'ଡଙ୍କି' ସୁଟିଂ ପରେ ମକ୍କା ପରିଦର୍ଶନ କଲେ ଶାହାରୁଖ, ସୋସିଆଲ୍‌ ମିଡିଆରେ ଫଟୋ ଭାଇରାଲ

Published By : Prameya-News7 Bureau | December 02, 2022 IST

ମୁମ୍ଵାଇ ୦୨।୧୧: ବଲିଉଡର କିଙ୍ଗ ଶାହରୁଖ । ବର୍ତ୍ତମାନ ସେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଶାହରୁଖ ଖୁବ୍ ଶୀଘ୍ର 'ପଠାନ୍', 'ଜୱାନ୍' ଏବଂ ଡଙ୍କି ଫିଲ୍ମରେ ନଜର ଆସିବେ। ନିକଟରେ ସେ ସାଉଦି ଆରବରେ ତାଙ୍କ ଫିଲ୍ମ 'ଡଙ୍କି' ର ସୁଟିଂ ଶେଷ କରିଛନ୍ତି। ଅଭିନେତା ନିଜେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏହା ପରେ କିଙ୍ଗ ଖାନ ପବିତ୍ର ସହର  ମକ୍କାର ପରିଦର୍ଶନ କରିଥିଲେ। କହିବାକୁ ଗଲେ ଉମରାହ ତୀର୍ଥଯାତ୍ରା ହଜ ପରି ଅଟେ। ହଜ୍ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଅଛି କିନ୍ତୁ ଉମରାହ ଯେକୌଣସି ସମୟରେ କରାଯାଇପାରିବ। ଶାହରୁଖ ଖାନଙ୍କ ଉମରାହର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

wp:html
/wp:html

ଶାହରୁଖ ଖାନଙ୍କ ମକ୍କା ଗସ୍ତର ଫଟୋ ତାଙ୍କ ଇନଷ୍ଟାଗ୍ରାମର ଫ୍ୟାନ୍‌ ଆକାଉଣ୍ଟରେ ସେୟାର କରାଯାଇଛି। ଏହି ଫଟୋ ଗୁଡ଼ିକରେ ଶାହାରୁଖ ସମ୍ପୂର୍ଣ୍ଣ ଭିନ୍ନ ପୋଷାକରେ ନଜର ଆସିଛନ୍ତି । ଫଟୋରେ ଶାହରୁଖଙ୍କୁ ଲୋକମାନେ ଘେରି ରହିଥିବାର ଦେଖିବାକୁ ମିଳୁଥିବା ବେଳେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।

ନିକଟରେ ଶାହାରୁଖ ଖାନ 'ଡଙ୍କି'ର ସୁଟିଂ ଶେଷ କରିଛନ୍ତି। ଗତକାଲି ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଯେ ଫିଲ୍ମ 'ଡଙ୍କି'ର ସାଉଦି ଆରବ ଶୁଟିଂ କାର୍ଯ୍ୟସୂଚୀ ସମାପ୍ତ ହୋଇଛି। ଭିଡିଓରେ ଶାହରୁଖ ଫିଲ୍ମର କାଷ୍ଟ ଏବଂ କ୍ରୁଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସାଉଦି ଆରବର ସଂସ୍କୃତି ଏବଂ ଚଳଚ୍ଚିତ୍ର ମନ୍ତ୍ରଣାଳୟକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଏହା ପରେ ଶାହରୁଖ ଉମ୍ରାର ଇସଲାମ ତୀର୍ଥଯାତ୍ରା କରିବା ପାଇଁ ମକ୍କା ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.