‘ବ୍ରହ୍ମାସ୍ତ୍ର-୨’ରେ ଡେବ୍ୟୁ କରିବେ ଆର୍ଯ୍ୟନ୍‌ ଖାନ୍‌ ! ଭାଇରାଲ୍‌ ହେଉଛି ଏହି ଫଟୋ…

Published By : Prameya-News7 Bureau | October 03, 2022 IST

ମୁମ୍ଵାଇ ୦୩।୧୦: ବଲିଉଡ୍‌ କିଙ୍ଗ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ । ଖୁବ୍‌ ଶୀଘ୍ର ବଲିଉଡ୍‌ରେ କରିବେ ଡେବ୍ୟୁ। ଆର୍ଯ୍ୟନଙ୍କୁ ସିଲଭର ସ୍କ୍ରିନ୍‌ରେ ଦେଖିବାକୁ ଫ୍ୟାନ୍ସମାନେ ଆଗ୍ରହୀ। କେବେ ଫିଲ୍ମରେ କାମ କରିବେ ତାହା ଜଣା ନାହିଁ । କିନ୍ତୁ ଫ୍ୟାନ୍‌ ପେଜ୍‌ରେ ସିନେମା ଲଭର୍ସଙ୍କ ପାଇଁ ଏକ ଖୁସି ଖବର ଅଛି । ଯାହା ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି।

wp:html
/wp:html

ନିକଟରେ ଆର୍ଯ୍ୟନ୍‌ଙ୍କ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ଶାହାରୁଖ୍‌ଙ୍କ ଗେହ୍ଲା ପୁଅ ବ୍ରହ୍ମାସ୍ତ୍ର ପାର୍ଟ-୨ର ପୋଷ୍ଟରରେ ବାନାରସ୍ତ୍ର ରୂପରେ ନଜର ଆସିଛନ୍ତି। ଆର୍ଯ୍ୟନଙ୍କ ଏହି ରୂପ ଦେଖି ଫ୍ୟାନ୍ସ ଖୁସିରେ ଝୁମି ଉଠିଥିଲେ। କିନ୍ତୁ ପ୍ରଶ୍ନ ଉଠୁଛି କି ଏହି ପୋଷ୍ଟର ଅଲସି ନା ନକଲି । କହିବାକୁ ଗଲେ ଏହି ପୋଷ୍ଟର ଆର୍ଯ୍ୟନଙ୍କ ଫ୍ୟାନ୍ସ ପ୍ରସ୍ତୁତ କରିଛନ୍ତି।

ଫ୍ୟାନ୍ସ କହିଛନ୍ତି କି ଯଦି ଶାହାରୁଖଙ୍କ ପରେ କାହାକୁ ବାନରଅସ୍ତ୍ରରେ ଦେଖିବାକୁ ଚାହୁଁଛନ୍ତି । ତାହାଲେ ସେ ଶାହାରୁଖଙ୍କ ଛୋଟ ନବାବ୍‌ ଆର୍ଯ୍ୟନଙ୍କୁ। କାହିଁକି ନା ଶାହାରୁଖ୍‌ କେବଳ ୨୦ ମିନିଟ୍‌ କ୍ୟାମିଓ ରୋଲ ପାଇଁ ପପୁଲାର ହୋଇଯାଇଥିଲେ। ଏବେ ସେ ଶାହାରୁଖଙ୍କ ସ୍ଥାନରେ ଆର୍ଯ୍ୟନ୍‌ଙ୍କୁ ଦେଖିବାକୁ ଚାହୁଁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.