Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଡିପ୍ ନେକ୍ ଡ୍ରେସ୍ ପିନ୍ଧି ଗ୍ଲାମରସ୍ ଲୁକ୍ ଦେଖାଇଲେ ଶାହାରୁଖ ତନୟା, ଫଟୋ ଦେଖି ପ୍ରଶଂସା କଲେ ଫ୍ୟାନ୍ସ ଓ ଫ୍ରେଣ୍ଡସ୍

26/08/2021 at 12:30 PM

ନୂଆଦିଲ୍ଲୀ ୨୬/୦୮ : ଅଭିନେତା ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ହୁଏତ ଫିଲ୍ମରେ ଏଣ୍ଟ୍ରି କରିନାହାଁନ୍ତି କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ ଫଲୋଇଙ୍ଗ୍ କୌଣସି ସୁପରଷ୍ଟାରଠାରୁ କମ୍ ନୁହେଁ। ଏହି କାରଣରୁ ତାଙ୍କର ଫଟୋଗୁଡ଼ିକ ସାମ୍ନାକୁ ଆସିବା ମାତ୍ରେ ଭାଇରାଲ୍ ହୋଇଯାଏ । ତାଙ୍କ ଫ୍ୟାନ୍ସଙ୍କ ସହ ଯୋଡିହୋଇ ରହିବାକୁ ସୁହାନା ପ୍ରତିଦିନ ଆକର୍ଷଣୀୟ ପୋଷ୍ଟ ସେୟାର କରୁଥିବା ଦେଖାଯାଏ । ନିକଟରେ ସୁହାନାଙ୍କ ଏହିପରି ଏକ ପୋଷ୍ଟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ସୁହାନା ଖାନ ଇନଷ୍ଟାଗ୍ରାମରେ ତାଙ୍କର କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ନାଲି ରଙ୍ଗର ବଡିକନ୍ ଡ୍ରେସରେ ନଜର ଆସିଛନ୍ତି । ସେ ବାଲକୋନୀରେ ଠିଆ ହୋଇ ପଛକୁ ଚାହିଁ ପୋଜ୍ ଦେଇଛନ୍ତି । ତାଙ୍କର ଏହି ଡ୍ରେସ୍ ପଛରୁ ଡିପ୍ ନେକ୍ ଅଛି ଯାହା ବହୁତ ଷ୍ଟାଇଲିସ୍ ଏବଂ ଗ୍ଲାମରସ୍ ଦେଖାଯାଉଛି । ସୁହାନା ଯେଉଁଠାରେ ଠିଆ ହୋଇଛନ୍ତି ତାହା ଏହି ଫଟୋସୁଟକୁ ଆହୁରି ସୁନ୍ଦର କରୁଛି ।

ପ୍ରଶଂସକମାନେ ସୁହାନାଙ୍କ ଏହି ଶୈଳୀକୁ ବହୁତ ପସନ୍ଦ କରୁଛନ୍ତି । ଶନୟା କପୁର, ଅନନ୍ୟା ପାଣ୍ଡେଙ୍କ ସମେତ ଅନେକ ସେଲିବ୍ରିଟି ସୁହାନାଙ୍କ ଫଟୋରେ କମେଣ୍ଟ ଦେଇ ତାଙ୍କୁ ପ୍ରଶଂସା କରିଛନ୍ତି। ଏହାପୂର୍ବରୁ ମଧ୍ୟ ସୁହାନା ତାଙ୍କ ବୋଲ୍ଡ ଏବଂ ଗ୍ଲାମରସ୍ ଫଟୋସୁଟ୍ ଯୋଗୁଁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଛି। ଏଥି ସହିତ ସୁହାନା କେବେ ବଲିଉଡରେ ଏଣ୍ଟ୍ରି କରିବେ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି।

   Related Posts