ବଡ ପରଦାରେ ପୁଣି ଚାଲିବ ରାଜ୍-ସିମରନ୍ଙ୍କ ଯାଦୁ, କଣ ଶାହାରୁଖଙ୍କ ସହ ଫିଲ୍ମ କରିବେ କାଜୋଲ ?
7/12/2022 at 11:08 AM

ମୁମ୍ଵାଇ ୦୭।୧୨: ଅନେକ କଳାକାର ଇଣ୍ଡଷ୍ଟ୍ରିରେ ଚଳଚ୍ଚିତ୍ର କରନ୍ତି, ପ୍ରତ୍ୟେକଙ୍କର ନିଜର ପ୍ରଶଂସକ ଫ୍ୟାନ୍ସ ଫଲୋର୍ସ ଅଛନ୍ତିକିନ୍ତୁ ଏହି ଚଳଚ୍ଚିତ୍ରର କିଛି ଯୋଡି ଥାଆନ୍ତି । ଯାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ଯାଆନ୍ତି। ଏପରି ଯେ ପ୍ରଶଂସକମାନେ ସେମାନଙ୍କୁ ଦେଖି ଦେଖି ଥକିପଡନ୍ତି ନାହିଁ। ବଲିଉଡର ଏହି ଆଇକନିକ୍ ଧୋଡିଙ୍କ ବିଷୟରେ କହିବାକୁ ସବୁଠାରୁ ଅନ୍ୟତମ ଶାହରୁଖ ଏବଂ କାଜୋଲ। ଅନେକ ବର୍ଷ ପୂର୍ବେ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ଦିଲୱାଲେ’ରେ ଏକାଠି ନଜର ଆସିଥିଲେ। ସେବେଠାରୁ ପ୍ରଶଂସକମାନେ ଏହି ଦୁଇ କଳାକାରଙ୍କୁ ପୁଣି ଥରେ ବଡ ପରଦାରେ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି।
କାଜୋଲ ଶାହାରୁଖ ଖାନଙ୍କ ସହ ପରବର୍ତ୍ତୀ ଚଳଚ୍ଚିତ୍ର କେବେ କରିବେ, ପ୍ରଶଂସକଙ୍କ ଅପେକ୍ଷା କେବେ ଶେଷ ହେବ। ଏନେଇ ଅଭିନେତ୍ରୀ ନିଜେ ଏହା କହିଛନ୍ତି। ‘ଦିଲୱାଲେ ଦୁଲହାନିଆ ଲେ ଜୟେଙ୍ଗେ’ ଏହା ଏକ ରୋମାଣ୍ଟିକ, ଡ୍ରାମା ଚଳଚ୍ଚିତ୍ର। ଯାହା ବର୍ଷ ବର୍ଷ ଧରି ପସନ୍ଦ କରାଯାଉଛି। ଏହାର ସବୁଠାରୁ ବଡ କାରଣ ହେଉଛି ଫିଲ୍ମର ଲିଡ୍ କପଲ’ରାଜ-ସିମରନ୍’ ମଧ୍ୟରେ ଥିବା କେମେଷ୍ଟ୍ରି। ରାଜ୍ ଏବଂ ସିମରନ୍ ବହୁତ ଲୋକପ୍ରିୟ । ଏହି ଫିଲ୍ମର ଗୀତ ବାଜିଲେ ସବୁ ଝୁମି ଉଠନ୍ତି। ପ୍ରଶଂସକମାନେ ସେମାନଙ୍କୁ ପୁଣି ଫିଲ୍ମରେ ଏକାଠି କାମ ଦେଖିବାକୁ ଚାହାଁନ୍ତି ।
ବାସ୍ତବରେ, ଫିଲ୍ମ ପ୍ରମୋସନ ସମୟରେ କାଜୋଲଙ୍କୁ ପଚରାଯାଇଥିଲା କି ସେ ପୁଣି ଥରେ ଶାହରୁଖ ଖାନଙ୍କ ସହ କାମ କରିବାକୁ ଚାହୁଁଛନ୍ତି କି ନାହିଁ ଏବଂ ଯଦି ହଁ, ପ୍ରଶଂସକମାନେ କେବେ ସେମାନଙ୍କୁ ଏକ ଫିଲ୍ମରେ ଦେଖି ପାରିବେ? ଏହା ଉପରେ କାଜୋଲ କହିଛନ୍ତି ଯେ ବର୍ତ୍ତମାନ ସେମିତି କୌଣସି ଯୋଜନା ନାହିଁ, ତାଙ୍କ ବିଷୟରେ କୌଣସି ସୂଚନା ନାହିଁ। କାଜୋଲ ଆହୁରି କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା କୌଣସି ସ୍କ୍ରିପ୍ଟ ସାମ୍ନାରେ ନାହିଁ କିନ୍ତୁ ଭବିଷ୍ୟତରେ ସେ ଶାହାରୁଖଙ୍କ ସହ କାମ କରିବାକୁ ପସନ୍ଦ କରିବେ।