scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଲିଉଡ୍‌ରେ ୩୦ ବର୍ଷ ପୂରା କଲେ କିଙ୍ଗ୍‌ ଖାନ୍, ନୂଆ ଲୁକ୍‌ରେ ଆସିଲେ ନଜର

25/06/2022 at 1:53 PM

ନୂଆଦିଲ୍ଲୀ ୨୫।୦୬: ଶାହରୁଖ ଖାନ ଆଜି ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ୩୦ ବର୍ଷ ପୂରା କରିଛନ୍ତି। ଶାହରୁଖ ରାଜ କୱାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦିୱାନା’ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ଦିବ୍ୟା ଭାରତୀ ଏବଂ ଋଷି କପୁର ତାଙ୍କ ସହ ମୁଖ୍ୟ ଭୂମିକାରେ ଥିଲେ। ଏହି ବିଶେଷ ଅବସରରେ କିଙ୍ଗ ଖାନ ତାଙ୍କ ପ୍ରଶଂସକଙ୍କୁ ତାଙ୍କର ଆଗାମୀ ଫିଲ୍ମ ‘ପଠାନ୍‌’ର ମୋସନ ପୋଷ୍ଟରରେ ସେୟାର କରିଛନ୍ତି। ପୋଷ୍ଟରରେ ତାଙ୍କର ଗୋଟିଏ ହାତରେ ବନ୍ଧୁକ ଥିବାର ଦେଖିବାକୁ ମିଳିଛି। ଶାହରୁଖଙ୍କ ଏହି ଶକ୍ତିଶାଳୀ ଏବଂ ନୂଆ ଲୁକ୍‌କୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି।

ନିକଟରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମୋସନ ପୋଷ୍ଟର ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି- ‘୩୦ ବର୍ଷ ଏବଂ ତୁମର ପ୍ରେମ ଏବଂ ହସ ଅସୀମ ବୋଲି ଗଣନା କରୁନାହିଁ । #Pathan ସହିତ ଏହି ଯାତ୍ରା ଜାରି ରହିଛି । ୨୫ ଜାନୁୟାରୀ ୨୦୨୩ ରେ # YRF50 ସହିତ # ‘ପଠାନ୍‌’କୁ ସେଲିବ୍ରେଟ୍‌ କରିବୁ । ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍‌ ହେବ। ପ୍ରଶଂସକମାନେ ଶାହରୁଖଙ୍କ ପୋଷ୍ଟକରେ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି। ଅନ୍ୟପଟେ ‘ପଠାନ’ର ଏହି ମୋସନ୍ ପୋଷ୍ଟରକୁ ଏପର୍ଯ୍ୟନ୍ତ ପ୍ରାୟ ୫ଲକ୍ଷ ଲାଇକ୍ ମିଳିଛି ।

ଶାହରୁଖ ଖାନ ପୁଣିଥରେ ଦୀପିକା ପାଦୁକୋନଙ୍କ ସହ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଚଳଚ୍ଚିତ୍ର’ ପଠାନ’ରେ କାମ କରୁଛନ୍ତି। ଏହା ପୂର୍ବରୁ ଉଭୟ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏହା ବ୍ୟତୀତ ଜନ୍ ଅବ୍ରହାମଙ୍କୁ ମଧ୍ୟ ଏହି ପିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

   Related Posts