suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଶାହିଦ ଆଫ୍ରିଦିଙ୍କ ବିସ୍ଫୋରକ ବୟାନ-‘ଭାରତରେ ମୋଦି ସରକାର ଥିବା ଯାଏଁ ହୋଇପାରିବନି ଭାରତ-ପାକିସ୍ତାନ ମ୍ୟାଚ୍’

27/09/2020 at 11:41 AM

ନୂଆଦିଲ୍ଲୀ ୨୭/୦୯ : ପାକିସ୍ତାନ କ୍ରିକେଟ ଖେଳାଳିଙ୍କୁ ଆଇପିଏଲ ଖେଳିବାକୁ ମଉକା ମିଳେନାହିଁ । ଏହାକୁ ନେଇ ପାକିସ୍ତାନୀ କ୍ରିକେଟର୍ସଙ୍କ ଭିନ୍ନ ଭିନ୍ନ ମନ୍ତବ୍ୟ ସାମ୍ନାକୁ ଆସିଥାଏ । ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର ଶାହିଦ ଆଫ୍ରିଦିଙ୍କ ଏକ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେପର୍ଯ୍ୟନ୍ତ ଭାରତରେ ମୋଦି ସରକାର ରହିବ ସେପର୍ଯ୍ୟନ୍ତ ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ହୋଇପାରିବନାହିଁ । ସେ କହିଛନ୍ତି ପାକିସ୍ତାନ କ୍ରିକେଟର୍ସ ଆଇପିଏଲ ମିସ କରୁଛନ୍ତି । ଆଫ୍ରିଦିଙ୍କ କହିବାନୁସାରେ, ପାକିସ୍ତାନର ଯୁବ କ୍ରିକେଟରମାନେ ଏହି ଲିଗରେ ଖେଳିବା ଦ୍ୱାରା ବହୁତ ଲାଭବାନ ହୋଇଥାନ୍ତେ ।

ଆରବ ନ୍ୟୁଜ ସହ କଥାବାର୍ତ୍ତାରେ ଆଫ୍ରିଦି କହିଛନ୍ତି ଯେ, ପାକିସ୍ତାନ ସରକାର ସବୁବେଳେ ଭାରତ ସହ କ୍ରିକେଟ ଖେଳିବାକୁ ପ୍ରସ୍ତୁତ । କିନ୍ତୁ ଭାରତରେ ବର୍ତ୍ତମାନ ଶାସନାଧୀନ ସରକାର ଥିବାବେଳେ ଦୁଇ ଦେଶ ମଧ୍ୟରେ କ୍ରିକେଟର କୌଣସି ଆଶା ନାହିଁ । ଯେପର୍ଯ୍ୟନ୍ତ ମୋଦି ଶାସନରେ ରହିବେ ଭାରତ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ହୋଇପାରିବନାହିଁ । ଏହାସହ ସେ ଆଗକୁ କହିଛନ୍ତି, ଦୁନିଆର ସବୁଠାରୁ ମହଙ୍ଗା କ୍ରିକେଟ ଲିଗ ଆଇପିଏଲରେ ନ ଖେଳିବାରୁ ପାକିସ୍ତାନ ଖେଳାଳିଙ୍କର ବହୁତ କ୍ଷତି ହେଉଛି ।

ଭାରତ ପାକିସ୍ତାନ ମଧ୍ୟରେ ଗତ ୧୩ ବର୍ଷ ହେଲା କୌଣସି ଟେଷ୍ଟ ସିରିଜ ହୋଇନାହିଁ । ଶେଷଥର ୨୦୦୭ ମସିହାରେ ଉଭୟ ଦେଶ ମଧ୍ୟରେ ଟେଷ୍ଟ ସିରିଜ ହୋଇଥିଲା । ଭାରତ ଏହି ସିରିଜ ୧-୦ରେ ଜିତିଥିଲା । ଏହାସହ ଉଭୟ ଟିମ ମଧ୍ୟରେ ଗତ ୭ ବର୍ଷ ହେଲା ଏକଦିବସୀୟ ଦ୍ୱିପାକ୍ଷିକ ସିରିଜ୍ ହୋଇନାହିଁ । ୨୦୧୩ ମସିହାରେ ପାକିସ୍ତାନ ଟିମ ଭାରତକୁ ଆସିଥିଲା । ପାକିସ୍ତାନ ସେହି ସିରିଜରେ ୨-୧ରେ ଜିତିଥିଲା ।

ପିସିବିର ଚେୟାରମ୍ୟାନ୍ ଏହସାନ ମଣି କିଛି ଦିନ ପୂର୍ବରୁ କହିଥିଲେ ଯେ ବିସିସିଆଇ ସହିତ ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସିରିଜକୁ ନେଇ ଅନେକ ଆଲୋଚନା ହୋଇଛି । ଟି -୨୦ କ୍ରିକେଟ୍ ହେଉ କିମ୍ବା ଦ୍ୱିପାକ୍ଷିକ ସିରିଜ୍ ଅନେକ ଥର ଆଲୋଚନା ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରସଙ୍ଗରେ ଆଲୋଚନା ହୋଇନାହିଁ ।

   Related Posts