Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦୀପିକାଙ୍କୁ ମା’ ଚରିତ୍ରରେ ଅଭିନୟ କରିବାକୁ ଏମିତି ମନେଇଥିଲେ ଶାହାରୁଖ୍, ଇଣ୍ଟରଭ୍ୟୁରେ କଲେ ଖୁଲାସା

17/09/2023 at 1:05 PM

ମୁମ୍ବାଇ 17/09 :  ଏବେ ସବୁଠି ଫିଲ୍ମ ‘ଜବାନ’ର ଚର୍ଚ୍ଚା। ଫିଲ୍ମରେ ଶାହାରୁଖଙ୍କ ଅଭିନୟ ସହ ଦୀପିକା ପାଦୁକୋନଙ୍କ ଚରିତ୍ର ଲାଗେଇଛି ଚାରଚାନ୍ଦ୍। ଏଥିରେ  ଦୀପିକା  ମା’ ଭୂମିକାରେ ଆସିଛନ୍ତି ନଜର।  କିଛି ମିନିଟ୍ ପାଇଁ ସ୍କ୍ରିନ୍ ରେ ନଜର ଆସିଥିବା ଦୀପିକା  ନିଜ ଜବରଦସ୍ତ ଅଭିନୟରେ ଫ୍ୟାନ୍ସଙ୍କ  ହୃଦୟ ଜିତିଛନ୍ତି।‘ଜବାନ’ରେ ପ୍ରଶଂସକମାନେ ଦୀପିକା ପାଦୁକୋନଙ୍କର ଏମିତି  ଅବତାର ଦେଖିଥିଲେ ଯାହା ବୋଧହୁଏ ଦୀପିକା ଏ ପର୍ଯ୍ୟନ୍ତ ସିଲଭର ସ୍କ୍ରିନରେ ଅଭିନୟ କରି ନାହାନ୍ତି।  ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଦୀପିକା ମା ଭୂମିକାରେ ନଜର ଆସିଛନ୍ତି। ତେବେ, ମା’ଙ୍କ ଭୂମିକା ପାଇଁ ଶାହାରୁଖ ଦୀପିକାଙ୍କୁ କିପରି ମନେଇଲେ, ତାର କାହାଣୀ ବି ବେଶ୍ ଆକର୍ଷଣୀୟ।

ଚଳଚ୍ଚିତ୍ର ଜବାନର ସଫଳତା ସାମ୍ବାଦିକ ସମ୍ମିଳନୀରେ ଶାହାରୁଖ କହିଛନ୍ତି, ‘ଦୀପିକା ମୋ ହୃଦୟର ଅତି ନିକଟତର ।  ଯେତେବେଳେ ଏଟଲି ମୋତେ କହିଥିଲେ ଯେ ସେ ଫିଲ୍ମରେ କ୍ୟାମିଓ ପାଇଁ ଦୀପିକାଙ୍କୁ କାଷ୍ଟ କରିବାକୁ ଚାହୁଁଛନ୍ତି। ଆଉ ମୁଁ ଏଥିପାଇଁ ଯାଇ ଦୀପିକାଙ୍କୁ  ମନାଏ।  ଏଥିପାଇଁ ମୁଁ ଟିକେ ଦ୍ୱିଧାରେ ଥିଲି। ମୋର ମନେ ଅଛି, ପଠାନ ସେଟରେ ମୁଁ ଦୀପିକାଙ୍କୁ ଏହି ଫିଲ୍ମ ପାଇଁ ପଚାରିଥିଲି। ଯଦିଓ ଆମେ ତାଙ୍କୁ ଏକ କ୍ୟାମିଓ କରିବାକୁ କହି ପୂରା ଫିଲ୍ମ କରିଦେଲୁ। ବିଚାରିକୁ ଆମେ ବୋକା ବନେଇ ଦେଇଥିଲି।

