LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସିମ୍ପଲ୍ ଦେଖାଯାଉଥିବା ଶାଢୀ ପାଇଁ କେତେ ଖର୍ଚ୍ଚ କରିଥିଲେ ମୀରା ରାଜପୁତ, ଜାଣନ୍ତୁ ଦାମ୍…

16/02/2023 at 5:58 PM

ମୁମ୍ବାଇ୧୬।୦୨: ମୀରା ରାଜପୁତ, ଶାହିଦ କପୁରଙ୍କ ପତ୍ନୀ ହେଉଛନ୍ତି ମୀରା । ସେ ବଲିଉଡ ଇଣ୍ଡଷ୍ଟ୍ରିର ନୁହନ୍ତି, କିନ୍ତୁ ତାଙ୍କ ଷ୍ଟାଇଲ ଓ ଡ୍ରେସିଙ୍ଗ୍ ସେନ୍ସ ଦେଖିଲେ କେହି ବି କହିପାରିବେ ଯେ ସେ କୌଣସି ବଲିଉଡ ହସିନାଙ୍କଠାରୁ କମ୍ ନୁହଁନ୍ତି । ମୀରା କିଛି ଦିନ ହେବ ଏପରି ଆଉଟଫିଟରେ ନଜର ଆସୁଛନ୍ତି,ଯାହାକୁ ଦେଖିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳୁଛି ।

ନିକଟରେ ମୀରା ରାଜପୁତ ସିଦ୍ଧାର୍ଥ-କିଆରାଙ୍କ ବିବାହରେ ନଜର ଆସିଥିଲେ । ସେ ଏଥିରେ ଶାଢୀ ପିନ୍ଧିଥିବା ନଜର ଆସିଥିଲେ । ଏଥିରେ ମୀରା ନ୍ୟୁଡ କଲର ଶାଢୀରେ ନଜର ଆସିଥିଲେ। ଏହି ସିମ୍ପୁଲ ଦେଖାଯାଉଥିବା ଶାଢୀର ଦାମ୍ ଏବେ ସୋସିଆଲ ମିଡିଆରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଜାଣନ୍ତୁ ସିମ୍ପଲ ଦେଖାଯାଉଥିବା ଏହି ଶାଢୀରେ କେତେ ଖର୍ଚ୍ଚ କରିଛନ୍ତି ମୀରା …

 ଶାହିଦଙ୍କ ପତ୍ନୀ ମୀରା ସିଦ୍ଧାର୍ଥ-କିଆରାଙ୍କ ରିସେପ୍ସନକୁ ନ୍ୟୁଡ୍ କଲରର ଏକ ନେଟ ଶାଢୀ ପିନ୍ଧି ଯାଇଥିଲେ  । ମୀରା ଏହି ଶାଢୀ ସହିତ ଏକ ହୋରାଇଜେଣ୍ଟଲ ନେକର ଶିମିରି ବ୍ଲାଉଜ୍ ପିନ୍ଧିଥିଲେ । ଏହି ଶାଢୀ ମୀରାଙ୍କ ଲୁକକୁ ଚାରଚାନ୍ଦ ଲଗାଉଥିଲା । ଶାଢୀ ସହ କାନରେ ପିନ୍ଧିଥିଲେ ବଡ ବଡ ଡାଇମଣ୍ଡ ଇଅରିଙ୍ଗ । ଏଥିସହିତ ସଟଲ ମେକଅପ ମୀରାଙ୍କ ଲୁକକୁ କମ୍ପ୍ଲିଟ କରୁଥିଲା ।

ରିପୋର୍ଟ ଅନୁଯାୟୀ, ମୀରା ରାଜପୁତଙ୍କ ଏହି ଶାଢୀର ମୂଲ୍ୟ ପ୍ରାୟ ୧ ଲକ୍ଷ ୯୫ ହଜାର ଟଙ୍କା । ମିରା ସିଦ୍ଧାର୍ଥ କିଆରାଙ୍କ ବିବାହ ରିସେପ୍ସନ୍ ଲୁକର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ସୋସିଆଲ ମିଡିଆରେ ଏହି ଫଟୋଗୁଡ଼ିକ ବହୁତ ପସନ୍ଦ କରିଛନ୍ତି ଫ୍ୟାନ୍ସ । ଏହା ବ୍ୟତୀତ ମୀରା ରାଜପୁତ ସିଦ୍ଧାର୍ଥ ଓ କିଆରାଙ୍କ ଓ୍ବେଡିଂ ଏବଂ ମେହେନ୍ଦୀର ଅନେକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଉଭୟଙ୍କ ଲୁକ ବହୁତ ଆଟ୍ରାକ୍ଟିଭ୍ ଲାଗୁଛି ।

   Related Posts