୩ ବର୍ଷ ପରେ ପୁଣି ଜମିବ ଶାହରୁଖ ଓ କାଜୋଲଙ୍କ ଯୋଡି, ପରଦାରେ କରିବେ ରୋମାନ୍ସ
15/01/2019 at 12:42 PM

ମୁମ୍ବାଇ ୧୫|୦୧: ବଲିଉଡର ହିଟ୍ ଯୋଡି ଶାହରୁଖ ଓ କାଜୋଲଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ ମିଳିବ। ଉଭୟଙ୍କ ଫିଲ୍ମ ଦେଖିବାକୁ ଆଜି ମଧ୍ୟ ଦର୍ଶକ ଉତ୍ସୁକ । ଦୁହେଁ ଯେବେ ଏକା ସହ ଆସନ୍ତି, ସ୍କ୍ରିନରେ ଧମାଲ କରନ୍ତି। ଦର୍ଶକମାନେ ସବୁବେଳେ ଏହି ଯୋଡିକୁ ସ୍କ୍ରିନରେ ଦେଖିବା ପାଇଁ ଅପେକ୍ଷାରେ ଥାନ୍ତି।

୯୦ ଦଶକରେ ଶାହରୁଖ ଓ କାଜୋଲ ଇଣ୍ଡଷ୍ଟ୍ରିରେ ଲଗାତାର ସୁପରହିଟ୍ ଫିଲ୍ମ କରିଛନ୍ତି। ଉଭୟଙ୍କର ଦିଲୱାଲେ ଫିଲ୍ମ ବକ୍ସ ଅଫିସ୍ରେ ସୁପରହିଟ୍ ହୋଇଥିଲା। ଶାହରୁଖ ଓ କାଜୋଲ ଖୁବ ଶିଘ୍ର ସ୍କ୍ରିନରେ ପୁଣି ଏକା ସହ ଦେଖିବାକୁ ମିଳିବେ। ହିନ୍ଦୀ ମିଡିଅମ ଫିଲ୍ମର ସିକ୍ୱଲରେ ଅଭିନୟ କରିବେ ଏହି ହିଟ୍ ଯୋଡି।

ଏହି ଦୁଇଜଣ ଫିଲ୍ମର ସ୍କ୍ରିପ୍ଟ ପଢିସାରିଛନ୍ତି। ଏହି ଫିଲ୍ମରେ ଶାହରୁଖ ଖାନଙ୍କ ସହ ଇରଫାନ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମର ଶୁଟିଂ ଆମେରିକାରେ ହବାକୁ ଯାଉଛି। କାଜଲଙ୍କୁ ଗତ ଥର ଫିଲ୍ମ ହେଲିକପ୍ଟର ଇଲାରେ ଦେଖିବାକୁ ମିଳିଥିଲା।

ସେପଟେ ଶାହରୁଖଙ୍କର ଜିରୋ ଫିଲ୍ମ ଏବେ କିଛି ଦିନ ହେବ ରିଲିଜ ହୋଇଛି। ଶାହରୁଖ ଓ କାଜୋଲଙ୍କର ବାଜିଗର, ଦିଲୱାଲେ ଦୁଲହନିଆ ଲେ ଯାଏଙ୍ଗେ, କୁଛ କୁଛ ହୋତା ହୈ, କଭି ଖୁସି କଭି ଗମ, ଏବଂ ମାଇ ନେମ ଇଜ ଖାନ ଫିଲ୍ମ ବକ୍ସ ଅଫିସରେ ସୁପରହିଟ ହୋଇଛି। ତେବେ ବଲିଉଡର ଏହି ହିଟ୍ ଯୋଡିକୁ ଆଗାମୀ ଚଳଚ୍ଚିତ୍ରରେ ଦେଖିବା ପାଇଁ ଦର୍ଶକମାନେ ଖୁବ ଉତ୍ସୁକ ଅଛନ୍ତି।
Related Posts
ସଲମାନଙ୍କ ନାଁ ଶୁଣି ଭଡକିଲେ ମଲାଇକା, କହିଲେ ସେ ମତେ….
28 January 2023