ନୂଆ ଲୁକ୍ରେ ନଜର ଆସିଲେ ସାହିଦ କପୁର: ‘ଜର୍ସି’ ପାଇଁ ଆରମ୍ଭ କଲେ ସୁଟିଂ
8/11/2020 at 5:11 PM

ମୁମ୍ବାଇ ୦୮/୧୧ : କରୋନା ମହାମାରୀ ଓ ଲକଡାଉନ୍ ଯୋଗୁଁ ଗତ କିଛି ମାସ ହେଲା ଫିଲ୍ମ ସୁଟିଂ ବନ୍ଦ ରହିଥିଲା। କିନ୍ତୁ ଅନଲକ ପରେ କାମ ଆରମ୍ଭ ହୋଇଛି। ତମାମ କଳାକାର ସୁଟିଂ ଆରମ୍ଭ କରିଛନ୍ତି। ସାହିଦ କପୁରଙ୍କ ଫିଲ୍ମ ‘ଜର୍ସି’ର ସୁଟିଂ ମଧ୍ୟ ବନ୍ଦ ହୋଇଯାଇଥିଲା। ସାହିଦଙ୍କ ଫିଲ୍ମ ଜର୍ସିର ସୁଟିଂ ପୁଣି ଆରମ୍ଭ ହୋଇସାରିଛି | ସାହିଦ କପୁର ନିଜର ଅଫିସିଆଲ ଇନ୍ସଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ କ୍ରିକେଟ ମଇଦାନରେ ନଜର ଆସିଛନ୍ତି।

ସାହିଦ କପୁର ପ୍ରାକ୍ଟିସ ପାଇଁ କ୍ରିକେଟ ମଇଦାନକୁ ଯାଉଥିବା ଫଟୋରେ ଦେଖିବାକୁ ମିଳିଛି। ସାହିଦ ଏକ ଭିନ୍ନ ରୂପରେ ନଜର ଆସିଛନ୍ତି। ଫଟୋରେ ସାହିଦ କପୁର ଲମ୍ବା ଚୁଟି ଓ ଦାଢ଼ିରେ ନଜର ଆସିଛନ୍ତି। ସେ ଏକ କଳା ଚଷମା ମଧ୍ୟ ପିନ୍ଧିଛନ୍ତି। ସାହିଦଙ୍କ ଏହି ନୂଆ ଲୁକ ଦେଖି ତାଙ୍କ ପ୍ରଶଂସକ ବହୁତ ଖୁସି ହୋଇଛନ୍ତି। ସାହିଦଙ୍କ ଫଟୋରେ ପ୍ରଶଂସକ ନାନା ପ୍ରତିକ୍ରିୟା ରଖିଛନ୍ତି। ହଜାର ହଜାର ପ୍ରଶଂସକ ସାହିଦଙ୍କ ଫଟୋରେ କମେଣ୍ଟ କରିଛନ୍ତି।

ସାହିଦ ଆଉ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଫଟୋରେ ସେ ବାଇକରେ ବସି ପୋଜ୍ ଦେଇଛନ୍ତି। ସାହିଦଙ୍କ ଏହି ଲୁକ ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଛି। କରୋନା ପାଇଁ ବହୁ ଦିନ ହେଲା ସାହିଦଙ୍କ ଆଗାମୀ ଫିଲ୍ମ ‘ଜର୍ସି’ର ସୁଟିଂ ବନ୍ଦ ହୋଇରହିଥିଲା ଯାହା ବର୍ତ୍ତମାନ ଆରମ୍ଭ ହୋଇଛି।