ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ବାଦ୍‌ଶାହ ବ୍ୟାକ୍‌; ସର୍ବାଧିକ ଆୟକାରୀ ହିନ୍ଦୀ ସିନେମା ଭାବେ ରେକର୍ଡ ଭାଙ୍ଗିଲା ପଠାନ

26/01/2023 at 6:28 PM

ମୁମ୍ବାଇ: ବାଦ୍‌ଶାହ ବ୍ୟାକ୍‌। ଟ୍ୱିଟରରେ ଟ୍ରେଣ୍ଡ କରୁଛି ହ୍ୟାସ୍ ଟ୍ୟାଗ୍। ଏହି ହ୍ୟାସ୍ ଟ୍ୟାଗ୍ କାହା ପାଇଁ ଜାଣିଛନ୍ତି? ବଲିଉଡ୍ ବାଦଶାହ ଶାହରୁଖ ଖାନ୍‌ଙ୍କ ପାଇଁ। ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ପୁଣିଥରେ ବଡ଼ ପରଦାକୁ ଫେରିଛନ୍ତି କିିଂ ଅଫ୍‌ ରୋମାନ୍ସ ଶାହରୁଖ ଖାନ୍….। ବହୁ ବାଦ ବିବାଦ, ବିରୋଧ ପ୍ରତିରୋଧ ପରେ ରିଲିଜ୍ ହୋଇଛି ତାଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ପଠାନ…। ଆଉ ରିଲିଜ୍ ହେବା ମାତ୍ରେ ସମସ୍ତଙ୍କ ରେକର୍ଡ ଭାଙ୍ଗିଛି ଏହି ହିନ୍ଦୀ ସିନେମା। ବଲ୍ଲେ ବଲ୍ଲେ ବକ୍ସ ଅଫିସ୍।

Shah Rukh Khan begins Pathan prep at home with rigorous training, strict  diet

ପ୍ରଥମ ଦିନରେ ସର୍ବାଧିକ ଆୟ କରିଥିବା ହିନ୍ଦୀ ସିନେମା ହୋଇଛି ପଠାନ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଗୋଟିଏ ଦିନରେ ୫୭ କୋଟିରୁ ଅଧିକ ଆୟ କରିଥିବା ଅନୁମାନ କରାଯାଉଛି। ହିନ୍ଦୀ ଭାଷାରେ ପଠାନ ୫୫ କୋଟି ଆୟ କରିଥିବା ବେଳେ ତାମିଲ ଓ ତେଲଗୁରେ ୨ କୋଟି ଆୟ କରିଛି ବୋଲି ଫିଲ୍ମ ଇଣ୍ଡଷ୍ଟ୍ରୀ ହିସାବ ଲଗାଇଛି।  

ହିନ୍ଦୀ ସିନେମା ଇତିହାସରେ ରେକର୍ଡ ଭାଙ୍ଗିଲା ପଠାନ

ତେବେ ପୂରା ଭାରତରେ ପଠାନ ପାଖାପାଖି ୬୭.୨୫ କୋଟି ଆୟ କରିଥିବା କୁହାଯାଉଛି। ଜାତୀୟ ମଲ୍ଟିପ୍ଲେକ୍ସଗୁଡ଼ିକରେ ଜବରଦସ୍ତ ହିଟ୍ କରିଛି ସିନେମା। ଆଇନକ୍ସ, ସିନୋପଲିସ ଓ ପିଭିଆର୍ ଭଳି ଜାତୀୟ ସିନେମାଘରଗୁଡ଼ିକ ରିଲିଜ୍ ଦିନ ୨୭.୫ କୋଟି ଆୟ କରିଛନ୍ତି। ଯାହା ମୋଟ ଦିନିକିଆ କଲେକ୍ସନରେ ପାଖାପାଖି ୫୦ ପ୍ରତିଶତ ହେବ। ତେବେ କାର୍ଯ୍ୟଦିବସରେ ରିଲିଜ୍ ହୋଇ ଫିଲ୍ମ ଏତେ ସଂଖ୍ୟାରେ ଆୟ କରିପାରିଥିବା ବେଳେ ଆଜି ଗଣତନ୍ତ୍ର ଦିବସ ଛୁଟିରେ ଅଧିକ ଆୟ କରିବ ବୋଲି ଆଶା କରାଯାଉଛି। ମାତ୍ର ଦୁଇ ଦିନ ଭିତରେ ପଠାନ ହିନ୍ଦୀ ସିନେମା ଇତିହାସରେ ରେକର୍ଡକାରୀ ପ୍ରଦର୍ଶନ ଦେବ ବୋଲି ଆଶା କରିଛି ପ୍ରଯୋଜନା ସଂସ୍ଥା।

ପୂର୍ବରୁ ଛୁଟିଦିନଗୁଡ଼ିକରେ ରିଲିଜ୍ ହୋଇ ୱାର୍ ଓ କେଜିଏଫ୍‌ ଓ ଦ ଠଗ୍ସ ଅଫ ହିନ୍ଦୁସ୍ତାନ ଯେତିକି ରେକର୍ଡ କରିଥିଲା, ପଠାନ କିନ୍ତୁ ଛୁଟି ଦିନରେ ରିଲିଜ୍ ନ ହୋଇ ସେମାନଙ୍କ ଆୟକୁ ପଛରେ ପକାଇ ଦିନକରେ ସର୍ବାଧିକ ଆୟ କରିଥିବା ହିନ୍ଦୀ ସିନେମା ହୋଇପାରିଛି।

Pathaan Box Office Collection Day 1 (Early Estimate): 'पठान' की कमाई देख  गदगद हुए मेकर्स, फिल्म ने कूटे इतने करोड़

