"କରୋନା କରୋନା ଇତନା ଭି ପରେଶାନ ମତ୍ କରୋନା", ଭାଇରାଲ ହେଉଛି ଶାହରୁଖ ଖାନଙ୍କ ଗୀତର ରିମିକ୍ସ

Published By : Prameya-News7 Bureau | March 17, 2020 IST

କରୋନା ବିପଦ ସବୁଆଡେ ଦେଖିବାକୁ ମିଳୁଛି | ମନୋରଞ୍ଜନ ଦୁନିଆ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ | ମନୋରଞ୍ଜନ ଦୁନିଆରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି | କିଛି କଳାକାର ଏଭଳି ପରିସ୍ଥିତି ମଧ୍ୟ ଲୋକଙ୍କ ମନୋରଞ୍ଜନ କରିବାରେ ପଛାଉ ନାହାନ୍ତି | କରୋନା ବାହାନାରେ କିଛି କଳାକାର ଲୋକଙ୍କୁ ପଜିଟିଭ ମେସେଜ ମଧ୍ୟ ଦେବାକୁ ଚେଷ୍ଟା କରିଛନ୍ତି | ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏକ କରୋନା ସଙ୍ଗ ଖୁବ ଭାଇରାଲ ହୋଇଛି | 

{"id":239806,"width":749,"height":562,"sizeSlug":"large"}

ଏହି କରୋନା ଗୀତ ଗାଇଛନ୍ତି ତେଜସ ଗମ୍ଭୀର | ଗୀତର ମ୍ୟୁଜିକ ମଧ୍ୟ ସେ ନିଜେ କମ୍ପୋଜ କରିଛନ୍ତି | ୨୦୦୩ ମସିହାରେ ରିଲିଜ ହୋଇଥିବା ଶାହରୁଖ ଖାନଙ୍କ ଫିଲ୍ମ 'ଚଲତେ ଚଲତେ'ର ଗୀତ 'ସୁନୋ ନା ସୁନୋ' ଗୀତର ମ୍ୟୁଜିକରେ ତେଜସ ଏକ ଗୀତ ଲେଖିଛନ୍ତି | ବହୁତ ଭାବି ଚିନ୍ତା ତେଜସ ଏହି ଗୀତଟି ଗାଇଛନ୍ତି | ତେଜସ ଏହି ଗୀତକୁ ନିଜ ଫେସବୁକ ପେଜରେ ପୋଷ୍ଟ କରିବା ପରେ ଗୀତଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଛି |

{"id":239814,"width":747,"height":419,"sizeSlug":"large"}

କରୋନା ଯୋଗୁଁ ଲୋକଙ୍କ ଜୀବନରେ ଯେଉଁସବୁ ପ୍ରଭାବ ପଡିଛି ଟା ସମ୍ପର୍କରେ ତେଜସ ଏହି ଗୀତ ମାଧ୍ୟମରେ କହିଛନ୍ତି | ଏହାସହ ଗୀତର ଅନ୍ତିମରେ ଏକ ଭଲ ମେସେଜ ମଧ୍ୟ ଦେଇଛନ୍ତି | ଗୀତ ପୋଷ୍ଟ କରି ସେ ଏକ କ୍ୟାପସନ ମଧ୍ୟ ଲେଖିଛନ୍ତି | ସେ ଲେଖିଛନ୍ତି, ବର୍ତ୍ତମାନ ପରିସ୍ଥିତିକୁ ନେଇ ମୁଁ କିଛି ପଂକ୍ତି ଲେଖିଛି | ଏହା ସମ୍ପୂର୍ଣ ରୂପେ ମନୋରଞ୍ଜନ ଉଦ୍ଦେଶ୍ୟରେ ଗାଇଛି | ତେବେ ଏହି ଗମ୍ଭୀର ପରିସ୍ଥିତିରେ ଜାତି ଧର୍ମକୁ ପଛରେ ପକାଇ ପରସ୍ପରକୁ ସାହାଯ୍ୟ କରାନ୍ତୁ | ସୁରକ୍ଷିତ ରୁହନ୍ତୁ | ଭଗବାନ ଦୁନିଆବାସୀଙ୍କୁ ଆଶୀର୍ବାଦ କରାନ୍ତୁ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.