ବଲିଉଡ୍‌ରେ ଏଣ୍ଟ୍ରି କରିବେ କି ପାକିସ୍ତାନର ପୂର୍ବତନ ଖେଳାଳି? ଅଭିନେତାଙ୍କ ସହ କଲେ ମସ୍ତି

Published By : Prameya-News7 Bureau | August 29, 2023 IST

ମୁମ୍ୱାଇ ୨୯/୦୮: ବଲିଉଡ୍‌ ମୁହାଁ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ୍ ଆଫ୍ରିଦି । ଏକଥା ଆମେ କହୁନୁ ବରଂ ଭାଇରାଲ ହେଉଥିବା ଭିଡିଓ କହୁଛି ଅନେକ କଥା । ଏହାକୁ ବି ସେୟାର କରିଛନ୍ତି ନିଜେ ସେହି କ୍ରିକେଟର । ଆମେ କହୁଛି ପାକିସ୍ତାନର ପୂର୍ବତନ ଷ୍ଟାର ବ୍ୟାଟର ଶାହିଦ୍ ଆଫ୍ରିଦିଙ୍କ କଥା । ସେୟାର ହୋଇଥିବା ଭିଡିଓରେ ଆଫ୍ରିଦି ବଲିଉଡ୍ ଅଭିନେତାଙ୍କ ସହ ମସ୍ତି କରୁଛନ୍ତି ।

ଖାସ୍ କରି ସଲମାନ ଖାନ୍‌ଙ୍କ ଭାଇଙ୍କ ଖୁବ୍ ମଜ୍ଜାଳିଆ ଅନ୍ଦାଜରେ କଥା ହେଉଛନ୍ତି । ଆହୁରି ବି ଏହି ଭିଡିଓରେ ଅଭିନେତା ଅଫତାବା ଶିବଦାସାନୀ ବି ଅଛନ୍ତି । ଏମାନେ ଦୁଇଜଣ କ୍ରିକେଟରଙ୍କ ସହ ହସ ଖୁସି କରୁଛନ୍ତି । ଆହୁରି ବି ଏହି ଭିଡିଓରେ ଗୋଟେ ଛୋଟଝିଅ ବୁଲୁଛି । ଯିଏ କି ଶାହିଦ୍ ଆଫ୍ରିଦିଙ୍କ ସବୁଠୁ ସାନ ଝିଅ ।

ଯାହା ଜଣାପଡୁଛି ଭିଡିଓଟି ବୋଧହୁଏ ଏୟାରପୋର୍ଟର ଭିଜୁଆଲ । ଭିଡିଓଟିକୁ ସେୟାର କରିବା ପରେ ଲୋକେ ଏହାକୁ ଖୁବ ପସନ୍ଦ କରୁଛନ୍ତି । ଅନେକ ଏହାକୁ କମେଣ୍ଟ ବି ଦେଉଛନ୍ତି । କେହି କେହି ଲେଖିଛନ୍ତି ଦେଖିଲା ପରେ ଲାଗୁନେ ଯେ ଏମାନେ ଶତ୍ରୁ ଦେଶର ସେଲିବ୍ରିଟି ।

wp:html
/wp:html

ଏଠାରେ କହି ରଖୁଯେ, ପୂର୍ବରୁ ମଧ୍ୟ ଥରେ ଆଫ୍ରିଦି ଅଭିନେତାଙ୍କ ସୁନୀଲ ସେଟ୍ଟୀଙ୍କ ସହ ନଜର ଆସିଥିଲେ । ଦୁବାଇର ଗୋଟେ ରେଷ୍ଟୁରାଣ୍ଟରେ ନଜର ଆସିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଭାଇରାଲ ହୋଇଥିଲା । ଏବେ ପୁଣିଥରେ ଶାହିଦ ଏକ ଭିଡିଓ ଦେଖି ୟୁଜର୍ସ କହୁଛନ୍ତି ବୋଧହୁଏ ଆଫ୍ରିଦିଙ୍କୁ ଘାରେଇଲାଣି ବଲିଉଡ୍ ପ୍ରମେ । ଅର୍ଥାତ୍ ବୋଧେ ପାକ୍‌ର ଏହି ପୂର୍ବତନ କ୍ରିକେଟର ଏବେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଏହା ସତ କି ମିଛ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

you can also read...

wp:embed {"url":"https://www.prameyanews7.com/cricket-shaheen-afridi-marries-shahid-afridi-daughter-ansha-afridi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cricket-shaheen-afridi-marries-shahid-afridi-daughter-ansha-afridi/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.