ରାଉରକେଲାରୁ ଶାହଜହାଁ ଶେଖ୍‌ର ସହଯୋଗୀ ଗିରଫ, ପୁଅକୁ ଦେଖା କରିବାକୁ ଆସିଥିବାବେଳେ ଧରିଲା ପୋଲିସ୍‌

Published By : Prameya-News7 Bureau | February 29, 2024 IST

ରାଉରକେଲା: ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଜମି ହଡ଼ପ ମାମଲା ଅଭିଯୁକ୍ତ ଟିଏମସି ନେତା ଶାହଜହାଁ ଶେଖ୍‌ର ସହଯୋଗୀ ଅମୀର ଅଲ୍ଲୀ ଗିରଫ। ଗୁରୁବାର, ରାଉରକେଲା ସେକ୍ଟର ୧୩ରୁ ଅମୀର ଅଲ୍ଲୀକୁ ଗିରଫ କରିଛି କୋଲକାତା ପୋଲିସ। ସୂଚନା ଅନୁଯାୟୀ, ଅମୀର ଅଲ୍ଲୀର ପୁଅ ରାଉରକେଲା NITରେ ପାଠ ପଢ଼ୁଛି। ଆଉ ପୁଅକୁ ଦେଖା କରିବାକୁ ରାଉରକେଲା ଆସିଥିବାବେଳେ ଅମୀରକୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଜମି ହଡ଼ପ ମାମଲା ଅଭିଯୁକ୍ତ ଟିଏମସି ନେତା ଶାହାଜହାଁ ଶେଖର ସହଯୋଗୀ ଅମୀର ଅଲ୍ଲୀକୁ ୫୫ ଦିନ ପରେ ଗୁରୁବାର ସକାଳେ ଗିରଫ କରାଯାଇଛି। ତେବେ ତାକୁ ଉତ୍ତର ୨୪ ପରଗଣା ଜିଲ୍ଲାର ଏକ ଅଦାଲତରେ ହାଜର ପରେ ୧୦ ଦିନିଆ ପୋଲିସ୍‌ ହେପାଜତରେ ପଠାଇଦିଆଯାଇଛି। ଆଉ ଏହି ମାମଲାରେ ପୋଲିସ ତାର ସହଯୋଗୀଙ୍କୁ ମଧ୍ୟ ଧରିବାକୁ ଚେଷ୍ଟା ଜାରି ରଖିଛି। ସେପଟେ ତୃଣମୂଳ କଂଗ୍ରେସ  ଶାହାଜାନକୁ ୬ ବର୍ଷ ପାଇଁ ନିଲମ୍ବିତ ମଧ୍ୟ କରିଛି।

ଆହୁରି ପଢ଼ନ୍ତୁ: ସନ୍ଦେଶଖାଲି ଘଟଣାର ଅଭିଯୁକ୍ତ ଶେଖ ଶାହଜାନ ଟିଏମ୍‌ସିରୁ ନିଲମ୍ବିତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.