେତାଙ୍କ ନାମ ରହିଛି।