ପଠାନର ସଫଳତା ପରେ ଶାହାରୁଖ କିଣିଲେ ସବୁଠୁ ଦାମୀ କାର, ଜାଣନ୍ତୁ କେତେ କୋଟି ଟଙ୍କା...

Published By : Prameya-News7 Bureau | March 27, 2023 IST

ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନ ୪ ବର୍ଷ ପରେ ବଡ଼ ପରଦକୁ ଫେରିବା ପରେ ଧମକା କରିଛନ୍ତି । ତାଙ୍କ ଫିଲ୍ମ ପଠାନ ଜାନୁଆରୀ ୨୫ରେ ରିଲିଜ୍ ହୋଇଥିଲା ଏବଂ ପିଲ୍ମ ବକ୍ସ ଅଫିସରେ ରେକର୍ଡ କରିଥିଲା । ଶାହରୁଖ, ଦୀପିକା ପାଦୁକୋନ ଏବଂ ଜନ ଆବ୍ରାହମଙ୍କ ଅଭିନିତ ଏହି ଫିଲ୍ମ ୱାର୍ଲଡ ୱାଇଡ୍ ବକ୍ସ ଅଫିସରେ ୧୦୦୦ କୋଟି ଟଙ୍କା ଆୟ କରି ସାରିଛି । ରିପୋର୍ଟ ଅନୁସାରେ ଏହି ସଫଳତାକୁ ସେଲିବ୍ରେଟ୍ କରିବା ପାଇଁ ଶାହାରୁଖ ରଲ୍ସ-ରୟସ କଲିନନ ବ୍ଲାକ୍ ବ୍ୟାଜ୍ ନିଜକୁ ଗିଫ୍ଟ କରିଛନ୍ତି । ଶାହାରୁଖଙ୍କ ପାଖରେ ପୂର୍ବରୁ ହିଁ ଅନେକ ଲଗଜରୀ ଗାଡି ରହିଛି । ଏବେ ଏହି କାର ତାଙ୍କର କଲେକ୍ସନରେ ସାମିଲ ହୋଇଛି ।

ରିପୋର୍ଟ ଅନୁସାରେ, କିଙ୍ଗ ଖାନଙ୍କ ନୂଆ ଷ୍ଟାଇଲିସ୍ ଏସୟୁଭିର ମୂଲ୍ୟ ୧୦ କୋଟି ଟଙ୍କା । ବର୍ତ୍ତମାନ ସମୟରେ ଭାରତରେ ବିକ୍ରି ହେଉଥିବା ଏହା ହେଉଛି ସବୁଠୁ ଦାମୀ କାର । ଶାହାରୁଖଙ୍କ ଫ୍ୟାନ ପେଜରେ ତାଙ୍କ ନୂଆ କାରର ଭିଡିଓ ସେୟାର କରାଯାଇଛି ।

wp:html /wp:html

ପଠାନ ପରେ ଶାହାରୁଖ ଏବେ 'ଯବାନ'ରେ ନଜର ଆସିବେ । ବର୍ତ୍ତମାନ ସେ ଏହି ଫିଲ୍ମର ଶୁଟିଂରେ ବ୍ୟକ୍ତ ଅଛନ୍ତି । ଫିଲ୍ମରେ ନୟନତାରା, ସୁନୀଲ ଗ୍ରୋବର ଏବଂ ସାନ୍ୟା ମଲହୋତ୍ରା ମଧ୍ୟ ନଜର ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.