ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ପୁଅ ଆର୍ଯ୍ୟନ୍‌ଙ୍କୁ ନେଇ କହିଥିଲେ ଶାହାରୁଖ ଖାନ: ‘ମୁଁ ଚାହଁଛି ସେ ଡ୍ରଗ୍ସ ନେଉ, ଝିଅଙ୍କ ପଛରେ ପଡୁ’..

3/10/2021 at 3:35 PM

ମୁମ୍ବାଇ ୦୩/୧୦: ଶାହାରୁଖ ଖାନ୍‌ ବଲିଉଡ୍‌ରେ କିଙ୍ଗ ଖାନ୍‌ ନାମରେ ବେଶ୍ ଜଣା ଶୁଣା । ହେଲେ ଏବେ ତାଙ୍କ ପୁଅ ଆର୍ଯ୍ୟନ୍‌ ଚର୍ଚ୍ଚାରେ । ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କୁ ଏବେ ଏନ୍‌ସିବି ଗିରଫ କରିଛି । ଶନିବାର ରାତିରେ ମୁମ୍ବାଇର ଏକ କ୍ରୁଜ୍‌ରେ ପାର୍ଟି ଚାଲିଥିଲା । ଯେଉଁଠାରେ ଏନସିବି ଲୁଚିକି ସାଧାରଣ ଭାବେ ଯାଇ ଚଢାଉ କରିଥିଲା। ଏହି କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ପ୍ରାୟ ୮ଜଣଙ୍କୁ ଅଟକ ରଖିଛି।

ଏହି ମାମଲାରେ ଆର୍ଯ୍ୟନ୍ ଖାନଙ୍କ ନାମ ପଦାକୁ ଆସିବା ମାତ୍ରେ ସେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସମୟରେ ଶାହାରୁଖ ଖାନଙ୍କ ଏକ ପୁରୁଣା ଇଣ୍ଟରଭ୍ୟୁ ଭାଇରାଲ ହେବାରେ ଲାଗିଛି। ଯାହାକି ସ ଥଟ୍ଟା କରି ତାଙ୍କ ପୁଅ ପାଇଁ ଅନେକ ଆଶ୍ଚର୍ଯ୍ୟଜନକ କଥା କହିଥିଲେ |

ତେବେ ଶାହାରୁଖ୍ ସିମି ଗାରେୱେଲଙ୍କ ଏକ ଶୋରେ’ ଶାହାରୁଖ ଖାନ ଏବଂ ଗୌରୀ ଏକାଠି ପହଞ୍ଚିଥିଲେ। ସେଠାରେ ଶାହରୁଖ କହିଛନ୍ତି ଯେ ଆର୍ଯ୍ୟଙ୍କ ଜନ୍ମ ତାଙ୍କ ପାଇଁ ଏକ ଭିନ୍ନ ଅନୁଭବ ଆଣିଛି। ଯେତେବେଳେ ତାଙ୍କୁ ତାଙ୍କ ପୁଅର ଲାଳନପାଳନ ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା ସେ ଏହାକୁ ନେଇ କହିଥିଲେ କି , ଆର୍ଯ୍ୟନ୍ ଏବେ ସବୁ କିଛି କରୁ ଯାହା ମୁଁ ମୋ କିଶୋର ଅବସ୍ଥାରେ କରି ପାରି ନାହିଁ ।

ଏହା ସେ ଆହୁରି କହିଛନ୍ତି କି, ‘ଯେତେବେଳେ ତାଙ୍କୁ ୩-୪ ବର୍ଷ ବୟସ ହୋଇଯିବ, ମୁଁ ତାଙ୍କୁ କହିବି ଯେ ସେ ଝିଅମାନଙ୍କ ପଛରେ ଦୌଡି ପାରିବେ, ଡ୍ରଗ୍ସ ନେଇ ପାରିବେ, ଶାରୀରିକ ସମ୍ପର୍କ ମଧ୍ୟ ରଖିପାରିବ । ଏହା ଶୀଘ୍ର ଆରମ୍ଭ କରିବା ହିଁ ଭଲ | ମୁଁ ଯାହା କରି ନଥିଲି ସେ ତାହା କରିବା ଉଚିତ୍ | ଯଦି ସେ ଜଣେ ଭଲ ପୁଅ ହୁଏ, ତେବେ ଏହି ଘରୁ ଦୂରରେ ରହୁ | ମୁଁ ଚାହେଁ ମୋ ସହିତ କାମ କରୁଥିବା ଲୋକଙ୍କ, ଯେଉଁମାନଙ୍କର ଝିଅ ଅଛି ସେମାନେ ମୋତେ ଏହା ଅଭିଯୋଗ କରନ୍ତୁ | ଅନ୍ୟପଟେ ଆର୍ଯ୍ୟନ୍ ୨୩ ବର୍ଷ ବୟସରେ ଏବଂ ଚଳିତ ବର୍ଷ ଚଳଚ୍ଚିତ୍ର ନିର୍ମାଣରେ ତାଙ୍କର ଅଧ୍ୟୟନ ସମାପ୍ତ କରିଛନ୍ତି |

   Related Posts