ଅନନ୍ତ-ରାଧିକାଙ୍କ ପ୍ରିୱେଡିଂରେ ଶାହରୁଖଙ୍କର ରୟାଲ ଏଣ୍ଟ୍ରି, ସ୍ପିଚ୍‌ରେ କହିଲେ-ଜୟ ଶ୍ରୀ ରାମ…

Published By : Prameya-News7 Bureau | March 04, 2024 IST

ମୁମ୍ଵାଇ ୦୪।୦୩: ଜାମନଗରରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି ୱେଡିଂରେ ଅନେକ ସେଲିବ୍ରେଟିଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହି ସେଲିବ୍ରେସନ ୩ଦିନ ଧରି ଚାଲିଥିଲା । ବଲିଉଡ୍ର ବାଦଶାହ ଶାହରୁଖ ସହ ସବୁ ଷ୍ଟାର ମଧ୍ୟ ସାମିଲ୍ ହୋଇଥିଲେ। ସବୁଠାରୁ ବଡ ଓ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯେ ସେ 'ଜୟ ଶ୍ରୀରାମ'ର ସ୍ଲୋଗାନ୍‌ ଦେଇଥିଲେ।

ଅନନ୍ତ-ରାଧିକାଙ୍କ ପ୍ରି ୱେଡିଂର ଦ୍ୱିତୀୟ ଦିନରେ ଶାହରୁଖ ହୋଷ୍ଟିଂ କରୁଥିଲେ। ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ, ସେ କାର୍ଯ୍ୟକ୍ରମରେ ଥିବା ଲୋକଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା। କେବଳ ଏତିକି ହିଁ ନୁହେଁ ଶାହରୁଖ 'ଜୟ ଶ୍ରୀରାମ' କହି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହା ପରେ ସେ ଅମ୍ବାନୀ ପରିବାରର ମହିଳାମାନଙ୍କୁ ଦେବୀ ବୋଲି କହିଥିଲେ। ଭିଡିଓରେ ଶାହରୁଖ ଖାନଙ୍କୁ କଳା ରଙ୍ଗର ପୋଷାକରେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ପ୍ରଥମେ ସେ ଷ୍ଟେଜ୍‌ ଉପରକୁ ଆସି କୁହନ୍ତି, “…ଆରେ ...ଏହା ଏକ ସୁନ୍ଦର ଉପାୟ, ‘ଜୟ ଶ୍ରୀରାମ’। ଭଗବାନ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣମାନେ ଡ୍ୟାନ୍ସ ଦେଖନ୍ତୁ। ଭାଇମାନେ ଡ୍ୟାନ୍ସ କଲେ ଭଉଣୀମାନେ ଡ୍ୟାନ୍ସ କଲେ... କିନ୍ତୁ ପ୍ରାର୍ଥନା ଏବଂ ଆଶୀର୍ବାଦ ବିନା ଆଗକୁ ବଢିପାରିବ ନାହିଁ।”

wp:html
/wp:html

ଶାହରୁଖ ହୋଷ୍ଟିଂ ବ୍ୟତୀତ ଅମୀର ଏବଂ ସଲମାନଙ୍କ ସହ ଫିଲ୍ମା 'RRR'ର ‘ନାଟୁ ନାଟୁ' ଗୀତରେ ଡ୍ୟାନ୍ସ ମଧ୍ୟ କରିଥିଲେ। ତାହା ପୁଣି ନିଜ ନିଜ ହୁକ୍‌ ଷ୍ଟେପ୍‌ରେ। ଏହି ମ୍ୟୁଜିକ୍ ନାଇଟ୍ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କର ତିନି ଦିନିଆ ବିବାହ ଉତ୍ସବର ଏକ ଅଂଶ ଥିଲା। ଏହି ପାର୍ଟିରେ ଆହୁରି ଅନେକ ସେଲିବ୍ରେଟିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

wp:embed {"url":"https://www.prameyanews7.com/bollywood-star-in-anant-ambani-radhika-merchant-pre-wedding/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bollywood-star-in-anant-ambani-radhika-merchant-pre-wedding/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.