Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଶେଷ ହେଲା ଦର୍ଶକଙ୍କ ଅପେକ୍ଷା, ଏହି ଦିନ OTTରେ ରିଲିଜ୍‌ ହେବ ଶାହରୁଖଙ୍କ ‘ପଠାନ୍‌’

17/03/2023 at 8:20 AM

ମୁମ୍ଵାଇ ୧୭।୦୩: ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିବା ଫିଲ୍ ପଠାନ୍‌ । ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମଙ୍କ ଅଭିନୀତ ‘ପଠାନ’ ବର୍ତ୍ତମାନ OTT ରେ ଧମାଲ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଓଟିଟି ପ୍ଲାଟଫର୍ମରେ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରୁଥିବା ସମସ୍ତ ଦର୍ଶକଙ୍କ ପାଇଁ ଖୁସି ଖବର।  ‘ପଠାନ୍’ ରିଲିଜ୍ ହେବା ପରଠାରୁ ଏହାକୁ ଅପେକ୍ଷା ଉତ୍ସାହିତ ସହ ଦର୍ଶକ ଅପେକ୍ଷା କରିଥିଲେ। ବର୍ତ୍ତମାନ ଏହି ଦର୍ଶକଙ୍କ ଅପେକ୍ଷା ଶେଷ ହୋଇଛି। ୨୨ ମାର୍ଚ୍ଚରେ ଓଟିଟିରେ ହେବ ରିଲିଜ୍‌ ।

ରିପୋର୍ଟ ଅନୁଯାୟୀ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ‘ପଠାନ’ ରିଲିଜ୍ ହେବାର ୫୬ ଦିନ ପରେ ମାର୍ଚ୍ଚ ୨୨ରେ OTTରେ ଦର୍ଶକଙ୍କ ପାଇଁ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ। ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ସୂଚନା ଦେଇଛନ୍ତି ଯେ ଚଳଚ୍ଚିତ୍ରରେ କିଛି ଡିଲିଟ ହୋଇଥିବା ଅନ୍ୟ କିଛି ଦୃଶ୍ୟ ଗୁଡିକ OTT ପ୍ଲାଟଫର୍ମରେ ଦେଖିବାକୁ ମିଳେ।

ଶାହାରୁଖଙ୍କ ଏହି ଚଳଚ୍ଚିତ୍ର କଲେକସନ୍‌ ଦୃଷ୍ଟିରୁ ସମସ୍ତ ଚଳଚ୍ଚିତ୍ରକୁ ପଛରେ ପକାଇଛି। ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ, ‘ପଠାନ’ କେବଳ ଭାରତରେ ୫୪୦ କୋଟି ଟଙ୍କା ବ୍ୟବସାୟ କରିଛି। ଏହା ସହିତ ଚଳଚ୍ଚିତ୍ରଟି ଆମେରିକା, କାନାଡା, ୟୁଏଇ, ଇଜିପ୍ଟ, ବ୍ରିଟେନ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡରେ ଚାଲିଛି । ଏହି ଚଳଚ୍ଚିତ୍ର ବିଦେଶ ବଜାରରେ ମଧ୍ୟ ଜବରଦସ୍ତ ବ୍ୟବସାୟ କରିଛି ।

   Related Posts