ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ରେକର୍ଡ କଲା ପଠାନ: ଦଙ୍ଗଲକୁ ପଛରେ ପକାଇ ହେଲା ସର୍ବାଧିକ ଆୟକାରୀ ବଲିଉଡ୍‌ରେ ସିନେମା

4/02/2023 at 10:29 PM

ମୁମ୍ବାଇ: ରେକର୍ଡ ଭାଙ୍ଗିଲା ଶାହରୁଖ ଖାନ୍‌ଙ୍କ ଫିଲ୍ମ ପଠାନ। ଅମୀରଙ୍କ ‘ଦଙ୍ଗଲ’ ପଛରେ ପକାଇ ବଲିଉଡ୍‌ରେ ସର୍ବାଧିକ ଆୟକାରୀ ବଲିଉଡ୍‌ ଫିଲ୍ମ ହେବାର ଗୌରବ ଅର୍ଜନ କରିଛି ପଠାନ।

ପୂର୍ବରୁ ଅମୀର ଖାନ୍‌ଙ୍କ ଫିଲ୍ମ ‘ଦଙ୍ଗଲ୍’ ୩୮୭.୩୮ କୋଟି ଆୟ କରି ସର୍ବାଧିକ ଆୟକାରୀ ବଲିଉଡ୍ ସିନେମା ଥିଲା। ହେଲେ ପଠାନ ରିଲିଜ୍‌ରେ ୧୧ ଦିନରେ ୩୮୭.୫୦(ଆଗୁଆ ଆକଳନ) ଦଙ୍ଗଲ ରେକର୍ଡ ଭାଙ୍ଗି ଦେଇଛି।  ଶୁକ୍ରବାର ସୁଧା ଦଙ୍ଗଲ ରେକର୍ଡ ଭାଙ୍ଗିବାକୁ ଫିଲ୍ମକୁ ମାତ୍ର ୨୨.୮ କୋଟି ଟଙ୍କାର ଆବଶ୍ୟକ ରହିଥିଲା ବୋଲି ତରଣ ଆଦର୍ଶ ସୂଚନା ଦେଇଥିଲେ। ହେଲେ ଏବେ ପଠାନ ହେଲା ସର୍ବାଧିକ ଆୟକାରୀ ବଲିଉଡ ସିନେମା।

ଜାନୁଆରୀ ୨୫ ତାରିଖରେ ରିଲିଜ୍ ହୋଇଥିବା ପଠାନ ୧୧ ଦିନରେ ପରେ ବି ଦୈନିକ ଦୁଇ ଅଙ୍କରେ ଆୟ କରିଛି। ଆଜି ଆଗୁଆ ଆକଳନ ଅନୁସାରେ ଫିଲ୍ମଟି ୨୨.୫ କୋଟି ଆୟ କରିଛି।

ଗତକାଲି ୧୦ ଦିନରେ ଫିଲ୍ମର ଆୟ ବିଶ୍ୱବ୍ୟାପୀ ୭୨୫ କୋଟି ହୋଇଥିଲା। ଅନ୍ତର୍ଜାତୀୟ ମାର୍କେଟ୍‌ରେ ଫିଲ୍ମ ୭୦୦ କୋଟି ପାର୍ କରିସାରିଥିବା ବେଳେ ଭାରତରେ ଫିଲ୍ମଟି ୪୦୦ କୋଟି ପାର କରିସାରିଛି।
 

ସର୍ବାଧିକ ଆୟକାରୀ ହିନ୍ଦୀ ସିନେମା-

ପୂର୍ବରୁ ଦଙ୍ଗଲ ଭାରତରେ ୩୮୭.୩୮ କୋଟି ଆୟ ସହ ସର୍ବାଧିକ ଆୟକାରୀ ବଲିଉଡ୍ ସିନେମା ଥିଲା। ହେଲେ ପଠାନ ଆଜି ଏହି ରେକର୍ଡକୁ ଭାଙ୍ଗି ନମ୍ବରୱାନ ହୋଇଛି। ତେବେ ହିନ୍ଦୀ ଭାଷାରେ ରିଲିଜ୍ ହୋଇଥିବା ଫିଲ୍ମ ଭିତରେ ପଠାନ ଆଗରେ ରହିଛି ବାହୁବଳି-୨(୫୧୦,୯୯ କୋଟି), କେଜିଏଫ୍-୨(୪୩୪.୭୦ କୋଟି) ଆୟ କରିଛି।   

Pathan' Day 4 Total Worldwide Box Office Collection: Film Earns Over ₹300  Cr, Day Wise Report

ଭାରତରେ ପଠାନର ଦୈନିକ ବକ୍ସ ଅଫିସ ଆୟ ରିପୋର୍ଟ-

ପ୍ରଥମ ଦିନ- ୫୫ କୋଟି
ଦ୍ୱିତୀୟ ଦିନ- ୬୮ କୋଟି
ତୃତୀୟ ଦିନ- ୩୮ କୋଟି
ଚତୁର୍ଥ ଦିନ- ୫୧.୫୯ କୋଟି
ପଞ୍ଚମ ଦିନ- ୫୮.୫୦ କୋଟି
ଷଷ୍ଠ ଦିନ- ୨୫.୫୦ କୋଟି
ସପ୍ତମ ଦିନ- ୨୧.୫୦ କୋଟି
ଅଷ୍ଟମ ଦିନ- ୧୭.୫୦ କୋଟି
ନବମ ଦିନ- ୧୫ କୋଟି
ଦଶମ ଦିନ -୧୩ କୋଟି
୧୧ ଦିନ – ୨୨.୫ କୋଟି(ଆଗୁଆ ଆକଳନ)
ମୋଟ- ୩୮୭.୫୦ କୋଟି(ହିନ୍ଦୀ ଆୟ)
ସେହିପରି ସବୁ ଭର୍ସନରେ ମୋଟ ଆୟ ୪୦୦.୮୫ କୋଟି

Pathaan box office collection: Shah Rukh Khan-starrer breaks all records —  Check collection figures of SRK's last 5 films | Zee Business

ଶାହରୁଖ ଖାନ୍‌ଙ୍କ ଫିଲ୍ମ ପଠାନ ବିଶ୍ୱ ବକ୍ସ ଅଫିସ୍‌ରେ ୧୦୦୦ କୋଟି ପାର୍ କରିବ ବୋଲି ଆକଳନ କରାଯାଉଛି। ତେବେ ଆସନ୍ତାକାଲି ସିନେମା ୮୦୦ କୋଟି ପାର୍ କରିବ ଏକଥା ନିଶ୍ଚିତ ହୋଇଛି।  

   Related Posts