'KGF 2'ର ଝଡ଼ରେ ଉଡିଲା ଶାହିଦ କପୁରଙ୍କ 'ଜର୍ସି',  ପ୍ରଥମ ଦିନରେ ବକ୍ସ ଅଫିସରେ କଲା ଏତିକି ଆୟ

Published By : Prameya-News7 Bureau | April 23, 2022 IST

ମୁମ୍ବାଇ ୨୩।୦୪: ଶାହିଦ କପୁରଙ୍କ ଫିଲ୍ମ 'ଜର୍ସି' ଦୀର୍ଘ ଅପେକ୍ଷା ପରେ ଏପ୍ରିଲ ୨୨ରେ ସିନେମାଘରେ ରିଲିଜ୍ ହୋଇଛି। ଫିଲ୍ମର କାହାଣୀ ଏବଂ ଶାହିଦଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଉଛି। ମାତ୍ର ଜର୍ସି ରିଲିଜର ପ୍ରଥମ ଦିନରେ ଅଧିକ ସଂଖ୍ୟାରେ ଦର୍ଶକଙ୍କୁ ସିନେମାଘରକୁ ଟାଣି ପାରିନାହିଁ। ଏହାର କାରଣ ୟଶ ଷ୍ଟାରର 'କେଜିଏଫ ୨'।

ଫିଲ୍ମ 'ଜର୍ସି'କୁ ଆଶାନୁରୂପ ଆରମ୍ଭ ମିଳିନାହିଁ। ଏମିତି ଲାଗୁଛି 'କେଜିଏଫ ୨' ସମୟରେ 'ଜର୍ସି'କୁ ରିଲିଜ୍ କରାଇବାର ପରିଣାମ ନିର୍ମାତାଙ୍କୁ ଭୋଗିବାକୁ ପଡିଛି। 'ଜର୍ସି' ରିଲିଜର ପ୍ରଥମ ଦିନରେ ମାତ୍ର ୪ କୋଟି ଟଙ୍କା ଆୟ କରି ପାରିଛି। ଇମୋସନରେ ଭରପୂର ଶାହିଦଙ୍କ ଏହି ଫିଲ୍ମ ପରିବର୍ତ୍ତେ ଲୋକେ 'କେଜିଏଫ ୨' ଦେଖିବାକୁ ପସନ୍ଦ କରୁଛନ୍ତି।

ସବୁଠୁ ବଡ କଥା କେଜିଏଫ ୨ ଉପରେ 'ଜର୍ସି'ର ରିଲିଜ୍‌ର କୌଣସି ପ୍ରଭାବ ପଡିନାହିଁ। ୟଶ ଷ୍ଟାରର ଫିଲ୍ମ ଏବେ ମଧ୍ୟ ବକ୍ସ ଅଫିସରେ ଧୁମ ମଚାଉଛି। ଏହି ଫିଲ୍ମ ଶୀଘ୍ର ହିନ୍ଦୀ ଭର୍ସନରେ ୩୦୦ କୋଟିର ଆୟ କରି ନେବ। ଅନ୍ୟପଟେ ଫିଲ୍ମ 'ଜର୍ସି'ରେ ଜଣେ ପିତାଙ୍କ ଜୀବନଯାତ୍ରାକୁ ବଡ ସୁନ୍ଦରତାର ସହ ନିର୍ମାଣ କରାଯାଇଛି।

ଅନ୍ୟପଟେ 'କେଜିଏଫ ୨' ରିଲିଜର ପ୍ରଥମ ନଅ ଦିନରେ ପ୍ରାୟ ୨୮୦ କୋଟିର  ଆୟ କରି ସାରିଛି। ଖୁବ୍ ଶୀଘ୍ର ଫିଲ୍ମଟି ୩୦୦ କୋଟି କ୍ଲବରେ ସାମିଲ୍ ହେବାକୁ ଯାଉଛି। 'ଜର୍ସି'ର ପ୍ରଥମ ଦିନର ଆୟକୁ ଦେଖିଲେ ଲାଗୁଛି ଏହି ଫିଲ୍ମଟି ୧୦୦ କୋଟି ଆୟ କରିବା ମୁସ୍କିଲ ଲାଗୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.