oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ବିମାନବନ୍ଦରରେ ସୁରକ୍ଷା ଅଧିକାରୀଙ୍କ ଏମିତି କଲେ ଶାହାରୁଖ, ଭିଡିଓ ଭାଇରାଲ…

5/03/2022 at 10:25 AM

ମୁମ୍ୱାଇ ୦୫/୦୩: ବଲିଉଡର ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ କିଙ୍ଗଖାନ୍ ଅନ୍ୟତମ । ନିକଟରେ ସୁପରଷ୍ଟାର ଶାହାରୁଖ ଖାନଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଶାହାରୁଖ ଖାନ ଶୁକ୍ରବାର ରାତିରେ ସ୍ପେନ ଯାଉଥିଲେ । ବିମାନବନ୍ଦରରେ କ୍ଲିକ୍ ହୋଇଥିବା ଶାହାରୁଖ ଖାନଙ୍କ ଚିତ୍ର ଏବଂ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ଶା

ହରୁଖ ଖାନ ଯାତ୍ରା ପାଇଁ ଆରାମଦାୟକ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି । ଏଥର ଶାହାରୁଖ ଖାନ ମେଳ ଖାଉଥିବା ପ୍ୟାଣ୍ଟ ସହିତ କଳା ଟି-ସାର୍ଟ ପିନ୍ଧିଥିବାର ଏବଂ ସେ ନୀଳ ରଙ୍ଗର ଜ୍ୟାକେଟ ପିନ୍ଧିଥିବାର ନଜର ଆସିଥିଲେ । ଏହାସହ ସେ ଗାଲା ଗ୍ଲାସ୍ ପିନ୍ଧିଥିଲେ ଏବଂ ମାସ୍କ ସହିତ ହେଡଗାର୍ ମଧ୍ୟ ନେଇଥିଲେ ।

ଶାହାରୁଖ ଖାନଙ୍କ ବିମାନବନ୍ଦର ଭିଡିଓ:
ଏକ ପାପାରାଜିର ୟୁଟ୍ୟୁବ୍ ଆକାଉଣ୍ଟରେ ସେୟାର ହୋଇଥିବା ଏକ ଭିଡିଓରେ ଶାହରୁଖ ଖାନ ବିମାନବନ୍ଦରର ପ୍ରବେଶ ଦ୍ୱାର ଆଡକୁ ଯାଉଥିବାର ଦେଖିଯାଉଛି । ଏହା ପରେ କିଙ୍ଗ ଖାନ ଜଣେ ବ୍ୟକ୍ତିଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା । ପରେ ଯେତେବେଳେ ସିଏସ୍ଏଫ୍ ଅଧିକାରୀ ତାଙ୍କୁ ପ୍ରବେଶ ଦ୍ୱାରରେ ମନ୍ଥର ଗତିରେ ଚାଲିବାକୁ କହିଥିଲେ । ସେତେବେଳେ ଶାହାରୁଖ ଖାନ୍ ତୁରନ୍ତ ତାଙ୍କୁ ଅନୁସରଣ କରିଥିଲେ ।

ସୁରକ୍ଷା ଅଧିକାରୀଙ୍କ ସାମ୍ନାରେ ଯୋଡିଲେ ହାତ:
କିଛି କ୍ଷଣ ପରେ, ଅଧିକାରୀ ଶାହାରୁଖ ଖାନଙ୍କୁ ବିଦାୟ ନେବାକୁ କୁହନ୍ତି । ଏହା ପରେ ଶାହାରୁଖ ଖାନ ତାଙ୍କୁ ହାତ ଯୋଡି ନମସ୍କାର କରି ଅଭିବାଦନ କରନ୍ତି । ତା’ପରେ ସେଠାରୁ ଚାଲିଯାଆନ୍ତି । ଶାହାରୁଖ ଖାନ ତାଙ୍କ ପ୍ରଶଂସକ ଏବଂ ଅନ୍ୟମାନଙ୍କ ପ୍ରତି ଭଦ୍ର ବ୍ୟବହାର କରୁଥିବା ଜଣାଶୁଣା । ଖବର ଅନୁଯାୟୀ, ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପଠାନ’ର କାମରେ ସ୍ପେନ ଗସ୍ତ କରିଛନ୍ତି ।

   Related Posts