କମାଲ୍ କରୁଛି ପଠାନ: ୪ ଦିନରେ ୪୦୦ କୋଟି
29/01/2023 at 5:44 PM

ମୁମ୍ବାଇ: ଶାହରୁଖ ଖାନ୍ଙ୍କ ଫିଲ୍ମକୁ ଯେତେ ବିରୋଧ କଲେ ବି ପରଦା ଉପରେ ଛପରଫାଡ଼ ପ୍ରଦର୍ଶନ କରୁଛି ପଠାନ। ଦର୍ଶକଙ୍କ ସମର୍ଥନ ପୁଣିଥରେ ପ୍ରମାଣ କରିଦେଇଛି ଯେ ସତରେ ସେ ବଲିଉଡ୍ ବାଦଶାହ। ବିଶ୍ୱ ବକ୍ସ ଅଫିସ୍ରେ ଶାହରୁଖ ଖାନ୍ଙ୍କ ଫିଲ୍ମ ମାତ୍ର ୪ ଦିନରେ ୪୦୦ କୋଟି ପାର୍ କରିଛି। କାର୍ଯ୍ୟ ଦିବସଗୁଡ଼ିକରେ ଫିଲ୍ମ ଯେତିକି ଆୟ କରିଛି ଛୁଟିଦିନରେ ତାଠୁ ଅଧିକ ଆୟ କରିବ ବୋଲି ବାଣିଜ୍ୟ ବିଶ୍ଳେଷକ କହୁଛନ୍ତି। ତେବେ ପୂର୍ବରୁ କୌଣସି ବଲିଉଡ୍ ଫିଲ୍ମ ଏତେ ଶୀଘ୍ର ଏତେ ୪୦୦ କୋଟିରେ ସାମିଲ୍ ହୋଇନଥିଲା। ହେଲେ ପଠାନ ଏହି ରେକର୍ଡ କରିଛି।
ରିଲିଜ୍ ହେବା ପରେ ପଠାନ ଲଗାତର ତିନି ଦିନ ଦୈନିକ ୫୦ କୋଟି ଲେଖାଏ ଆୟ କରିଛି। ଜାନୁଆରୀ ୨୫ ତାରିଖରେ ରିଲିଜ୍ ହୋଇଥିବା ପଠାନ ୪ ଦିନ ମଧ୍ୟରେ ଜାନୁଆରୀ ୨୮ ତାରିଖ ସୁଧା ବିଶ୍ୱରେ ୪୦୦ କୋଟି ପାର୍ କରିଛି। ଟ୍ରେଡ୍ ଆନାଲିସିସ୍ ରମେଶ ବାଲା ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ଶୁକ୍ରବାର ଜାନୁଆରୀ ୨୭ ତାରିଖ ସୁଧା ପଠାନ ଭାରତରେ ୧୬୬ କୋଟି ଆୟ କରିଥିବା ବେଳେ ବିଶ୍ୱବ୍ୟାପୀ ୩୧୬ କୋଟି ଆୟ କରିଥିଲା। ପୂର୍ବ ଆକଳନ ଅନୁଯାୟୀ ଫିଲ୍ମଟି ଅଧିକ ୬ ମିଲିୟନ ଆମେରିକୀୟ ଡଲାର(୪୯ କୋଟି) ଆୟ କରିବା କଥା। ଫଳରେ ବିଶ୍ୱରେ ଫିଲ୍ମ ୪୨୦ରୁ ଅଧିକ ଆୟ କରିଥାନ୍ତା।
ଭାରତରେ ୨୦୦ କୋଟି ପାର୍
ରିଲିଜ୍ର ଚତୁର୍ଥ ଦିନରେ ପଠାନ ଭାରତରେ ୨୦୦ କୋଟି ପାର୍ କରିବାରେ ସମର୍ଥ ହୋଇଛି। ଜାନୁଆରୀ ୨୮(ଶନିବାର) ତାରିଖରେ କେବଳ ଫିଲ୍ମ ୫୨ କୋଟି ଆୟ କରିଥିଲା ବୋଲି ରମେଶ ବାଲା ସୂଚନା ଦେଇଛନ୍ତି। ଶନିବାର କେବଳ ୩୫ ପ୍ରତିଶତ ଆୟ କରିଛି ଫିଲ୍ମ। ରିଲିଜ୍ ହେବା ପରେ ୩ ଥର ଫିଲ୍ମ ୫୦ କୋଟିରୁ ଅଧିକ ଦୈନିକ ଆୟ କରିଥିଲା।
କେବଳ ଶୁକ୍ରବାର ଫିଲ୍ମ ୫୦ କୋଟି ଛୁଇଁ ପାରିନଥିଲା। ତେବେ ରବିବାର ଛୁଟିଦିନ ଥିବାରୁ ଫିଲ୍ମ ଅଧିକ ଆୟ କରିବ ବୋଲି କୁହାଯାଉଛି। ଫିଲ୍ମଟି ଚେନ୍ନାଇ ଏକ୍ସପ୍ରେସର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। ତେବେ ଫିଲ୍ମ ଭାରତରେ ୪ ଦିନର ଆୟ ୨୧୨ କୋଟି ଆୟ କରିଛି ବୋଲି ବକ୍ସ ଅଫିସ କହିଛି