ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଶାହରୁଖ ଖାନ୍‌ଙ୍କୁ ବିମାନ ବନ୍ଦରରେ ଅଟକାଇଲା ଇଡି; ବ୍ୟାଗ ଭିତରୁ ଏହିସବୁ ବାହାରିବା ପରେ ଲାଗିଲା ଫାଇନ

12/11/2022 at 5:02 PM

ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦରରେ ବଲିଉଡ୍ ବାଦଶାହ ଶାହରୁଖ ଖାନ୍‌ଙ୍କୁ ଅଟକାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗତ କାଲି ରାତିରେ ତାଙ୍କୁ କିଛି ଘଣ୍ଟା ପାଇଁ ଅଟକ ରଖାଯାଇଥିଲା। ଶାହରଖୁ ସାଙ୍ଗର ନେଇଥିବା କିଛି ଦାମିକିଆ ଘଣ୍ଟା ପାଇଁ ତାଙ୍କୁ ଅଟକ ରଖିଥିଲା ଇଡି। ଶେଷରେ ଶାହରୁଖ ଇଡିକୁ ୬.୮୩ ଲକ୍ଷ ଟଙ୍କା ସୀମା ଶୁଳ୍କ ଦେବା ପରେ ତାଙ୍କୁ ଛଡ଼ାଯାଇଥିବା ସୂଚନା ମିଳିଛି।

ୟୁନାଇଟେଡ୍ ଆରବ ଏମିରାଟର ଶହର୍ଜାହରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଘରୋଇ ବିମାନରେ ଫେରିଥିଲେ ଶାହରୁଖ। ମୁମ୍ବାଇର ଟର୍ମିନାଲ ୩ ଲ୍ୟାଣ୍ଡ କରିଥିଲା ତାଙ୍କ ବିମାନ। ଟର୍ମିନାଲରୁ ବାହାରିବା ପରେ ଶାହରୁଖ ଖାନ୍‌ଙ୍କ ବ୍ୟାଗ୍‌ରୁ ଦାମିକିଆ ଘଣ୍ଟା  ବାହାରିଥିଲା। ଯାହାକୁ ନେଇ ଇଡି ତାଙ୍କୁ ଫାଇନ୍ କରିଛି।

ରିପୋର୍ଟ ଅନୁସାରେ, ଇଡି ବିମାନ ବନ୍ଦରରେ ଶାହରୁଖ୍‌ଙ୍କୁ ଫାଇନ୍ କରିବା ପରେ ତାଙ୍କୁ ଓ ତାଙ୍କ ମ୍ୟାନେଜରକୁ ଛାଡ଼ିଦେଇଥିଲେ। ହେଲେ ତାଙ୍କ ବଡି ଗାଡ଼ ଓ ଅନ୍ୟ ସାଥିମାନଙ୍କୁ ଅଟକ ରଖି ସାରା ରାତି ପଚରାଉଚରା କରିଥିଲା ବିଭାଗ। ସକାଳୁ ସେମାନେ ଘରକୁ ଯାଇଥିବା ସୂଚନା ମିଳିଛି। ୧୮ ଲକ୍ଷ ଟଙ୍କାର ୬ଟି ଦାମି ଘଣ୍ଟା ଶାହରୁଖ ଓ ତାଙ୍କ ସହ ଯାଇଥିବା ଲୋକଙ୍କ ବ୍ୟାଗ୍‌ରୁ ଉଦ୍ଧାର କରାଯାଇଥିଲା।

ସୂଚନା ଅନୁସାରେ ଶାହରୁଖ ଖାନ ଶାହର୍ଜା ସହରରେ ହେଉଥିବା ୨୦୨୨ ଅନ୍ତର୍ଜାତୀୟ ପୁସ୍ତକ ମେଳାରେ ଯୋଗ ଦେବା ପାଇଁ ୟୁଏଇ ଯାଇଥିଲେ। ସିନେଜଗତରେ ଯୋଗଦାନ ପାଇଁ ସେଠାରେ ତାଙ୍କୁ ଗ୍ଲୋବାଲ ଆଇକନ ଅଫ୍ ସିନେମାନ ଆଣ୍ଡ କଲ୍ଚର ନାରେଟିଭ୍ ଆୱାର୍ଡ ପ୍ରଦାନ କରାଯାଇଥିଲା।     

   Related Posts