ଟିମ୍ ଇଣ୍ଡିଆକୁ ଆଫ୍ରିଦୀଙ୍କ ସମାଲୋଚନା; ଓଭରକନଫିଡେନ୍ସ ପାଇଁ ଟିମ୍ ଇଣ୍ଡିଆକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ

Published By : Prameya-News7 Bureau | November 19, 2023 IST

ନୂଆଦିଲ୍ଲୀ: ଅହମଦାବାଦରେ ଖେଳାଯାଉଥିବା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍‌ରେ ଭାରତ ଦୁର୍ବଳ ସ୍ଥିତିରେ ରହିଛି। ଅନ୍ୟପଟେ ବିଶ୍ୱକପ୍‌ରେ ଭାରତର ଏଭଳି ଦୁର୍ଭଳ ପ୍ରଦର୍ଶନକୁ ଦେଖି ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦୀ ଭାରତକୁ ଟାର୍ଗେଟ୍ କରିଛନ୍ତି। ଟିମ୍ ଇଣ୍ଡିଆର ଓଭର କନଫିଡେଣ୍ଟ(ଅତ୍ୟଧିକ ଆତ୍ମ ବିଶ୍ୱାସ) ଯୋଗୁ ବିଶ୍ୱକପ୍‌ରେ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଶାହିଦ ଆଫ୍ରିଦୀ କହିଛନ୍ତି।

ଏକ ଟିଭି ଡିବେଟ୍‌ରେ କ୍ରିକେଟ ସମୀକ୍ଷା କରୁଥିବା ବେଳେ ଆଫ୍ରିଦୀ ଏପରି କହିଛନ୍ତି। ଏହାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ସୋସିଆଲ୍ ମିଡିଆରେ କେତେକ ଆଫ୍ରିଦୀଙ୍କୁ କଥାକୁ ସମର୍ଥନ କରୁଥିବା ବେଳେ ଆଉ କେତେକ ସମାଲୋଚନା ମଧ୍ୟ କରୁଛନ୍ତି।

ତେବେ ଆଜିର ମ୍ୟାଚ୍‌ ସ୍ଥିତିକୁ ଦେଖିଲେ କ୍ୟାପ୍ଟେନ୍ ରୋହିତ ଶର୍ମା ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ୪୭ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଶୁଭମନ ଗିଲ୍, ଶ୍ରେୟସ ଆୟର ୪ ରନ୍‌ ଲେଖାଏ କରି ଆଉଟ୍ ହୋଇଥିଲେ। ଫଳରେ ଭାରତ ଉପରେ ଚାପ ପଡ଼ିଥିଲା। ଏହାପରେ ବିରାଟ କୋଲି ଓ କେଏଲ୍ ରାହୁଲ ଦୁହେଁ ମିଶି ଟିମ୍‌ର ପାଳି ସମ୍ଭାଳିଥିଲେ। ଏହାପରେ ଜାଡ଼େଜାଙ୍କ ୱିକେଟ୍ ଯାଇଥିଲା।

ପଢ଼ନ୍ତୁ-ବିଶ୍ୱକପ୍ ଫାଇନାଲ୍‌: ଚଳିତ ସଂସ୍କରଣରେ ଦ୍ୱିତୀୟ ଲୋ ସ୍କୋର କଲା ଭାରତ, ପ୍ରଥମ ଥର ହେଲା ଅଲ୍‌ ଆଉଟ୍

କେଏଲ ରାହୁଲ ସର୍ବାଧିକ ୬୪ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ସୂର୍ଯ୍ୟ କୁମାର ଯାଦବ ବି ଫେଲ୍ ମାରିଥିଲେ। ଫଳରେ ଭାରତ ମାତ୍ର ୨୪୦ ରନ୍ କରି ପ୍ରଥମ ଥର ପାଇଁ  ବିଶ୍ୱକପ୍‌ରେ ଅଲ୍‌ ଆଉଟ୍ ହୋଇଇଥିଲା। ଭାରତର ବ୍ୟାଟିଂ ଲାଇନ୍ ଦେଖି ଆଫ୍ରିଦି ଏହାକୁ ସମାଲୋଚନା କରିଛନ୍ତି।

ଏକ ଟିଭି ଶୋରେ ଆଲୋଚନା ବେଳେ ଆଫ୍ରିଦୀ କହିଛନ୍ତି “ ଯେବେ ଆପଣ ନିୟମିତ ମ୍ୟାଚ୍ ଜିତି ଚାଲିଛନ୍ତି। ତେବେ ଓଭର କନଫିଡେନ୍ସ ବି ଅଧିକ ହୋଇଯାଏ। ଏହା ହିଁ ଆପଣଙ୍କୁ ମାରିଦିଏ।” ଆଫ୍ରିଦୀଙ୍କ ଏହି କଥା ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ଭାଇରାଲ୍ ହେଉଛି।

ପଢ଼ନ୍ତୁ-ବିଶ୍ୱକପ୍ ଫାଇନାଲ୍: ପ୍ରଥମ ଭାରତୀୟ ବୋଲର ଯୋଡ଼ି ଭାବେ ଇତିହାସ ସୃଷ୍ଟି କଲେ ଶାମି-ବୁମ୍ରା

ଭାରତର ବିଶ୍ୱକପ୍‌ ମୁକାବିଲା ଦେଖିଲେ ଏଥର ଗୋଟିଏ ବି ମ୍ୟାଚ୍‌ରେ ହାରି ନଥିଲା ଭାରତୀୟ ଟିମ୍। ବିଶ୍ୱକପ୍‌ରେ ଦମ୍‌ଦାର ଖେଳ ପ୍ରଦର୍ଶନ କରିଥିବା ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିରୋଧରେ ଭାରତ ଭଲ ପ୍ରଦର୍ଶନ କରିଥିଲା. ହେଲେ ଆଜି ଫାଇନାଲ୍‌ରେ ଅଷ୍ଟ୍ରେଲିଆ ସାମ୍ନାରେ ଆଣ୍ଠେଇଛି ଭାରତୀୟ ଟିମ୍।

ଚେତାଇ ଥିଲେ ଧୋନୀ

ଏହା ପୂର୍ବରୁ ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ପରୋକ୍ଷରେ ଓଭ କନ୍‌ଫିଡେଣ୍ଟ କଥା କହିଥିଲେ। ସବୁ ମ୍ୟାଚ୍‌ ଜିତିଲେ ଭଲ କଥା । ହେଲେ ଗୋଟିଏ ମ୍ୟାଚ୍‌ ହାରିଲେ ବି ତ୍ରୁଟି ଜଣାପଡ଼େ ବୋଲି ଧୋନୀ କହିଥିଲେ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.