ମୁମ୍ଵାଇ ୦୬।୧୨: ଆସନ୍ତା ମାସରେ ଶାହାରୁଖଙ୍କ ଆଗାମୀ ଫିଲ୍ମ ‘ଫଠାନ’ରେ କମ୍ବ୍ୟାକ୍ କରୁଛନ୍ତି। ହେଲେ ତାଙ୍କର ଅପକମିଂ ଫିଲ୍ମ 'ଜୱାନ' ପାଇଁ ସଏ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଶାହାରୁଖଙ୍କୁ ନେ ବଡ ଖବର ସାମ୍ନାକୁ ଆସୁଛି। ତାମିଲ୍ର ହିଟ୍ ଡାଇରେକ୍ଟର ଏଟଲୀଙ୍କ 'ଜୱାନ'ରେ କାମ କରୁଛନ୍ତି। ବଲିଉଡ୍ର ବାଦଶାହାଙ୍କ ପ୍ୟାନ୍ ଇଣ୍ଡଆ ଫିଲ୍ମରେ କାମ କରିବ ପାଇଁ ସୁଯୋଗ ମିଳିଛି।
ଖବର ଅନୁଯାୟୀ, ଏହି ପ୍ରୋଜେକ୍ଟ ଗୁଡିକ ବିଷୟରେ ହମ୍ବଲ୍ ଫିଲ୍ମସ୍ ଏବଂ SRK ମଧ୍ୟରେ ଆଲୋଚନା ହୋଇସାରିଛି। ରିପୋର୍ଟରେ ଦାବି କରାଯାଇଛି ଯେ ତାଙ୍କ ଆକ୍ସନ୍ ଫିଲ୍ମ ପାଇଁ ପ୍ରସିଦ୍ଧ ରୋହିତ ଶେଟ୍ଟୀ ମଧ୍ୟ ଖୁବ୍ ଶୀଘ୍ର ଏହାର ଏକ ଅଂଶ ହେବାକୁ ଯାଉଛନ୍ତି। ତାଙ୍କୁ ହମ୍ବଲ୍ ଫିଲ୍ମର ବ୍ୟାନରରେ ଆଗାମୀ ପ୍ରୋଜେକ୍ଟ ଗୁଡିକର ନିର୍ଦ୍ଦେଶନା ଦାୟିତ୍ବ ମଧ୍ୟ ଦିଆଯିବ।
ତେବେ କନ୍ନଡ ଅଭିନେତା, ରକ୍ଷିତ୍ ଶେଟ୍ଟୀ ଏବଂ ଋଷଭ ଶେଟ୍ଟୀ ଏହି ଫିଲ୍ମରେ କ୍ୟାମିଓ ଭୂମିକା ଅଭିନୟ କରିପାରନ୍ତି ଏବଂ ଉଭୟ ଅଭିନେତା ମଧ୍ୟ ସମାନ ଭାବରେ ନିଜର ହଁ କରିଛନ୍ତି। ସେ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ତେବେ ହୋମ୍ବଲେ ଫିଲ୍ମସ ଏବଂ ଶାହରୁଖ ଖାନଙ୍କ ଦ୍ୱାରା ଏହି କଳ୍ପନାଜଳ୍ପନା ବିଷୟରେ କିଛି କୁହାଯାଇ ନାହିଁ। ଦୁହେଁ ଏହା ଉପରେ କିପରି ପ୍ରତିକ୍ରିୟା କରନ୍ତି ତାହା ଦେଖିବା ମଜାଦାର ହେବ ।