ମୁମ୍ଵାଇ ୧୯।୦୬: ବଲିଉଡ୍ରେ ଜଣଙ୍କ ପରେ ଜଣେ ଦମ୍ଦାର ଅଭିନେତା ଅଛନ୍ତି । ଗତ ବର୍ଷ ଠାରୁ ଚଳିତ ବର୍ଷ ଯାଏଁ ଜବରଦସ୍ତ ଫିଲ୍ମ ପରଦାରେ ଦେଖିବାକୁ ମିଳିଛି ।ହେଲେ ଏବେ ସବୁଠାରୁ ଅଧିକ ଟଙ୍କା କମାଉଥିବା ଆକ୍ଟର୍ସଙ୍କ ଲିଷ୍ଟ ସାମ୍ନାକୁ ଆସିଛି । ଫୋର୍ବସ୍ ଦ୍ଵାରା ପ୍ରକାଶିତ ତାଲିକାରେ ୨୦୨୪ରେ ଅଧିକ ଇନକମ୍ କରିଥିବା ଆଇଏମଡିବିରୁ ସଂଗୃହିତ ତଥ୍ୟରୁ ସାଉଥ୍ ଷ୍ଟାର ମଧ୍ୟ ସାମିଲ ଅଛନ୍ତି।ସମସ୍ତଙ୍କୁ ପଛରେ ପକାଇ ପୁଣି ଥରେ ଇଣ୍ଡଷ୍ଟ୍ରିରେ କିଙ୍କ ସାଜିଛନ୍ତି ଶାହରୁଖ । ଶାହରୁଖଙ୍କ ନେଟ୍ ୱାର୍ଥ ବିଷୟରେ କହିବାକୁ ଗଲେ ତାଙ୍କର ୬୩୦୦ କୋଟି ହେବ । ୨୦୨୩ରେ ତାଙ୍କର ଫିଲ୍ମ ପଠାନ , ଜୱାନ, ଡଙ୍କି ଧମାଲ କରିଥିଲା । ଗୋଟିଏ ଫିଲ୍ମ ପାଈଂ ସେ ୧୫୦ ରୁ ୨୫୦ କୋଟି ଫି ନେଇଥାଆନ୍ତି ।
ଶାହରୁଖଙ୍କ ପରେ ଦ୍ଵିତୀୟରେ ଅଛନ୍ତି ସଲମାନ ଖାନ। ଯାହାଙ୍କ ନେଟୱାର୍ଥ ୨୯୦୦ କୋଟି । ତାଙ୍କର ଟାଇଗର ୩ ୪୬୭ କୋଟି କଲେକସନ୍ କରିତିଲା । ସେ ଗୋଟିଏ ଫିଲ୍ମ ପାଇଁ ୧୦୦ରୁ ୧୫୦ ନେଇ ଥାଆନ୍ତି । ୨୫୦୦ କୋଟିର ସମ୍ପତ୍ତ ଅକ୍ଷୟ କୁମାର। ସେ ଏବେ ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କ ଫି ୬୦ରୁ ୧୪୫ କୋଟି। ଚତୁର୍ଥ ସ୍ଥାନରେ ଅଛନ୍ତି ଅମୀର ଖାନ । ତାଙ୍କ ନେଟୱାର୍ଥ ୧୮୬୨ । ସେ ପୁଣିରେ ସିତାରେ ଜମିନ ପର ଫିଲ୍ମରେ କମ୍ବ୍ୟାକ୍ କରିବାକୁ ଯାଉଛନ୍ତି । ତାଙ୍କ ବିଷୟରେ କହିବାକୁ ଗଲେ ସେ ୧୦୦ରୁ ୧୭୫ କୋଟି ଟଙ୍କ ନିଅନ୍ତି ।
ଥଲାପତି ବିଜୟ ସାଉଥ୍ର ଫେମସ ନାମ । ତାଙ୍କର ନେଟ୍ ମୂଲ୍ୟ ୪୭୪ କୋଟି ଟଙ୍କା । ତାଙ୍କ ଫିଲ୍ମ ଲିଓ ଜବରଦସ୍ତ କଲେକସନ୍ କରିଥିଲା। ବିଜୟ ଗୋଟିଏ ପିଲ୍ମ ପାଇଁ ୧୩୦ ରୁ ୨୦୦ କୋଟି ଟଙ୍କା ଚାର୍ଜ କରନ୍ତି । ରଜନୀକାନ୍ତ ଏହି ତାଲିକାରେ ସାମିଲ ଅଛନ୍ତି । ବଲିଉଡ୍ରେ ବି ତାଙ୍କ ଦବଦବା ଲାଗି ରହିଛି । ସେ ଗୋଟିଏ ଫିଲ୍ମ ପାଇଁ ୧୫୦ ରୁ ୨୧୦ କୋଟି ଟଙ୍କା ନିଅନ୍ତି ।
ଅଲ୍ଲୁ ଅର୍ଜୁନ ୩୫୦ କୋଟି ସମ୍ପତ୍ତିର ମାଲିକ । ସେ ତାଙ୍କ ଅପକମିଂ ଫିଲ୍ମ ପୁଷ୍ପା-୨ ପାଇଁ ଚର୍ଚ୍ଚାରେ ଅଛନ୍ତି । ସେ ଫିଲ୍ମ ପାଇଁ ୧୦୦ ରୁ ୧୨୫ କୋଟି ଚାର୍ଜ କରନ୍ତି । ବାହୁବଳୀ ଫେମ୍ ପ୍ରଭାସ । ସେ ଏବେ ପାନ୍ ଇଣ୍ଡିଆ ଷ୍ଟାର ହୋଇ ସାରିଛନ୍ତି ।ତାଙ୍କ ନେଟ ୱାର୍ଥ ୨୪୧ କୋଟି ଟଙ୍କା। ସେ ଗୋଟିଏ ଫିଲ୍ମ ପାଇଁ ୧୦୦ ରୁ ୨୦୦ କୋଟି ଟଙ୍କା ଫି ନିଅନ୍ତି । ଏହି ତାଲିକାର ଶେଷରେ ଅଛନ୍ତି କମଲ ହାସନ । ସେ ୨୨୦ ଫିଲ୍ମରେ କାମ କରିଛନ୍ତି। ତାଙ୍କ ଫି ବିଷୟରେ କହିବାକୁ ଗଲେ ସେ ୧୦୦ ରୁ ୧୫୦ କୋଟି ଟଙ୍କ ନିଅନ୍ତି। ଫୋର୍ବସ୍, IMDb ତଥ୍ୟ ବ୍ୟବହାର କରି, ବଲିଉଡ ଏବଂ ଦକ୍ଷିଣ ଭାରତୀୟ ସିନେମାର ପ୍ରତିଭାର ମିଶ୍ରଣ ପ୍ରଦର୍ଶନ କରି ଶ୍ରେଷ୍ଠ ପାରିଶ୍ରମିକ ପ୍ରାପ୍ତ ଭାରତୀୟ ଅଭିନେତାଙ୍କ ତାଲିକା ପ୍ରକାଶ କରିଛି ।