ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ ଫିଲ୍ମ ‘Jawaan’, ୧୨୦ କୋଟିରେ ହୋଇଛି ବିକ୍ରି !

29/06/2022 at 2:15 PM

ମୁମ୍ବାଇ୨୯।୦୬: ନିକଟରେ ଶାହାରୁଖ ଖାନଙ୍କ ଫିଲ୍ମର ‘ଜୱାନ’ର ଟିଜର ଏବଂ ମୋସନ ପୋଷ୍ଟର ରିଲିଜ୍ ହୋଇଥିଲା। ଏହାକୁ ଦେଖି ତାଙ୍କ ପ୍ରଶଂସକମାନେ ଖୁସି ହୋଇ ଯାଇଥିଲେ।  ଦିନକୁ ଦିନ ଫିଲ୍ମକୁ ନେଇ ନୂଆ ନୂଆ ସୂଚନା ମିଳିବାକୁ ଯାଉଛି। ଏବେ ଖବର ଆସିଛି କି ଶାହାରୁଖ ଖାନଙ୍କ ଫିଲ୍ମ ‘ଜୱାନ’ ମଧ୍ୟ OTT ରେ ରିଲିଜ୍‌ ହେବ। ନିର୍ମାତାମାନେ ଫିଲ୍ମକୁ OTT ରେ ମଧ୍ୟ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି କି କେଉଁ ପ୍ଲାଟଫର୍ମରେ ଏହାକୁ ଦେଖିବାକୁ ମିଳିବ?

ବଲିଉଡ ଲାଇଫର ଏକ ରିପୋର୍ଟ ଅନୁଯାୟୀ କୁହାଯାଇଛି କି ଶାହରୁଖଙ୍କ ଫିଲ୍ମ ‘ଜୱାନ’ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍‌ ହେବ। ନିର୍ମାତାମାନେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ସହିତ ୧୨୦ କୋଟି ଟଙ୍କାର ଚୁକ୍ତି କରିଛନ୍ତି। କହିବାକୁ ଗଲେ ଜୱାନ ଡିଜିଟାଲ୍ ରାଇଟସ୍‌ରେ ୧୨୦ କୋଟିରେ ବିକ୍ରି ହୋଇଛି ।

ଅନ୍ୟପଟେ କିଙ୍ଗଖାନ୍‌ଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି। ‘ଜିରୋ’ ରିଲିଜ୍ ହେବା ପରେ ତାଙ୍କର କୌଣସି ଚଳଚ୍ଚିତ୍ର ବହୁ ବର୍ଷ ଧରି ରିଲିଜ୍ ହୋଇନଥିଲା ଏବଂ ବର୍ତ୍ତମାନ ଶାହାରୁଖ ଖାନ୍ ପୁଣି ଥରେ ବଡ ପରଦାକୁ ଫେରିବାକୁ ଯାଉଛନ୍ତି ।

   Related Posts