ବିଦେଶରେ ପଠାନର ବକ୍ସ ଅଫିସ୍ କଲେକ୍‌ସନ

ପଠାନ ଫିଲ୍ମର ବିଦେଶରେ ଆୟ ବି ଭଲ ହୋଇଛି। ଓପନିଂ ଡେ’ ରେ ଫିଲ୍ମ ୪ ମିଲିୟନ ଆମେରିକୀୟ ଡଲାରରୁ ଅଧିକ ବ୍ୟବସାୟ କରିଛି। ଏହି ଆୟକୁ ଯଦି ଭାରତୀୟ ମୁଦ୍ରାରେ ବଦଳାଇ ଦେଖିବା, ତେବେ ବିଦେଶରେ ପଠାନ ପଖାପାଖି ୩୫.୭୫ କୋଟି ଟଙ୍କା ଆୟ କରିଛି। ପୂର୍ବରୁ ବଲିଉଡ୍‌ର କୌଣସି ଫିଲ୍ମ ବିଦେଶରେ ଏତେମାତ୍ରାରେ ଆୟ କରିପାରି ନଥିଲା। ଆପଣଙ୍କୁ କହି ରଖୁଛୁ ଯେ ଭାରତ ବାହାରେ ଶାହରୁଖ୍‌ଙ୍କ କ୍ରେଜ୍ ଅନ୍ୟ ବଲିଉଡ୍ ଅଭିନେତାଙ୍କ ଠାରୁ ଢେର୍‌ଗୁଣା ଅଧିକ। ଆଉ ବିଦେଶରେ ଏହି ବ୍ୟବସାୟ ତାର ଏକ ଉଦାହରଣ ମାତ୍ର।  

Shah Rukh Khan film Pathan Social Media Reaction: 'जश्न मनाओ किंग खान आ रहे  हैं', पठान का टीजर देखकर बोले फैंस - shahrukh khan film pathan release date  out fans reaction trend

ଫିଲ୍ମର ଆୟ ଯେଉଁଭଳି ଭାବରେ ବଢ଼ି ଚାଲିଛି ସପ୍ତାହକ ଭିତରେ ବିଦେଶରେ ଫିଲ୍ମ ୧୫ ମିଲିୟନ ଆମେରିକୀୟ ଡଲାର ଆୟକରି ସର୍ବାଧିକ ଆୟକାରୀ ଫିଲ୍ମର ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛି। ସେହିପରି ବିଦେଶରେ ୩୦ ମିଲିୟନ ଆୟ ସହ ଭାରତର ନମ୍ବର ୱାନ୍ ଆୟକାରୀ ହିନ୍ଦୀ ସିନେମା ହୋଇ ରେକର୍ଡ କରିବା ଲକ୍ଷ୍ୟ ରଖିଛି ପଠାନ।

ବିଦେଶରେ ପଠାନର ପ୍ରଥମ ଦିନ ବକ୍ସ ଅଫିସ୍‌ କଲେକ୍ସନ ୧୦୩ କୋଟି ହୋଇଛି। ଯାହା ହିନ୍ଦୀ ସିନେମା ଇତିହାସରେ ପ୍ରଥମ ଘଟଣା। ଏକ ସୂଚନା ଅନୁସାରେ ସାରା ବିଶ୍ୱରେ ଏହି ସିନେମା ପାଖାପାଖି ୮ ହଜାର ସ୍କ୍ରିନ୍‌ରେ ରିଲିଜ୍ ହୋଇଛି ବୋଲି ଆକଳନ କରାଯାଉଛି। ଯଦିଓ ବାସ୍ତବତା କିଛି ଅଲଗା ଥାଇପାରେ। ତେବେ ବର୍ତ୍ତମାନ ସୁଧା ଟ୍ରେଣ୍ଡ ଅନୁସାରେ ବିଦେଶରେ ଫିଲ୍ମ ୧୦୦ କୋଟି ଆୟ କରିଥିବା ସଂକେତ ଦେଉଛି।

Pathaan Box Office Collection Day 1: Shah Rukh Khan's Film Is Bollywood's Biggest Opener With Record Rs 55 Crore

କିଙ୍ଗ୍ ଇଜ୍ ବ୍ୟାକ୍‌; ବଲିଉଡକୁ ବଳ ଦେବ ପଠାନ

କିଛି ବର୍ଷ ହେବ ବିରୋଧ ଓ ପ୍ରତିବନ୍ଧକ ମାଡ଼ରେ ଗୋଟିଏ ପରେ ଗୋଟିଏ ହିନ୍ଦୀ ସିନେମା ଫ୍ଲପ୍ ହେଉଛି। ତା ଛଡ଼ା କେତେବେଳେ କାହଣୀର ଅଭାବ ତ କେତେବେଳେ ଆକ୍ସନ ଓ ଗ୍ରାଫିକ୍ସକୁ ନେଇ ବଲିଉଡକୁ ସମାଲୋଚନା କରୁଛନ୍ତି ଫ୍ୟାନ୍ ଓ ସିନେ କ୍ରିଟିକ୍‌। ଏଥିରେ ପୂରା ବଲିଉଡ୍‌ରେ ନିରାଶା ଛାଇଯାଇଛି। ତେବେ ଶାହରୁଖଙ୍କର ଫିଲ୍ମ ପଠାନ ବଲିଉଡ୍ ପାଇଁ ପୁଣି ଉତ୍ସାହମୂଳକ ହେବ ବୋଲି ଆଶା କରାଯାଉଛି। କାରଣ ପରଦାକୁ ଫେରିଛନ୍ତି ସିନେମା ରାଜା, ଦି କିଂ ଅଫ୍ ରୋମାସନ୍ସ ଶାହରୁଖ ଖାନ୍।    

   Related Posts