ଇଶାନଙ୍କ EXଙ୍କ ସହ ରୋମାନ୍ସ କରିବେ ଭାଇ ଶାହିଦ୍, ଜବାବ ରଖିଲେ ଅଭିନେତା

Published By : Prameya-News7 Bureau | June 11, 2022 IST

ମୁମ୍ୱାଇ ୧୧/୦୬: IIFA ୨୦୨୨ ରେ ଶାହିଦ କପୁର ଏବଂ ଅନନ୍ୟା ପାଣ୍ଡେଙ୍କ ପ୍ରଦର୍ଶନ ସମସ୍ତଙ୍କ ହୃଦୟ ଜିତିଥିଲା । ଦୁଇ ଜଣଙ୍କ ପାଓ୍ୱାର ପ୍ୟାକ୍ ଫରଫରମାନ୍ସ ଏବଂ କେମେଷ୍ଟ୍ରି ଦେଖି ଅନେକ ନିର୍ମାତା ନିର୍ଦ୍ଦେଶକ ତାଜୁବ ହୋଇଯାଇଛନ୍ତି । କେହି କେହି କହିଛନ୍ତି ଯେ ଏହି ଯୋଡି ବହୁତ ସୁନ୍ଦର ଦେଖାଯାଉଛି ।

ତେବେ ଏମିତି ଜଣେ ଚଳଚ୍ଚିତ୍ର ନିର୍ମାତା ତାଙ୍କ ଯୋଡିକୁ ଏତେ ପସନ୍ଦ କରିଛନ୍ତି ଯେ, ଆଗାମୀ ଚଳଚିତ୍ରରେ ତାଙ୍କୁ ସାଇନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦୁହେଁ ଖୁବଶୀଘ୍ର ଏକାଠି କାମ କରୁଥିବା ନଜର ଆସିବେ । ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ଶାହିଦ କାପୁର । କଥାବାର୍ତ୍ତା ସମୟରେ ଶାହିଦ କପୁରଙ୍କୁ ପଚରାଗଲା ଯେ ସେ ଏବଂ ଅନନ୍ୟା ପାଣ୍ଡେଙ୍କୁ ଏକ ଫିଲ୍ମରେ ଏକାଠି କାମ କରୁଥିବା ଦେଖିବାକୁ ମିଳିବ ।

ଅଭିନେତା ଉତ୍ତର ଦେଇଛନ୍ତି, ଅନନ୍ୟା ବହୁତ ଭଲ ଝିଅ । କିନ୍ତୁ ଏହି ପ୍ରଶ୍ନ ଆପଣ ନିର୍ଦ୍ଦେଶକଙ୍କୁ ପଚାରିଲେ ବହୁତ ଭଲ ହେବ । ଚଳଚ୍ଚିତ୍ର ନିର୍ମାତାମାନମାନେ ଏହି ପ୍ରଶ୍ନର ଭଲ ଉତ୍ତର ଦେଇପାରିବେ । କାରଣ ଲୋକମାନେ ଯାହା ଭାବନ୍ତି ଏହାର ବିପରୀତ ହୁଏ । ଅନ୍ତତଃ ପକ୍ଷେ ଆଜିର ପିଢୀଙ୍କୁ ତାଙ୍କ କୋ-ଷ୍ଟାର ବାଛିବା ପାଇଁ ଅଧିକାର ନାହିଁ ।

କହିବାକୁ ଗଲେ ଶାହିଦ କପୁର ତାଙ୍କ ଫିଲ୍ମ 'ଜର୍ସି'କୁ ନେଇ ଅତ୍ୟନ୍ତ ଆତ୍ମବିଶ୍ୱାସୀ ଥିଲେ କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରିଲାନି । ସାଉଥ୍ ର ବ୍ଲକବଷ୍ଟର ଚଳଚ୍ଚିତ୍ର KGF2 ସହିତ ଟକ୍କର ହେବା କାରଣରୁ କ୍ଷତି ସହିବାକୁ ପିଡିଛି । ବର୍ତ୍ତମାନ ପ୍ରଶଂସକମାନେ ତାଙ୍କ ପରବର୍ତ୍ତୀ ପ୍ରୋଜେକ୍ଟକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଯେତେବେଳେ ଶାହିଦ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଘୋଷଣା କରିବେ ସେତେବେଳେ ଏହା ଦେଖିବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.