ଶାହାରୁଖ ଆହୁରି କହିଛନ୍ତି, ‘ସେଦିନ ଆମେ ବେସରମ୍ ରଙ୍ଗ୍ ଗୀତର ସୁଟିଂ କରୁଥିଲୁ। ମୁଁ ସେଟରେ ତାଙ୍କୁ ଦେଖୁଥିଲି ଏବଂ ମୁଁ ମୋର ମ୍ୟାନେଜର ପୂଜାଙ୍କୁ କହିଥିଲି ଯେ ତୁମକୁ ଲାଗୁନି ଦୀପିକା ମା’ ଭୂମିକାରେ ଖୁବ୍ ଗ୍ରେସଫୁଲ ଲାଗିବେ। ମୁଁ ପୂଜାଙ୍କୁ କହିଲି ଦୀପିକାଙ୍କୁ ପଚାରନ୍ତୁ ଯେ ସେ ମୋର ପରବର୍ତ୍ତୀ ଚଳଚ୍ଚିତ୍ରରେ ମା’ ହେବାକୁ ଚାହୁଁଛନ୍ତି କି? ପୂଜା ତାଙ୍କୁ ତୁରନ୍ତ ପାଚରି ଆଉ ଦୁଇ ସେକେଣ୍ଡରେ ଫେରି ଆସି ଦୀପିକା ରାଜି ହୋଇଥିବା କହିଥିଲେ। ଦୀପିକା କହିଥିଲେ, ଯେତେବେଳେ ଶାହାରୁଖ କହିଛନ୍ତି ମୁଁ ମା’ ରୋଲରେ ଫରଫେକ୍ଟ, ତାହେଲେ  ମୁଁ ବି ପ୍ରସ୍ତୁତ। ଶାହାରୁଖ କହିଥିଲେ  ତାଙ୍କ ଉତ୍ତରରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଦୀପିକା ପ୍ରମାଣ କରିଛନ୍ତି ଯେ ସେ ଜଣେ ବଡ ଅଭିନେତା ।

ଦୀପିକା ଜବାନରେ ନିଜ ଭୂମିକାକୁ ନେଇ କହିଛନ୍ତି ଯେ, ‘ମୁଁ ପ୍ରୋଜେକ୍ଟ’କେ’ର ସୁଟିଂ ପାଇଁ ହାଇଦ୍ରାବାଦରେ ଥିଲି। ଏଟଲି ମୋ ପାଖକୁ ଆସି ମୋତେ ସ୍କ୍ରିପ୍ଟ ଶୁଣାଇଥିଲେ।  କାହାଣୀ ଶୁଣିବାର ଏକ ମିନିଟ୍ ମଧ୍ୟରେ ମୁଁ କହିଲି ତୁମେ କାହିଁକି ସମୟ ନଷ୍ଟ କରୁଛ? ମୁଁ ଏହି ଭୂମିକାରେ ଅଭିନୟ କରିବାକୁ ରାଜି।  ମୁଁ ଫିଲ୍ମରେ କେତେ ସମୟ ରହୁଛି ସେଇଟା ମୋ ପାଇଁ ବଡ଼ କଥା ନୁହେଁ।  ବଡ଼ କଥା ହେଉଛି ମୋ ଅଭିନୟ।  ତା ଛଡ଼ା ଶାହାରୁଖଙ୍କ ପ୍ରତି ମୋର ଶ୍ରଦ୍ଧା ବିଷୟରେ ତ ସମସ୍ତେ ଜାଣନ୍ତି। ଯେତେବେଳେ ବି ସେ କୁହନ୍ତି, ମୁଁ ସେଠାରେ ପ୍ରସ୍ତୁତ ରହିବି’ ।

Also Read- ‘Jawan’ ପରେ ସଲମାନ-ହ୍ରିତିକ୍‌ଙ୍କ ସହ ଫିଲ୍ମ କରିବେ ଏଟଲି ! ସାଉଥ୍‌ ନିର୍ଦ୍ଦେଶକ କରିଲେ କନଫର୍ମ

   Related Posts